ପ୍ରତିଦିନ ସକାଳେ ତୁଳସୀଙ୍କ ସାମ୍ନାରେ ନିଶ୍ଚୟ ପଢନ୍ତୁ ଦୁଇ ଅକ୍ଷରର ଏହି ଗୁପ୍ତ ମନ୍ତ୍ର, ହେବ ଏମିତି ଚମତ୍କାର

ଆମ ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୂଜନୀୟ କୁହାଯାଏ ଓ କୁହାଯାଇଥାଏ କି ଏହି ପୃଥିବୀରେ ତୁଳସୀ କେବଳ ଗୋଟିଏ ଗଛ ନୁହେଁ ପରନ୍ତୁ ଏକ ବରଦାନ ଅଟେ, ତାହା ସ୍ୱାସ୍ଥ୍ୟ ପାଇଁ ହେଉ ବା ଜ୍ଯୋତିଷ ଦୃଷ୍ଟିରୁ ହେଉ । ଆମର ଧାର୍ମିକ ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ତୁଳସୀ ଗଛ ମୂଳରେ ସବୁ ତୀର୍ଥ ରହିଥାଏ, ଏହାର ମଧ୍ୟରେ ସବୁ ଦେବୀ ଦେବତା ରହିଥାନ୍ତି ଓ ଏହାର ଶାଖାରେ ସବୁ ବେଦ ରହିଥାଏ । ଏଥିପାଇଁ ଯଦି ଆପଣ ପ୍ରତିଦିନ ତୁଳସୀ ପୂଜା କରିଥାନ୍ତି ଓ ତାହାର ସେବନ କରିଥାନ୍ତି ମନୁଷ୍ୟ ଜୀବନର ସବୁ ପ୍ରକାରର କଷ୍ଟ ନଷ୍ଟ ହୋଇଯାଇଥାଏ ।

ଯେଉଁ ଘରର ଆଗଣାରେ ତୁଳସୀ ଥାଏ ସେହି ଘରେ କେବେ ବି ଅକାଳ ମୃତ୍ୟୁ ର ଭୟ ନଥାଏ । ତୁଳସୀଙ୍କର ପ୍ରତିଦିନ ଦର୍ଶନ କରିବା ଦ୍ଵାରା ଓ ପୂଜା କରିବା ଦ୍ଵାରା ସବୁ ପ୍ରକାରର ପାପ ନଷ୍ଟ ହୋଇଥାଏ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏମିତି କୁହାଯାଏ କି ଯେଉଁ ଘରେ ତୁଳସୀ ଗଛ ନଥାଏ ସେହି ଘରେ କେବେ ବି ମା’ ଲକ୍ଷ୍ମୀ ଓ ନାରାୟଣଙ୍କର ବାସ ହୋଇ ନଥାଏ ।

ଆଜି ଆମେ ଆପଣଙ୍କୁ ଏକ ଖାସ ମନ୍ତ୍ର ବିଷୟରେ କହିବୁ ଯାହାକୁ ଯଦି ଆପଣ ତୁଳସୀ ପତ୍ର ଛିଣ୍ଡାଇବା ସମୟରେ ବୋଲନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ସବୁ କଷ୍ଟରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ ।

 

ଯେତେବେଳେ ସକାଳେ ଆମେ ତୁଳସୀଙ୍କୁ ଜଳ ଅର୍ପଣ କରିଥାଉ ଓ ତୁଳସୀ ପତ୍ର ଛିଣ୍ଡାଇ ଥାଉ ଏହି ସମୟରେ ଆମକୁ ଏକ ମନ୍ତ୍ର ବୋଲିବା ଆବଶ୍ୟକ । ତୁଳସୀ ପତ୍ରକୁ ଏମିତି ହିଁ ଛିଣ୍ଡାଇବା କଥା ନୁହେଁ । ପ୍ରଥମେ ଆପଣଙ୍କୁ ଦୁଇ ଥର ଚୁଟକି ବଜାଇ ଏହି ମନ୍ତ୍ରକୁ ବୋଲନ୍ତୁ ।

ଓଁ ସୁଭଦ୍ରାୟ ନମଃ

ଓଁ ସୁପ୍ରଭାୟ ନମଃ

ମାତସ୍ତୁଳସୀ ଗୋବିନ୍ଦ ହୃଦୟାନନ୍ଦ କାରିଣୀ

ନାରାୟଣସ୍ୟ ପୂଜାର୍ଥଂ ଚିନୋମି ତ୍ଵା ନମୋସ୍ତୁତେ ॥

ମହାପ୍ରସାଦଜନନୀ, ସର୍ବ ସୌଭାଗ୍ୟବର୍ଦ୍ଧିନୀ

ଆଧି ବ୍ୟାଧି ହରା ନିତ୍ୟ, ତୁଳସୀ ତୱାଙ୍ଗ ନମୋସ୍ତୁତେ ॥

ଏହି ପ୍ରକାରରେ ଯଦି ଆପଣ ତୁଳସୀ ମାତାଙ୍କର ପୂଜା କରିଥାନ୍ତି, ତାଙ୍କୁ ଜଳ ଦେଇଥାନ୍ତି, ଏହି ମନ୍ତ୍ରର ଉଚ୍ଚାରଣ କରିଥାନ୍ତି, ତେବେ ଆପଣଙ୍କର ସବୁ ପ୍ରକାରର ମନୋକାମନା ପୂର୍ଣ୍ଣ ହୋଇଥାଏ । ଯେତେବେଳେ ଆପଣ ତୁଳସୀଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ଜଳ ଚଢାଇବା ପରେ ତୁଳସୀଙ୍କୁ ସିନ୍ଦୁର ଓ ହଳଦୀ ଚଢାଇବା ଆବଶ୍ୟକ । ଯଦି ସମ୍ଭବ ହେବ ତେବେ ଅଳ୍ପ କଞ୍ଚା କ୍ଷୀର ଜଳରେ ମିଶାଇ ଚଢାନ୍ତୁ ।

ଏହା ପରେ ଏକ ଦୀପ ଜଳାଇବା ଆବଶ୍ୟକ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଯାହା ବି କଷ୍ଟ ଥାଏ ତାହା ସବୁ ଦୂର ହୋଇ ଯାଇଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।