ଏହି ମୁସଲମାନ ହସିନାଙ୍କ ପାଇଁ 9 ବର୍ଷ ଅପେକ୍ଷା କରିଥିଲେ ଅଭିନେତା Sunil Shetty, ପରେ ହିନ୍ଦୁ ବନେଇ ଧୁମଧାମ୍ ରେ କରିଥିଲେ ବିବାହ

ସୁନିଲ ସେଟ୍ଟୀ ହିନ୍ଦୀ ସିନେମା ଜଗତର ଜଣେ ଦିଗଜ କଳାକାର ଅଟନ୍ତି । ସେ ବିଗତ 30 ବର୍ଷ ଧରି ହିନ୍ଦୀ ସିନେମା ସହ ଜଡିତ ଅଛନ୍ତି । ସେ ୧୯୯୨ ରେ ଫିଲ୍ମ “ବଲବାନ” ରୁ ନିଜ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଫିଲ୍ମଟି ୧୧ ସେପ୍ଟେମ୍ବର ୧୯୯୨ରେ ରିଲିଜ ହୋଇଥିଲା । ଯାହା ଚଳିତ ବର୍ଷ ସେପ୍ଟେମ୍ବରକୁ ୩୦ ବର୍ଷ ପୂରଣ କରିବ । ସୁନିଲ ସେଟ୍ଟୀ ୯୦ ଦଶକରେ ଫିଲ୍ମ ଦୁନିଆରେ ସକ୍ରିୟ ଥିଲେ ଓ ବର୍ତ୍ତମାନ ମଧ୍ୟ ଫିଲ୍ମ ମାନଙ୍କରେ ସହାୟକ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳୁଛି ।

୬୦ ବର୍ଷୀୟ ସୁନିଲ ସେଟ୍ଟୀ ହିନ୍ଦୀ ସିନେମାରେ ପାଦ ଦେବା ଆଗରୁ ହିଁ ବିବାହ କରି ନେଇଥିଲେ । ବଲିଉଡ ଡେବ୍ୟୁର ଏକ ବର୍ଷ ପୂର୍ବରୁ ଅର୍ଥାତ ୧୯୯୧ ରେ ବିବାହ କରିଥିଲେ ସୁନିଲ । ତାଙ୍କ ପତ୍ନୀଙ୍କ ନାମ ହେଉଛି ମାନା ସେଟ୍ଟୀ, ଯିଏକି ପୂର୍ବରୁ ମାନା ମୋନିଶା କାଦରୀ ଭାବେ ପରିଚିତ ଥିଲେ । କାରଣ ସେ ମୁସଲିମ ଧର୍ମାବଲମ୍ବୀ ଥିଲେ । ସୁନିଲ ସେଟ୍ଟୀ ଓ ମାନାଙ୍କ ପ୍ରେମ କାହାଣୀ ବହୁତ ହୃଦୟଛୁଆଁ ଅଟେ । ଦୁହେଁ ବିବାହ କରିବା ପାଇଁ ୯ ବର୍ଷ ଅପେକ୍ଷା କରିଥିଲେ ।

ସୁନିଲ ସେଟ୍ଟୀ ଓ ମାନା ଅଲଗା ଅଲଗା ଧର୍ମର ହୋଇଥିବାରୁ ସେମାନଙ୍କ ବିବାହରେ ବିଳମ୍ବ ହୋଇଥିଲା । ସୁନିଲ ହିନ୍ଦୁ ଥିବା ବେଳେ ମାନା ମୁସଲିମ ଥିଲେ । ଶୁଣିବାକୁ ମିଳେ କି ସୁନିଲ ସେଟ୍ଟୀ ମାନାଙ୍କୁ ପ୍ରଥମ ଥର ପାଇଁ ମୁମ୍ବାଇ ମାଲାବାର ହିଲ୍ସର ଏକ ପେଷ୍ଟ୍ରି ଦୋକାନରେ ଦେଖିଥିଲେ ।

ପ୍ରଥମ ଦେଖାରେ ହିଁ ମାନାଙ୍କୁ ନିଜ ହୃଦୟ ଦେଇ ବସିଥିଲେ ସୁନିଲ ସେଟ୍ଟୀ । ସେ ମୋନିଶାଙ୍କ ସହ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇ ସାରିଥିଲେ । ପ୍ରଥମେ ସୁନିଲ ମାନାଙ୍କ ଭଉଣୀ ସହ କଥାବାର୍ତ୍ତା ବଢାଇଥିଲେ । ଏହାପରେ ସୁନିଲଙ୍କ ଜଣେ ବନ୍ଧୁଙ୍କ ପାର୍ଟିରେ ମାନାଏନକେ ସହ ତାଙ୍କର ଭେଟ ହୋଇଥିଲା ।

ସେହି ପାର୍ଟିରେ ସୁନିଲ ଓ ମାନା ପରସ୍ପର ସହ ଭଲଭାବେ ମିଶି ଯାଇଥିଲେ । ପାର୍ଟି ପରେ ସୁନିଲ ମାନାଙ୍କୁ ନିଜ ବାଇକରେ ବୁଲେଇ ନେବା ସହ ତାଙ୍କ ସାମ୍ନାରେ ପ୍ରେମ ପ୍ରସ୍ତାବ ମଧ୍ୟ ରଖିଥିଲେ । ମାନା ମଧ୍ୟ ସୁନିଲଙ୍କୁ ନିଜ ହୃଦୟ କଥା କହି ଦେଇଥିଲେ । ଦୁହେଁ ପ୍ରେମ ସ୍ଵୀକାର କରି ଦେଇଥିଲେ ମଧ୍ୟ ସେମାନଙ୍କ ବିବାହରେ ବାଧା ସାଜୁଥିଲା ଧର୍ମ ।

ଉଭୟଙ୍କ ପରିବାର ସେମାନଙ୍କ ବିବାହ କରିବାକୁ ଚାହୁଁ ନଥିଲେ ମଧ୍ୟ ସେମାନଙ୍କ ଭାଗ୍ୟରେ ସାରା ଜୀବନର ସାଥ୍ ଲେଖାଥିଲା । ୨୫ ଡିସେମ୍ବର ୧୯୯୧ରେ ସୁନିଲ ଓ ମୋନିଶା ବିବାହ କରିଥିଲେ । ମୋନିଶା ମୁସଲିମରୁ ହିନ୍ଦୁ ହୋଇ ଯାଇଥିଲେ । ତାଙ୍କ ନାମ ବଦଳାଇ ମାନା ସେଟ୍ଟୀ ରଖାଗଲା ।

ଏହାପରେ ସେମାନେ ଦୁଇ ସନ୍ତାନଙ୍କ ପିତାମାତା ମଧ୍ୟ ହେଲେ, ଆଥିୟା ସେଟ୍ଟୀ ଓ ଆହାନ ସେଟ୍ଟୀ । ଆଥିୟା ଓ ଆହାନ ମଧ୍ୟ ବଲିଉଡରେ ନିଜର ଡେବ୍ୟୁ କରି ସାରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।