ଆଜିର ରାଶିଫଳ, 3 ମେ 2020, ରବିବାର, ବଦଳିଲା ଶନିଦେବଙ୍କ ଚାଲ, ଏହି ୬ଟି ରାଶିର ଲୋକଙ୍କୁ ମିଳିବ ବଡ ଖୁସିଖବର, ବହୁତ ଭାଗ୍ୟଶାଳୀ ରହିବେ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ସମସ୍ତ କାମ ପୁରା ହୋଇଯିବ । ଛାତ୍ରମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ । ମାତା ପିତାଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଆଜି କାମର କୌଣସି ବଡ ଅଫର ଆପଣଙ୍କୁ ମିଳିପାରେ । ଏହା ସହିତ ଧନଲାଭ ବି ହେବ । କୌଣସି ବ୍ୟକ୍ତି ମାଧ୍ୟମରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣ ନିଜର ପରିବାର ସହ ମନୋରଞ୍ଜନ ଭରା ସମୟ ବ୍ୟତିତ କରିବେ ।

ବୃଷ

ଆଜି ଆୟର ନୂତନ ସ୍ରୋତ ସାମ୍ନାକୁ ଆସିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଆପଣଙ୍କୁ ଲାଭର କିଛି ଅବସର ପ୍ରାପ୍ତ ହେବ । ଆଜି ଆପଣଙ୍କୁ ନିଜର ପରିଶ୍ରମର ଫଳ ନିଶ୍ଚିତ ମିଳିବ । କୌଣସି ନୂଆ ସମ୍ବନ୍ଧ ଦ୍ଵାରା ଆପଣଙ୍କୁ ଲାଭ ମିଳିବ । କିଛି ଲୋକମାନଙ୍କୁ ଆପଣଙ୍କ ଉଦାରତା ପସନ୍ଦ ଆସିବ ।

ମିଥୁନ

ଆଜି ଆପଣଙ୍କ ବନ୍ଧୁ କୌଣସି କାମ ପାଇଁ ଆପଣଙ୍କ ଠାରୁ ସାହାର୍ଯ୍ୟ ମାଗି ପାରନ୍ତି । ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହେବ । କୌଣସି ନୂଆ ଟେକନିକ ଦ୍ଵାରା ଆପଣ ନିଜର ବ୍ୟାପାରକୁ ବୁଦ୍ଧି କରିବେ । ଉତ୍ପାଦନ କାର୍ଯ୍ୟ ଅତି ଶୀଘ୍ର ପୁରା ହେବ । ଆପଣଙ୍କୁ ସନ୍ତାନ ସୁଖର ଲାଭ ମିଳିବ । ସଙ୍ଗୀତ କ୍ଷେତ୍ର ସହ ଜଡିତ ଅଛନ୍ତି, ତେବେ କୌଣସି କାରଣରୁ ନୂଆ ଗୀତର ଅଫର ମିଳିବ ।

କର୍କଟ

ଆଜି ଆପଣ ନିଜର ଆଖପାଖର ଲୋକମାନଙ୍କ ଠାରୁ ସମ୍ଭାଳି ରହିବାକୁ ହେବ । କିଛି ଲୋକମାନେ ଆପଣଙ୍କ କଷ୍ଟ ଦେବା ପାଇଁ ଚେଷ୍ଟା କରିବେ । ଆପଣ ନିଜର ଜୀବନଶୈଳୀରେ କିଛି ପରିବର୍ତ୍ତନ କରିବେ । ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ହେବ । ସବୁ କ୍ଷେତ୍ରରେ ଆପଣଙ୍କୁ ବିରୋଧୀଙ୍କ ଠାରୁ ଦୂରରେ ରହିବାକୁ ହେବ । ନିଜକୁ ଫିଟ ରଖିବା ପାଇଁ ଆପଣଙ୍କୁ ଯୋଗ କରିବା ଉଚିତ । ଆପଣଙ୍କ ପ୍ରେମ ସମ୍ବନ୍ଧ ଭଲ ରହିବ ।

