ଶେଷରେ ସ୍ନେହା ଖୋଲିଲେ ମୁହଁ, କହିଲେ କଣ ପାଇଁ ତାଙ୍କୁ ଐଶ୍ବର୍ୟାଙ୍କ ସହ Compare କରାଯାଉଥିଲା

ସଲମାନ ଖାନ ଙ୍କ ସହିତ ଯେତେବେଳେ ଅଭିନେତ୍ରୀ ସ୍ନେହା ଉଲାଲ ଲକି ଫିଲ୍ମ ରେ ଡେଵ୍ୟୂ କଲେ ସେତେବେଳେ ସ୍ନେହା ବହୁତ ଚର୍ଚ୍ଚାରେ ରହିଥିଲେ । ସ୍ନେହା ଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସ୍ନେହା ବିଲକୁଲ ଐଶ୍ୱର୍ୟ୍ୟା ରାୟ ଙ୍କ ପରି ଦେଖାଯାଉଥିଲେ ଏବଂ ଏହା ପରେ ଐଶ୍ୱର୍ୟ୍ୟା ରାୟ ଙ୍କ ସହିତ ସ୍ନେହା ଙ୍କୁ ତୁଳନା କରା ଯାଇଥିଲା ।

କିନ୍ତୁ ଏବେ ବହୁତ ବର୍ଷ ପରେ ସ୍ନେହା ଏବେ ମୁହଁ ଖୋଲିଛନ୍ତି । ଗୋଟେ ନିଉଜ ଇନ୍ତରଭିଉ ରେ ସ୍ନେହା କହିଛନ୍ତି କି ମୁ ମୋ ନିଜ ପାଇଁ ଖୁସି ଅଛି ମୋତେ ଏମିତି ତୁଳନା କରିବା ଭଲ ଲାଗେନା ଏବଂ ଏହା ମୋତେ କିଛି ଫରକ ପକେଇ ନାହିଁ । ଏଇଟା ସେମାନଙ୍କର ପିଆର ଷ୍ଟ୍ରଟେଜି ଥିଲା ଯାହା ପାଇଁ ସେ ଏମିତି କରିଛନ୍ତି ନହେଲେ ମୋତେ ଏଥିରୁ କିଛି ଲେନ ଦେନ ନାହିଁ ।

ମାନେ ଲକି ଫିଲ୍ମ ପାଇଁ ଏଇଟା ଲୋକମାନଙ୍କ ପାଇଁ ଗୋଟେ ପିଆର ଷ୍ଟ୍ରଟେଜି ଥିଲା ଯେମିତିକି ଲୋକ ସ୍ନେହା ଙ୍କୁ ଐଶ୍ୱର୍ୟ୍ୟା ଙ୍କ ସହିତ ତୁଳନା କରିବେ । ନିଜ ଡେଵ୍ୟୂ ପରେ ସ୍ନେହା କହିଥିଲେ କି ସେ ଐଶ୍ୱର୍ୟ୍ୟା ରାୟ ଙ୍କ ବହୁତ ବଡ଼ ଫ୍ୟାନ ଅଟନ୍ତି । ତାଙ୍କ ପରିଶ୍ରମ ଏବଂ ସଫଳତାକୁ ସବୁବେଳେ ଉପରେ ରଖିବା ଦରକାର ।

ତାଙ୍କ ସହିତ ମୋ ଲୁକ କୁ ନେଇ କମ୍ପେୟାର ହେଉଛି ଯାହା ମୋତେ ବେଶି ଖୁସି ଲାଗୁନି । ମୁ ମୋ ନିଜର ପରିଚୟ ଚାହେଁ । ଯଦି ମୁଁ ତାଙ୍କ ଭଳିଆ ଦେଖା ଯାଉଛି ସେଥିପାଇଁ ମୁ କଣ କରିବି । ମୁ ଏଥିପାଇଁ ମୋ ନିଜକୁ ତ ଆଊ ବଦଳେଇ ପାରିବିନି । ମୁ ମୋ ନିଜ ପରିଶ୍ରମ ବଳରେ ନିଜର ପରିଚୟ ଚାହେଁ ।

ଐଶ୍ୱର୍ୟ୍ୟାଙ୍କ ସହିତ ଥରେ ଦେଖା ହୋଇଥିଲା ଐଶ୍ୱର୍ୟ୍ୟା ବହୁତ ସମ୍ମାନ ସହିତ କଥା ହୋଇଥିଲେ । ମୁ ତାଙ୍କୁ ବହୁତ ପସନ୍ଦ କରେ । ପ୍ରଥମେ ମୁ ତାଙ୍କୁ ଅଣଦେଖା କରିଥିଲି କିନ୍ତୁ ପରେ ମୁଁ ନିଜେ ତାଙ୍କ ପାଖକୁ ଯାଇ କଥା ହୋଇଥିଲି । ଖବର ଅନୁସାରେ ସ୍ନେହା ଙ୍କୁ ସଲମାନ ଖାନ ଙ୍କ ଭଉଣୀ ଅର୍ପିତା ଖାନ ଖୋଜିଥିଲେ ।

ଆଊ ଯେତେବେଳେ ସଲମାନ ଖାନ ସ୍ନେହା ଙ୍କୁ ଫୋନ କରିଥିଲେ ସେତେବେଳେ ସ୍ନେହା ଭାବିଥିଲେ କି ତାହା କୌଣସି ପ୍ରାଙ୍କ କଲ ଅଟେ । ସ୍ନେହା ଜି ୫ ର ଏକ ଥ୍ରୀଲର ଶୋ ଏକ୍ସପାରି ଡେଟ ଜରିଆରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏବଂ ଏହି ସିରିଜ ଖୁବ ଶୀଘ୍ର ଆସିବାକୁ ଯାଉଛି ।

ତେବେ ଆପଣଙ୍କୁ ସ୍ନେହା ଏବଂ ଐଶ୍ୱର୍ୟ୍ୟା ଙ୍କ ଭିତରୁ କିଏ ପସନ୍ଦ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।