ସଲମାନଙ୍କ ଭଉଣୀ ଅର୍ପିତା ଦୁବାଇର ରେଷ୍ଟୁରାଣ୍ଟରେ କଲେ ଏମିତି କାମ ଭିଡ଼ିଓ ହେଉଛି ଭାଇରାଲ, ଦେଖନ୍ତୁ 

ବଲିଉଡର ଦବଙ୍ଗ ଖାନ ଭାଇଯାନ ସଲମାନ ଖାନଙ୍କ ଭଉଣୀ ଦୁବାଇର ଏକ ରେସ୍ତୋରାଁଟରେ ପ୍ଲେଟ ଭାଙ୍ଗିବାର ଭିଡିଓ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆସନ୍ତୁ ଜାଣିବା ଏହାର ଅସଲ କାରଣ କଣ ଅଟେ ଓ ଏହା ସେ କାହିଁକି କରିଥିଲେ । ଏହି ଭିଡିଓ ବହୁତ ପୁରୁଣା ଅଟେ । କହିବାକୁ ଗଲେ ଏହା ସେହି ସମୟର ଭିଡିଓ ଅଟେ ଯେତେବେଳେ ସେ ଦୁବାଇର ଏକ ଟ୍ରିପରେ ଥିଲେ ।

ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି ଅର୍ପିତା ପ୍ଲେଟ ଗୁଡିକ ପବନରେ ଉପରକୁ ଫୋଫଡ଼ି ଭାଙ୍ଗୁଛନ୍ତି । ଏହି ସମୟରେ ତାଙ୍କ ସାଙ୍ଗମାନେ ମଧ୍ୟ ପାଖରେ ବସିଥିଲେ ।

ଏହି ଭିଡିଓ ବହୁତ ପୁରୁଣା କିନ୍ତୁ ସୋସିଆଲ ମିଡିଆରେ ଧମାଲ କରିବା ପାଇଁ କିଛି ଲୋକମାନେ ଏହି ଭିଡିଓକୁ ଆଉ ଥରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।ଏହି ଭିଡିଓକୁ ଦେଖି ଅନେକ ଭାବୁଛନ୍ତି କି ଅର୍ପିତା ଏମିତି କାହିଁକି କରୁଛନ୍ତି । କିନ୍ତୁ ଆମେ ଆପଣଙ୍କୁ କହିଦେଉହକୁ କି ଏହିଭଳି କରିବା ଏହି ରେସ୍ତୋରାଁଟର ଏକ ପରମ୍ପରା ରହିଆସିଛି । ଗ୍ରୀକ ପରମ୍ପରା ଅନୁସାରେ ଏହି ପ୍ଲେଟ ଭାଙ୍ଗିବା ଏକ ଶୁଭ ପରମ୍ପରା ଅଟେ ।

ଏହି ପରମ୍ପରା ଗ୍ରୀକର ଏକ ବହୁତ ପୁରୁଣା ପ୍ରଥା ଅଟେ ଓ ବର୍ତ୍ତମାନ ସମୟରେ ଏହାକୁ ଦୁବାଇର କିଛି ରେସ୍ତୋରାଁଟ ଆପଣେଇ ନେଇଛନ୍ତି । ମାନ୍ୟତା ଅଛି କି ପ୍ଲେଟ ଭାଙ୍ଗିଲେ ଆପଣଙ୍କ ପାଖରେ ଥିବା ନକରାତ୍ମକ ପ୍ରଭାବ ଦୁରେଇ ଯାଇଥାଏ ଓ ଆପଣଙ୍କୁ ସବୁବେଳେ ଶୁଭଫଳ ମିଳିବାକୁ ଲାଗିଥାଏ ଏବଂ ବହୁତ ଖୁସି ମଧ୍ୟ ମିଳିଥାଏ । ଏଥିପାଇଁ ଅର୍ପିତା ଏହାକୁ କରୁଥିଲେ ।

ଆପଣଙ୍କୁ କହିଦେଉଛୁ କି ଅର୍ପିତାଙ୍କ ପୂର୍ବରୁ ବହୁତ ବଲିଉଡର ବଡ ବଡ ନାମୀ ଦାମୀ ବ୍ୟକ୍ତି ଏହି ପରମ୍ପରାକୁ ଆପଣେସାରିଛନ୍ତି । ବର୍ଷ ୨୦୧୯ରେ ଶିଳ୍ପା ସେଠି ଏହି ପ୍ରକାରର ଏକ ଭିଡିଓ ସୋସିଆଲ ମିଡିଆରେ ଛାଡି ଥିଲେ । ଯେଉଁଥିରେ କି ସେ ଚଟାଣରେ ପ୍ଲେଟ ଭାଙ୍ଗି ତାହା ଉପରେ ଡାନ୍ସ କରିବାର ନଜର ଆସିଥିଲେ । ସେ ଏହି ଭିଡିଓ ମାଧ୍ୟମରେ ଲେଖିଥିଲେ କି ପ୍ଲେଟ ଭାଙ୍ଗିଲି ଓ ଧୋଇବାରୁ ବଞ୍ଚିଲି.. .ଆଜି ବହୁତ ମଜା ଲାଗିଲା । ସେ ଆଗକୁ ଲେଖିଲେ କି ଏହି ପ୍ଲେଟ ଭାଙ୍ଗି ସେଥିରେ ନାଚିବା ପରମ୍ପରା ବହୁତ ଭଲ ଲାଗିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।