ସିଂହ

ଆଜି ଆପଣ ନିଜର ଧ୍ୟାନ ନିଜ କାମ ଉପରେ ରଖନ୍ତୁ । କ୍ୟାରିୟର ମାମଲାରେ କିଛି ଶୁଭ ଖବର ମିଳିପାରେ । ଆଜି ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ଅଳ୍ପ ସତର୍କ ରହିବାକୁ ହେବ। ଆପଣଙ୍କୁ ଫାସ୍ଟ ଫୁଡରୁ ଦୂରେଇ ରହିବାକୁ ହେବ । କୌଣସି ବି ବଡ ଡିଲ କରିବା ପୂର୍ବରୁ ସେହି ଡିଲ ବିଷୟରେ ଭଲ ଭାବରେ ବୁଝି ନିଅନ୍ତୁ । ଘର ଲୋକମାନଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ ।

କନ୍ୟା

ଆଜି ଆପଣ କିଛି ଲୋକମାନଙ୍କ ସହିତ ସାକ୍ଷାତ କରି ପାରନ୍ତି । ଆଜି ଆପଣ ନିଜର ପରିବାରର ଲୋକମାନଙ୍କ ଇଚ୍ଛା ପୁରା କରିବେ । ଆପଣଙ୍କୁ ଆପଣଙ୍କ ସମସ୍ତ କାମରେ ସଫଳତା ମିଳିବ । ଆଜି ଆପଣ କିଛି ନୂଆ ବନ୍ଧୁ କରିବେ । ଆପଣଙ୍କୁ କିଛି ନୂଆ ବିଜନେସ ପ୍ରପୋଜାଲ ମିଳିପାରେ । ଜୀବନସାଥିଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ । ଆଜି ଆପଣଙ୍କୁ ବାହାରକୁ ଯିବାକୁ ଅବସର ମିଳିବ ।

ତୁଳା

ଆଜି ନୂତନ ଇନକମ ସୋର୍ସ ମିଳିବ । ଆପଣଙ୍କୁ ବ୍ୟାପାରରେ ଆଶାରୁ କିଛି କମ ହିଁ ଲାଭ ହେବ । ଆପଣଙ୍କ ସହିତ କାମ କରୁଥିବା ଲୋକମାନଙ୍କ ଠାରୁ ଆପଣଙ୍କୁ ସାହାର୍ଯ୍ୟ ମିଳିବ ନାହିଁ । ଆପଣଙ୍କୁ ନିଜ କାମରେ ନିଜର ଜୀବନସାଥିଙ୍କ ପୁରା ସହଯୋଗ ମିଳିବ । ଆପଣ ନିଜର ଜୀବନକୁ ଭଲ କରିବାକୁ ଚେଷ୍ଟା କରିବେ । ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ । ମାତା ପିତାଙ୍କ ଆଶୀର୍ବାଦ ଲାଭ ହେବ । ଆପଣଙ୍କ ସମସ୍ତ ସମସ୍ୟା ସାମଧାନ ହୋଇଯିବ ।

ବିଚ୍ଛା

ଆଜି ଆପଣଙ୍କୁ କିଛି ଭଲ ଖବର ମିଳିବ । ଅଫିସରୁ କିଛି କାମ ମିଳିବ, ଯାହାକୁ ପୁରା କରିବାରେ ଆପଣ ସଫଳ ହେବେ । ସନ୍ଧ୍ୟା ସମୟରେ ପରିବାର ଲୋକମାନଙ୍କ ସହିତ ମସ୍ତି କରିବେ । ଯାହା ଦ୍ଵାରା ପରିବାରରେ ଏକ ସୁଖମୟ ପରିବେଶ ଆରମ୍ଭ ହୋଇଯିବ । ଆପଣଙ୍କ ସମସ୍ତ ଯୋଜନା ସଫଳ ହେବେ । କିଛି ଲୋକମାନେ ନିଜ କାମରେ ସଫଲାତ ହାସଲ କରିବେ ତ ଅନ୍ୟ ପଟେ ଅନ୍ୟ କିଛି ଲୋକମାନେ ସଫଳ ହୋଇ ପାରିବେ ନାହିଁ । ଗୃହିଣୀ ମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ ।

