“ୟେ ରିସ୍ତା କ୍ଯା କେହଲାତା ହେ” ସିରିଏଲ ରୁ ଫେମସ ହୋଇଥିବା ଅଭିନେତା “ମୋହସିନ ଖାନ” ଙ୍କୁ ବିବାହ କରିବାକୁ ଚାହାଁନ୍ତି TV ର ଏହି 4 ହିରୋଇନ

ଜଦି ଆଜିର ଦିନରେ କୈାଣସି ସିରିୟଲର ଚର୍ଚ୍ଚା ହେଉଥାଉ ତେବେ ତାହା ହେଉଛି ‘ୟେ ରିସ୍ତା କ୍ୟା କେହେଲାତା ହେ’ ଯାହା ବର୍ତ୍ତମାନ ନୁହେଁ ବରଂ ୧୨ ବର୍ଷ ହେଲା ଟିଭିରେ ରାଜ୍ କରୁଛି । ଯାହାଦ୍ଵାରା ସିରିୟଲର ଥିବା କଳାକାର ମାନଙ୍କର ଅନେକ ଚର୍ଚ୍ଚା ହେଉଛି । ଏଥିରେ ଜଣେ ମୁଖ୍ୟ ଅଭିନେତା ଅଛନ୍ତି ଯାହାଙ୍କର ନାଁ ମୋହସିନ ଖାନ୍ ଯିଏ ଏହି ସିରିୟଲରେ କାର୍ତ୍ତିକ ଗୋୟଲ ଭୂମିକାରେ ଅଭିନୟ କରୁଛନ୍ତି ।

ଯାହାଙ୍କର ସୁନ୍ଦର ଅଭିନୟ ପାଇଁ ସମସ୍ତଙ୍କ ମନ କିଣି ପାରିଛନ୍ତି । କଣ ଆପଣମାନେ ଜାଣନ୍ତି ଏହି ଟିଭି ଇଣ୍ଡଷ୍ଟ୍ରିର କଳାକାର ଜଣକ ୪ ଅଭିନେତ୍ରୀଙ୍କ ମନ ଜିତିଛନ୍ତି । ସେମାନେ ମୋହସିନ ଖାନ୍ କୁ ଏବେ ନୁହେଁ ବରଂ ଅନେକ ଆଗରୁ ପସନ୍ଦ କରନ୍ତି । ଆପଣଙ୍କ ପ୍ରିୟ ଅଭିନେତା ମୋହସିନ ଖାନ୍ କୁ ଟିଭିର ଏହି ୪ ଅଭିନେତ୍ରୀ ବହୁତ ପସନ୍ଦ କରନ୍ତି । ସେମାନେ କେଉଁ ଅଭିନେତ୍ରୀ ଅଟନ୍ତି ତାହା ଆସନ୍ତୁ ଜାଣିବା ।

୧- ନିକିତା ଦତ୍ତା : ଏହି ଲିଷ୍ଟରେ ସର୍ବପ୍ରଥମେ ନାଁ ଅଛି ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ନିକିତା ଦତ୍ତା । ଯିଏ ତାଙ୍କ ସାଙ୍ଗରେ କାମ ମଧ୍ୟ କରିଛନ୍ତି । ସେ ତାଙ୍କ ସହ ଡ୍ରିମଗାର୍ଲ୍ ସୀରିୟଲରେ କାମ କରିଥିଲେ । ଯେତେବେଳେ ଦୁହେଁ ଏହି ସୀରିୟଲରେ କାମ କରୁଥିଲେ ସେତେବେଳେ ଦୁହିଁଙ୍କ ଭିତରେ ଘନିଷ୍ଠ ବନ୍ଧୁତା ହୋଇ ଯାଇଥିଲା । ବର୍ତ୍ତମାନ ତାଙ୍କର ବନ୍ଧୁତା ଏତେ ଗଭୀର ହୋଇ ଯାଇଛି ଯେ ଦୁହେଁ ଅନେକ ସ୍ଥାନରେ ଦେଖା ଯାଉଛନ୍ତି । ଯଦି ଦୁହେଁ ଏତେ ଭଲ ସାଙ୍ଗ ଅଟନ୍ତି ତେବେ ନିଶ୍ଚିତ ଭାବେ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିବେ ।

