ଭୋଜି ହଣ୍ଡାରେ ବସି ବିବାହ କରିବାକୁ ଗଲେ ବର-କନ୍ୟା, ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ସାଧାରଣତଃ ବର ଓ କନ୍ୟା କାରରେ ବସି ମନ୍ଦିରରେ ପହଞ୍ଚନ୍ତି । କିନ୍ତୁ ଏହି କେରଳ ଦମ୍ପତ୍ତିଙ୍କ କ୍ଷେତ୍ରରେ ଏହା ଥିଲା ସଂପୂର୍ଣ୍ଣ ନିଆରା । ଭୀ-ଷ-ଣ ବନ୍ୟା ପ୍ର-ତି-ବ-ନ୍ଧ-କ ସାଜିଥିଲେ ମଧ୍ୟ ଏହି ଦମ୍ପତ୍ତିଙ୍କ ପ୍ରେମ ଏବଂ ଦୃଢ ମନୋବଳ ଆଗରେ ବା-ଧ-କ ହୋଇ ପାରିନାହିଁ । ଏକ ଭୋଜି ହଣ୍ଡାରେ ବସି ପ୍ରାୟ ୫୦୦ ମିଟର ଯାତ୍ରା କରି ବନ୍ୟାକୁ ପାର କରି କେରଳର ଏହି ଦମ୍ପତ୍ତି ବିବାହ ପାଇଁ ଠିକ ସମୟରେ ମନ୍ଦିରରେ ପହଞ୍ଚିଥିଲେ । ଗତ ସୋମବାର ଦିନ କେରଳର ଥାକାଜି ନିକଟସ୍ଥ ଆଲପୁଜାର ଏକ ମନ୍ଦିରରେ ଏହି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

କେରଳରେ ଗତ ଶୁକ୍ରବାର ରାତିରୁ ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି । ବନ୍ୟା ଯୋଗୁଁ ଏହି ସ୍ଥାନ ମାନଙ୍କରେ ଥିବା ରାସ୍ତା ଗୁଡିକ ସଂପୂର୍ଣ୍ଣ ଭାବେ ବୁଡି ଯାଇଛି । କେରଳର ଏହି ବର ବଧୂ ଉଭୟଙ୍କ ଘର ବନ୍ୟା ପ୍ରଭାବିତ ଅଞ୍ଚଳରେ ହୋଇଥିବାରୁ ସେମାନଙ୍କ ବିବାହ କାର୍ଯ୍ୟରେ ବାଧା ଦେଖା ଦେଇଥିଲା । ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇ ଯାଇଥିଲା ଓ ବନ୍ୟା ଜଳ ସ୍ରୋତ ହୋଇ ବହି ଚାଲିଥିଲା ।

ସମସ୍ତ ପ୍ରକାର ପ୍ର-ତି-ବ-ନ୍ଧ-କ ସତ୍ତ୍ୱେ ବନ୍ୟା ଜଳକୁ ସାହାରା ବନେଇ ପାରମ୍ପରିକ ଭୋଜି ହଣ୍ଡାରେ ବସି ଏହି ବର କନ୍ୟା ମନ୍ଦିରରେ ବିବାହ କରିବାକୁ ପହଞ୍ଚିଥିଲେ । କେବଳ ସେତିକି ନୁହେଁ ବରଂ ବିବାହ ପାଇଁ ଧାର୍ଯ୍ୟ ହୋଇଥିବା ଶୁଭ ଲଗ୍ନ ପୂର୍ବରୁ ହିଁ ସେମାନେ ମନ୍ଦିରରେ ପହଞ୍ଚି ଯାଇଥିଲେ ଓ ସବୁଦିନ ପାଇଁ ପରସ୍ପରକୁ ସ୍ଵାମୀ-ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ । ଏହି ବିବାହରେ ଅଳ୍ପ ଆତ୍ମୀୟ ସ୍ଵଜନ ସାମିଲ ହୋଇଥିଲେ । ବିବାହ ଷ୍ଟେଜକୁ ଛାଡିଦେଲେ ବିବାହ ହଲ୍ ରେ ମଧ୍ୟ ବନ୍ୟା ଜଳ ପଶି ଯାଇଥିଲା ।

ତଥାପି ସବୁ ବା-ଧା-ବି-ଘ୍ନ-କୁ ପାର କରି ବିବାହ କରିଥିବା ଏହି ଦମ୍ପତ୍ତି ଖୁବ ଖୁସି ଜଣା ପଡୁଥିଲେ । ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଉଚିତ ସମୟରେ ବିଧି ବିଧାନ ସହ ବିବାହ କରି ପାରି ଥିବାରୁ ବର ବଧୂଙ୍କ ସମେତ ସେମାନଙ୍କ ପରିବାର ଓ ବନ୍ଧୁବାନ୍ଧବ ସମସ୍ତେ ଖୁସି ଅଛନ୍ତି । ଆପଣଙ୍କୁ ଏହି ନିଆରା ବିବାହ ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।