ଧନୁ

ଆଜି କୌଣସି କାମ ପାଇଁ ଆପଣ ବାହାରକୁ ଯାଇ ପାରନ୍ତି । କିଛି ଲୋକମାନେ ଆପଣଙ୍କ ଘରକୁ ଆସି ପାରନ୍ତି । ପରିବାରରେ କାହାର ଅନୁପସ୍ଥିତି ଆପଣଙ୍କ ମନକୁ ଦୁଖିତ କରିପାରେ । ଆପଣ ନିଜର ଲକ୍ଷକୁ ପୁରା କରିବା ବିଷୟରେ ଚିନ୍ତା କରନ୍ତୁ । ଆପଣ ଦ୍ଵାରା ଚିନ୍ତା କରାଯାଇଥିବା କାମ ପୁରା ହେବ । ଯେଉଁ ଲୋକମାନେ ମାର୍କେଟିଙ୍ଗ ଫୀଲ୍ଡରେ କାମ କରୁଛନ୍ତି ତାଙ୍କ ପାଇଁ ଏହା ଭଲ ସମୟ ନୁହେଁ । କହିବାକୁ ଗଲେ ଆଜିର ଦିନ ମିଶ୍ରିତ ଫଳାଫଳ ଦେବ ।

ମକର

ଆଜି କାରୋବାର ସହ ଜଡିତ ଜରୁରୀ କାମ ପୁରା ହେବ । ଆଖପାଖର ଲୋକମାନଙ୍କ ଠାରୁ ଅପାନ କିଛି ନୂଆ କଥା ଶିଖିବେ । ଜୀବନସାଥି ଅପେକ୍ଷା ଆଜି ଦୂର ହୋଇପାରେ । ଆପଣ ନିଜର ଯୋଜନାକୁ ଗୋପନୀୟ ରଖିବେ । ମିତ୍ରଙ୍କ ସହ ସାକ୍ଷାତ କରିବା ପାଇଁ ଆପଣ ତାଙ୍କ ଘରକୁ ଯାଇ ପାରନ୍ତି । ଆପଣଙ୍କ ବନ୍ଧୁତା ଆହୁରି ବି ମଜବୁତ ହେବ । ଆଜି ଆପଣ କୌଣସି ସାମାଜିକ କାର୍ଯ୍ୟରେ ଭାଗ ନେବେ । ସମାଜରେ ଆପଣଙ୍କ ମାନ ସମାନ୍ନ ମିଳିପାରେ । ଏହା ସହିତ ଆପଣଙ୍କ ଭାଗ୍ୟ ବି ଭଲ ରହିବ ।

କୁମ୍ଭ

ଆଜି ଜୀବନସାଥିଙ୍କ ସହିତ କିଛି ରୋମାଣ୍ଟିକ ସମୟ ବିତାଇବେ । କାର୍ଯ୍ୟ କ୍ଷେତ୍ରରେ ଲୋକମାନଙ୍କ ପୁରା ସହଯୋଗ ମିଳିବ । ଆଜି ଆପଣଙ୍କ ଇନକମର ନୂତନ ସ୍ରୋତ ହାସଲ ହେବ । ପିଲାମାନଙ୍କ ସହିତ ମନ୍ଦିର ଯିବେ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନ ବିଶେଷ କିଛି ଭଲ ରହିବ ନାହିଁ । ଆଜି ଆପଣଙ୍କ ଭାଗ୍ୟ ବି ଭଲ ରହିବ ନାହିଁ । ଆପଣଙ୍କୁ ଅଚାନକ କିଛି ଅର୍ଥ ହାସଲ ହୋଇପାରେ । ଯାହାକୁ ଆପଣ ବହୁ ଦିନ ହେବ ଖୋଜୁଥିଲେ ।

ମୀନ

ଆଜି ନିଜର ଜରୁରୀ କାମକୁ ଆପଣ ନିଜର ଭାଇ ଭଉଣୀଙ୍କ ସହଯୋଗ ଦ୍ଵାରା ପୁରା କରିବେ । ଆଜି ପରିବାର ଲୋକମାନଙ୍କ ସହିତ ସମୟର ଭରପୁର ଲାଭ ଉଠାଇବେ । ଆପଣ ନିଜକୁ ସତେଜ ଅନୁଭବ କରିବେ । ବିଜନେସ ପାଇଁ କରିଥିବା ଯୋଜନାରେ ଆପଣଙ୍କୁ ଲାଭ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ବି ଭଲ ରହିବ । ଆଜି ଆପଣଙ୍କୁ ଆପଣଙ୍କ ପରିଶ୍ରମର ପୁରା ଫଳ ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।