୨- ମହିମା ମକ୍ୱାନା : ମୋହସିନ ଖାନ୍ କୁ ପସନ୍ଦ କରୁଥିବା ଅଭିନେତ୍ରୀ ମାନଙ୍କ ଭିତରୁ ମହିମା ମକ୍ୱାନା ମଧ୍ୟ ଅଛି ଯିଏ ମୋହସିନ ଖାନ୍ କୁ ପସନ୍ଦ କରନ୍ତି । ଏହା ଆମେ ନୁହେଁ ବରଂ ସେ ନିଜେ ଏକ ସାକ୍ଷାତକାରରେ ଏହି କଥା କହିଥିଲେ । ସେ କହିଥିଲେ ମୋହସିନ୍ ଖାନ୍ ଟିଭି ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ଅଭିନେତା ଅଟନ୍ତି ଯିଏ ତାଙ୍କ ଭୂମିକାକୁ ବହୁତ ସୁନ୍ଦର ଭାବରେ ଲିଭାନ୍ତି କି ତାଙ୍କ ଅଭିନୟରେ ଅଲଗା ହିଁ ମଜା ଥାଏ ଯାହାଫଳରେ ଦର୍ଶକ ମାନେ ତାଙ୍କ ଆଡ଼କୁ ଆକର୍ଷିତ ହୁଅନ୍ତି । ଖାଲି ତାଙ୍କର ଏହି ଅନ୍ଦାଜ ତାଙ୍କୁ ପସନ୍ଦ କରିବାକୁ ବାଧ୍ୟ କରୁଛି ।

୩- ସିବାନୁ ତୋମାର : ‘ଈସ୍ ପ୍ୟାରକୋ କ୍ୟା ନାମ୍ ଦୁଁ- ୩’ ସିରିୟଲର ମୁଖ୍ୟ ଅଭିନେତ୍ରୀ ରୂପରେ କାମ କରୁଥିବା ସିବାନୀ ଏହି ଲିଷ୍ଟ ମଧ୍ୟରେ ଜଣେ ଅଟନ୍ତି ଯିଏ ମୋହସିନ ଖାନ୍ କୁ ବହୁତ ପସନ୍ଦ କରନ୍ତି । ସେ ଏବେଠୁ ନୁହେଁ ବରଂ ତାଙ୍କୁ ସେବେଠାରୁ ପସନ୍ଦ କରନ୍ତି ଯେତେବେଳେ ସୋ ‘ନିଶା ଅର୍ ଉସକେ କଜନ୍’ କରୁଥିଲେ ।

ଯେଉଁଠି ଦୁହେଁ ରୋମାଣ୍ଟିକ ଚରିତ୍ରରେ ନଜର ଆସିଥିଲେ ଏବଂ ଏହାପରେ ସେ ତାଙ୍କ ସହ କାମ କରିବାକୁ ଚାହୁଁଥିଲେ । ଯେତେବେଳେ ସେ ତାଙ୍କୁ ‘ୟେ ରିସ୍ତା କ୍ୟା କେହେଲାତା ହେ’ ରେ କାର୍ତ୍ତିକ ଭୂମିକାରେ ଦେଖିଲେ ସେତେବେଳେ ସେ ଆହୁରି ଇଚ୍ଛୁକ ହେଲେ ତାଙ୍କ ସହ ଅଭିନୟ କରିବାକୁ ।

୪- ସିଭାଙ୍ଗୀ ଜୋଷି : ଯିଏ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ ମୁଖ୍ୟ ଅଭିନେତ୍ରୀ ରୂପେ କାମ କରୁଛନ୍ତି ଏବଂ ତାଙ୍କୁ ବହୁତ ପସନ୍ଦ କରନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।