ଅଭିଷେକଙ୍କ ପୂର୍ବରୁ ୟାଙ୍କ ବଧୁ ବନିଥିଲେ ଐଶ୍ୱର୍ୟା, ଆଜି ଜାଣି ନିଅନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି ଏହି ଘଟଣା

ଯେତେବେଳେ ବି ବଲୀଉଡରେ ସବୁଠୁ ସୁନ୍ଦର ଅଭିନେତ୍ରୀର ନାମ ଆସିଥାଏ, ତେବେ ସର୍ବ ପ୍ରଥମେ ଲୋକମାନଙ୍କର ମନରେ ବିଶ୍ଵର ସବୁଠୁ ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ୟା ରାୟଙ୍କର ନାମ ଆସିଥାଏ । ଐଶ୍ୱର୍ୟା ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଐଶ୍ୱର୍ୟା ଯେତେ ସୁନ୍ଦର ଅଟନ୍ତି ସେତିକି ହିଁ ତାଙ୍କର ଅଫେୟାରର କାହାଣୀ ବି ଅଛି । ବର୍ତ୍ତମାନ ସେ ଅଭିଷେକଙ୍କୁ ବିବାହ କରି ନେଇଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ସେ ନିଜର ଅଫେୟାରର କାରଣରୁ ଚର୍ଚାରେ ଥାଆନ୍ତି । ଐଶ୍ୱର୍ୟାଙ୍କର ଅଫେୟାର ବଲୀଉଡର ସୁପରଷ୍ଟାର ସଲମାନ ଖାନ ଓ ବିବେକ ଓବରୟଙ୍କ ସହିତ ଚାଲିଥିଲା । କିନ୍ତୁ କେହି ସଫଳ ହୋଇ ପାରିଲେ ନାହିଁ ।

Image courtesy: Google

ଏହା ପରେ ଐଶ୍ୱର୍ୟା ଓ ଅଭିଷେକଙ୍କର ଫିଲ୍ମ ‘ବଂଟୀ ଓ ବବଲୀ’ର ଆଇଟମ ଗୀତ ‘କଜରାରେ-କଜରାରେ’ ରେ ଦୁଇ ଜଣଙ୍କର ସାକ୍ଷାତ ହେଲା । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ଅଫେୟାର ଆରମ୍ଭ ହୋଇଗଲା ଓ ଶେଷରେ ଦୁଇ ଜଣ ବିବାହ କରିବା ପାଇଁ ନିଷ୍ପତି ନେଲେ ।

Image courtesy: Google

କିନ୍ତୁ ବଚ୍ଚନ ପରିବାର ପ୍ରଥମେ ଐଶ୍ୱର୍ୟାଙ୍କୁ ନିଜ ଘରର ବୋହୁ କରିବାକୁ ଚାହୁଁ ନ ଥିଲେ ଓ ଏହାର କାରଣ ଐଶ୍ୱର୍ୟାଙ୍କର କିଛି ଅଭ୍ୟାସ ଥିଲା ଯାହା ଆଜି ବି ବଚ୍ଚନ ପରିବାରଙ୍କୁ ପସନ୍ଦ ନୁହେଁ । କିନ୍ତୁ ଶେଷରେ ସମସ୍ତେ ରାଜି ହୋଇଗଲେ । ଏହା ପରେ ଦୁଇ ଜଣଙ୍କର ବିବାହରେ ବିଭିନ୍ନ ବାଧା ବି ଆସିଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଅଭିଷେକ ବଚ୍ଚନ ଐଶ୍ୱର୍ୟା ରାୟଙ୍କର ପ୍ରଥମ ସ୍ଵାମୀ ନୁହନ୍ତି । କହିଦେଉଛୁ କି ଅଭିଷେକଙ୍କ ପୂର୍ବରୁ ଐଶ୍ୱର୍ୟା ଅନ୍ୟ କାହାକୁ ବିବାହ କରିଥିଲେ ।

Image courtesy: Google

କହିବାକୁ ଗଲେ ଐଶ୍ୱର୍ୟାଙ୍କର ଜାତକରେ ମାଙ୍ଗଳିକ ଦୋଷ ଥିଲା ଓ ତାହାର ନିବାରଣ ପାଇଁ ଅଭିଷେକଙ୍କ ପୂର୍ବରୁ ଐଶ୍ୱର୍ୟାଙ୍କର ବିବାହ ଓସ୍ଥ ଗଛ ସହ କରାଯାଇଥିଲା । ଓସ୍ଥ ଗଛ ସହ ଐଶ୍ୱର୍ୟାଙ୍କର ବିବାହ ପରେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟାରାୟଙ୍କର ବିବାହ ହୋଇ ପାରିଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।