40 ବର୍ଷ ବୟସ ପାର ହେବା ପରେ ବି କୁଆଁରୀ ଅଛନ୍ତି TVର ଏହି ସବୁ ସୁନ୍ଦର ହଟ ହିରୋଇନ

ଟିଭି ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ଏପରି ଅଛନ୍ତି ଯେଉଁମାନେ ଲୋକଙ୍କ ପରିବାରର ସଦସ୍ୟ ଭଳି ହୋଇ ସାରିଛନ୍ତି । ସେମାନେ ଧାରାବାହିକରେ ସଂସ୍କାରୀ ବୋହୂ, ସଂସ୍କାରୀ ପତ୍ନୀ ଓ ମା ର ଭୂମିକାରେ ମଧ୍ୟ ଅନେକ ଥର ଅଭିନୟ କରିଛନ୍ତି ଓ ଧାରାବାହିକର ଟ୍ରାକ ଅନୁସାରେ ଅନେକ ଥର ୭ ଫେରା ମଧ୍ୟ ନେଇ ସାରିଛନ୍ତି । କିନ୍ତୁ ଖାସ୍ କଥା ହେଉଛି ଧାରାବାହିକରେ ସଂସ୍କାରୀ ବୋହୂ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ମାନେ ଅସଲ ଜୀବନରେ ଏବେ ମଧ୍ୟ କୁଆଁରୀ ଅଛନ୍ତି । ଆଉ କିଛି ବିବାହ କରି ମଧ୍ୟ ସ୍ବାମୀଙ୍କ ଠୁ ଅଲଗା ହୋଇ ଏକା ରହୁଛନ୍ତି । ତେବେ ଆସନ୍ତୁ ଜାଣିବା ସେପରି କିଛି ଅଭିନେତ୍ରୀଙ୍କ ବିଷୟରେ ।

ନେହା ମେହେଟା

ନିକଟରେ ତାରକ୍ ମେହେଟା କା ଉଲଟା ଚଷମା ଶୋ ରୁ ବିଦାୟ ନେଇଥିବା ପୁରୁଣା ଅଞ୍ଜଳି ଭାବି ଏହି ଶୋ ମାଧ୍ୟମରେ ଖୁବ୍ ପ୍ରଶଂସା ସାଉଁଟି ଥିଲେ । ନେହା ମେହେଟା ଏହି ଶୋ ରେ ଲେଖକ ତାରକ୍ ମେହେଟାଙ୍କ କଡା ଡାଏଟସିଆନ୍ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଶୋ ରେ ବିବାହିତା ଚରିତ୍ରରେ ଅଭିନୟ କରି ସାରିଥିବା ଅଭିନେତ୍ରୀ ନେହା ମେହେଟା ଅସଲ ଜୀବନରେ ସିଙ୍ଗଲ ଅଟନ୍ତି । ସେ ଏବେ ୪୨ ବର୍ଷ ବୟସର ହୋଇ ଯାଇଛନ୍ତି, ତଥାପି ସିଙ୍ଗଲ ଅଛନ୍ତି । ସେ କୁହନ୍ତି ସେ ନିଜ କ୍ୟାରିଅର ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି ଓ ଏପରି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହାଁନ୍ତି ଯିଏ ଏହି ସମ୍ପର୍କକୁ ଖୁବ୍ ଗୁରୁତ୍ବ ଦେଉଥିବେ ।

ମେଘନା ମଲ୍ଲିକ

ଇସ୍ ଦେଶ୍ ନା ଆନା ଲାଡୋ ଧାରାବାହିକରେ ଜେଜେମା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମେଘନା ମଲ୍ଲିକ ୪୨ ବର୍ଷ ବୟସର ଅଟନ୍ତି । କିନ୍ତୁ ସେ ବର୍ତ୍ତମାନ ମଧ୍ୟ ସିଙ୍ଗଲ ଜୀବନ କାଟୁଛନ୍ତି । ତାଙ୍କ ବିବାହ ୨୦୦୦ ମସିହାରେ ହୋଇଥିଲା । କିନ୍ତୁ ସେ ନିଜ ସ୍ଵାମୀଙ୍କ ଠୁ ଅଲଗା ରହୁଛନ୍ତି । ନିକଟରେ ରିଲିଜ୍ ହୋଇଥିବା ସୁପରହିଟ ୱେବ୍ ସିରିଜ ମିର୍ଜାପୁର-୨ ରେ ସେ ଶକୁନ୍ତଳା ଶୁକ୍ଳା ଚରିତ୍ରରେ ଅଭିନୟ କରିଥିଲେ । ଏହା ଛଡା ସେ ବନ୍ଦିସ ବାନ୍ଦିତସ୍, ଅଙ୍ଗ୍ରେଜୀ ମିଡିୟମ୍ ପରି ଅନେକ ହିଟ୍ ୱେବ୍ ସିରିଜ ଓ ଫିଲ୍ମ ଗୁଡିକରେ ମଧ୍ୟ କାମ କରି ସାରିଛନ୍ତି ।

ସାକ୍ଷୀ ତନୱାର

କହାନୀ ଘର୍ ଘର୍ କି, ବଡେ ଆଚ୍ଛେ ଲଗତେ ହେ ପରି ଲୋକପ୍ରିୟ ଧାରାବାହିକ ଗୁଡିକରେ ଅଭିନୟ କରି ସାରିଥିବା ସାକ୍ଷୀ ତନୱାର ଏବେ ୪୭ ବର୍ଷ ବୟସର ହୋଇ ସାରିଛନ୍ତି । ଅନେକ ରୋମାଣ୍ଟିକ ଭୂମିକାରେ ଅଭିନୟ କରି ସାରିଥିବା ସାକ୍ଷୀ ଏବେ ମଧ୍ୟ ସିଙ୍ଗଲ ଅଛନ୍ତି । ୨୦୧୮ ମସିହାରେ ସେ ଏକ ଝିଅ କୁ ଆଡ଼ପ୍ଟ କରିଛନ୍ତି ।

ଶିଳ୍ପା ଶିନ୍ଦେ

ଟିଭିର ଅଙ୍ଗୁରି ଭାବି ଙ୍କୁ କିଏ ନ ଜାଣିଛି! ଭାବିଜୀ ଘର୍ ପର୍ ହେ ଶୋ ରୁ ଫେମସ୍ ହୋଇଥିବା ଶିଳ୍ପା ସିନ୍ଦେ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ୨୦୦୯ ମସିହାରେ ୪୨ ବର୍ଷୀୟା ଅଭିନେତ୍ରୀ ଶିଳ୍ପା ଙ୍କ ବିବାହ ଅଭିନେତା ରୋମିତ୍ ରାଜ୍ ଙ୍କ ସହ ହେବାର ଥିଲା । କିନ୍ତୁ କୌଣସି କାରଣରୁ ନିର୍ବନ୍ଧ ପରେ ମଧ୍ୟ ତାଙ୍କ ବିବାହ ଭାଙ୍ଗି ଯାଇଥିଲା । ଶିଳ୍ପା ଏବେ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି । କିନ୍ତୁ କାହା ନା କାହା ସହ ତାଙ୍କ ନାମ ଯୋଡ଼ି ହେଉ ଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।