ଫିଲ୍ମ ସାଇନ କରିବା ପୂର୍ବରୁ ଏହି 5 Bollywood ହିରୋଇନଙ୍କୁ କରିବାକୁ ପଡିଥିଲା ଏପରି ଖରାପ କାମ

ବଲିଉଡ ରେ ନିଜ କ୍ୟାରିଅରକୁ ଆଗକୁ ବଢାଇବା ପାଇଁ କିଅବା କେବଳ ଏକ ଫିଲ୍ମରେ ରୋଲ ପାଇବା ପାଇଁ ଅଭିନେତ୍ରୀ ମାନଙ୍କୁ ଅନେକ ସମୟରେ କାଷ୍ଟିଙ୍ଗ କାଉଚ ର ଶିକାର ହେବାକୁ ପଡିଥାଏ । ବଲିଉଡର ଦୁନିଆ ବାହାରୁ ଯେତେ ରଙ୍ଗୀନ ଦିଶେ ଭିତରୁ ସେତିକି କଳା ନଜର ଆସେ । କାଷ୍ଟିଙ୍ଗ କାଉଚ ର ସତ୍ୟତା ଅନେକ ଅଭିନେତ୍ରୀ ଖୋଲାଖୋଲି ସ୍ୱୀକାର କରି ସାରିଛନ୍ତି । ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ କେଉଁ ଅଭିନେତ୍ରୀଙ୍କ ନାମ ରହିଛି ।

ପ୍ରଥମେ ହେଲେ ବଲିଉଡ ରୁ ନେଇ ହଲିଉଡ଼ ଯାଏ ନିଜ ପରିଚୟ ସୃଷ୍ଟି କରି ସାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ମିସ୍ ୱାର୍ଲଡ ଟାଇଟଲ ଜିତିବା ପରେ ତାଙ୍କୁ ଅନେକ ବଡ ବଡ ଫିଲ୍ମ ନିର୍ମାତା ଓ ନିର୍ଦେଶକଙ୍କ ଅଫର୍ ଆସିଥିଲା । କିନ୍ତୁ ସମସ୍ତେ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ କହିଥିଲେ । ଅନେକ ଥର ଫିଲ୍ମ ରେ ମଧ୍ୟ ତାଙ୍କୁ ଟପ୍ ଲେସ୍ ଓ ଛୋଟ ଡ୍ରେସ ପିନ୍ଧିବାର ଡିମାଣ୍ଡ ମଧ୍ୟ କରିଥିଲେ ।

କିନ୍ତୁ ସେତେବେଳେ ପ୍ରିୟଙ୍କା ଏହା କରିବାକୁ ମନା କରିଦେଇଥିଲେ । ଏହା ଯୋଗୁଁ ତାଙ୍କୁ ଅନେକ ଫିଲ୍ମ ହରାଇବାକୁ ପଡିଥିଲା । କିନ୍ତୁ ପରେ ନିଜ କ୍ୟାରିଅରକୁ ବଢାଇବା ପାଇଁ ସେ ବୋଲ୍ଡ ଚରିତ୍ରରେ ମଧ୍ୟ କାମ କରିଥିଲେ । ସେ ନିଜର ଏକ ସାକ୍ଷାତକାରରେ କହିଥିଲେ କି ସେ ବଲିଉଡରେ ତିଷ୍ଠି ରହିବା ପାଇଁ ଅନେକ ଥର ନିଜର ବଳିଦାନ ଦେଇଛନ୍ତି ।

