ମାୟାରେ ଅଭିନୟ କରିଥିବା ମଞ୍ଜରିଙ୍କ ପରିବାର ଆଗରୁ ଦେଖି ନଥିବେ

ପ୍ରତ୍ୟକ ଓଡିଆମାନେ ଓଡିଆ ସିରିୟଲ ନିଶ୍ଚିତ ଦେଖନ୍ତି । ଏମିତିରେ ଆପଣମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ‘ମାୟା’ ଧାରାବାହିକକୁ ବି ନିଶ୍ଚିତ ଦେଖିଥିବେ । ଯଦି ଆପଣ ଏହି ଧାରାବାହିକକୁ ଦେଖିଥିବେ ତେବେ ଏଥିରେ ଅଭିନୟ କରୁଥିବା ମଞ୍ଜରିକୁ ବି ଜାଣିଥିବେ । ଯିଏକି ଏହି ଧାରାବାହିକରେ ନାଗୁଣୀ ଭୂମିକାରେ ନଜର ଆସିଥାଏ । କହିବାକୁ ଗଲେ ମଞ୍ଜୁରୀ ନାଗୁଣୀ ଭୂମିକାରେ ବହୁତ ଭଲ ଅଭିନୟ କରୁଛନ୍ତି ।

ଦର୍ଶକମାନେ ବି ମଞ୍ଜରିକୁ ଏହି ଭୂମିକାରେ ବହୁତ ପସନ୍ଦ ବି କରୁଛନ୍ତି । କେବଳ ମଞ୍ଜରିକୁ ନୁହେଁ ସେମାନେ ଏହି ସିରିୟଲର ଅନ୍ୟ କଳାକାରମାନଙ୍କୁ ବି ବହୁତ ପସନ୍ଦ କରୁଛନ୍ତି ।

ଏହା ତରଙ୍ଗ ଟିଭିର ସବୁଠୁ ପପୁଳାର ଧାରାବାହିକ ମଧ୍ୟରୁ ଗୋଟିଏ ଅଟେ । ଏହି ଧାରାବାହିକ ବର୍ତ୍ତମାନ ସମୟରେ ସମସ୍ତଙ୍କର ପସନ୍ଦିତା ଧାରାବାହିକ ହୋଇ ଯାଇଛି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏହି ଧାରାବାହିକରେ ନଜର ଆସୁଥିବା ମଞ୍ଜରି ବିଷୟରେ କହିବୁ ଓ ତାଙ୍କର ପରିବାର ସଦସ୍ୟମାନଙ୍କ ବିଷୟରେ ବି ଆଜି ଆମେ ଆପଣଙ୍କୁ କହିବୁ । ମଞ୍ଜରିଙ୍କ ଅସଲ ନାମ ହେଉଛି ଅମ୍ବିକା ଓ ତାଙ୍କର ଘର ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ଟ୍ଵିଙ୍କିଳ ଡାକନ୍ତି ।

ଅମ୍ବିକା ନିଜର ପିତା ମାତାଙ୍କ ସହ କଟକରେ ରୁହନ୍ତି । ବାପା ମାଙ୍କର ଗୋଟିଏ ଝିଅ ଅମ୍ବିକା ଏହି ସିରିୟଲ ମାଧ୍ୟମରେ ବହୁତ ଜଲ୍ଦି ପପୁଳାର ହୋଇଗଲେ । ସମସ୍ତେ ତାଙ୍କୁ ନାଗୁଣୀ ନାମରେ ଚିହ୍ନିବାକୁ ଲାଗିଛନ୍ତି । ସେ ବର୍ତ୍ତମାନ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଜଣେ ଷ୍ଟାର ହୋଇଯାଇଛନ୍ତି । ପିଲାଦିନୁ ହିଁ ତାଙ୍କର ଡାନ୍ସ ଓ ଅଭିନୟ ପ୍ରତି ରୁଚି ଥିଲା । ଏହା ସହ ତାଙ୍କର ସ୍ଵପ୍ନ ଥିଲା କି ସେ ବଡ ପରଦାରେ ନିଜେକୁ ଦେଖିବେ ।

ଶେଷରେ ତରଙ୍ଗ ଟିଭି ତାଙ୍କର ଏହି ସ୍ଵପ୍ନକୁ ପୁରା କରିଛି । ମାୟା ଧାରାବାହିକ ଜରିଆରେ ଡେବ୍ୟୁ କରିଥିବା ଅମ୍ବିକା ବହୁତ ସୁନ୍ଦର ଅଭିନୟ କରି ଲୋକମାନଙ୍କ ହୃଦୟରେ ବସି ଯାଇଛନ୍ତି । ଦର୍ଶକମାନେ ବି ତାଙ୍କୁ ସେହିଭଳି ଭଲ ପାଇବା ଦେଉଛନ୍ତି । ମାୟା ଧାରାବାହିକରେ ଅଭିନୟ କରୁଥିବା ନାଗେଶ ଓ ରୁଦ୍ରୀଙ୍କ ମା ମଞ୍ଜରିଙ୍କର ବେସ୍ଟଫ୍ରେନ୍ଡ ଅଟନ୍ତି । ସେ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ସେ ତାଙ୍କ ସହିତ ବହୁତ ସମୟ ବ୍ୟତୀତ କରନ୍ତି ।

ମଞ୍ଜରି ଏହା ପୂର୍ବରୁ ବହୁତ ସିରିୟଲ, ମ୍ୟୁଜିକ ଭିଡିଓ ଓ ଫିଲ୍ମ ପାଇଁ ଅଡିସନ ଦେଇଥିଲେ, କିନ୍ତୁ ଶେଷରେ ତାଙ୍କୁ ମାୟା ଧାରାବାହିକରେ ଚାନ୍ସ ମିଳିଲା । ଏହା ସହ ସେ ନିଜର ଭିନ୍ନ ଭିନ୍ନ ଲୁକର ଫଟୋ ବି ସୋସିଆଲ ମିଡିଆରେ ଶେୟାର କରନ୍ତି । ଯେଉଁ କାରଣରୁ ସୋସିଆଲ ମିଡିଆରେ ସେ ବହୁତ ଚର୍ଚାରେ ରୁହନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।