ଦ୍ଵିତୀୟରେ ହେଲେ ଅଭିନେତ୍ରୀ ରାଧିକା ଆପ୍ତେ ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ ଦେଇ ସାରିଥିବା ରାଧିକାଙ୍କୁ ଆଜି କୌଣସି ପରିଚୟ ବନାଇବାର ଆବଶ୍ୟକତା ନାହିଁ । କିନ୍ତୁ ଏକ ସମୟରେ ତାଙ୍କୁ ମଧ୍ୟ କାଷ୍ଟିଙ୍ଗ କାଉଚ୍ ର ସାମ୍ନା କରିବାକୁ ପଡିଥିଲା । ହିନ୍ଦୀ ଫିଲ୍ମ ପୂର୍ବରୁ ସେ ତାମିଲ, ତେଲୁଗୁ, ବଙ୍ଗାଳି ଓ ମାଲାୟାଲାମ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି । ଏକ ସାକ୍ଷାତକାରରେ ରାଧିକା ମଧ୍ୟ ସ୍ୱୀକାର କରିଛନ୍ତି କି ସେ ଯେତେବେଳେ ହିନ୍ଦୀ ଫିଲ୍ମରେ କାମ କରିବାକୁ ଚାହିଁଲେ ତାଙ୍କୁ ପ୍ରଥମେ ଯେଉଁ ଫିଲ୍ମ ମିଳିଥିଲା ସେଥିରେ ତାଙ୍କୁ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ କୁହ ଯାଇଥିଲା ।

କିନ୍ତୁ ସେ ତାହା କରିବାକୁ ମନା କରି ଦେଇଥିଲେ । ତୃତୀୟରେ ହେଲେ ଅଭିନେତ୍ରୀ ତିଷ୍କା ଚୋପ୍ରା । ସେ ମଧ୍ୟ ନିଜର ଏକ ସାକ୍ଷାତକାରରେ କହିଥିଲେ କି ଏକ ଫିଲ୍ମର ସୁଟିଂ ସମୟରେ ଫିଲ୍ମ ନିର୍ମାତା ତାଙ୍କୁ ରାତିରେ ନିଜ ହୋଟେଲ ରୁମ୍ କୁ ଡାକିଥିଲେ । ସେ ମଧ୍ୟ ଫିଲ୍ମ ରେ କାମ ପାଇବାକୁ ଅନେକ ଥର ନିଜର ବଳିଦାନ ଦେଇଛନ୍ତି ।

ଚତୁର୍ଥରେ ଅଭିନେତ୍ରୀ ପ୍ରୀତି ଜେନ୍ । ପରିଚିତ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ଙ୍କ ଉପରେ ପ୍ରୀତି ଜେନ୍ ଆରୋପ ଲଗାଇଥିଲେ କି ଫିଲ୍ମରେ କାମ ଦେବାର ଲୋଭ ଦେଖାଇ ୧୯୯୯ ରୁ ନେଇ ୨୦୦୪ ପର୍ଯ୍ୟନ୍ତ ସେ ତାଙ୍କର ଶାରୀରିକ ଶୋଷଣ କରିଥିଲେ । ତା ପରେ ମଧୁର ଭଣ୍ଡାରକରଙ୍କ ବିରୁଦ୍ଧରେ ପ୍ରୀତି କେସ୍ ମଧ୍ୟ ଫାଇଲ କରିଥିଲେ । ପରେ ଏହି ଆରୋପରୁ ମଧୁର ମୁକ୍ତ ମଧ୍ୟ ହୋଇ ଯାଇଥିଲେ ।

ପଞ୍ଚମରେ ହେଲେ ଅଭିନେତ୍ରୀ କଲ୍କୀ କୋଇଚଲିନ୍ । କଲ୍କୀ ମଧ୍ୟ ଖୋଲାଖୋଲି କାଷ୍ଟିଙ୍ଗ କାଉଚ୍ ବିଷୟରେ କହିଛନ୍ତି । ସେ କହିଥିଲେ କି ଲୋକଙ୍କୁ ଲାଗୁଥିଲା କି ସେ ଭାରତରୁ ନୁହନ୍ତି, ସେଥିପାଇଁ ସହଜରେ ତାଙ୍କ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲେ । ଏକ ଫିଲ୍ମର ନିର୍ମାତା ମଧ୍ୟ ଏକ ଫିଲ୍ମ ବଦଳରେ ତାଙ୍କ ସହ ଡେଟ୍ ରେ ଯିବାକୁ ଡିମାଣ୍ଡ କରିଥିଲେ । କିନ୍ତୁ ସେ ମନା କରି ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।