ଗୋଟିଏ ମଞ୍ଚରେ Anubhav ଓ Babushan ! ବାଳୁଙ୍ଗା ଟୋକା ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ, ଭାଇରାଲ ହେଉଛି Video

ଏକାଠି ପୁଣି ମୁହାଁମୁହିଁ ହେବେ ଓଲିଉଡର ଦୁଇ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବାବୁଶାନ ମହାନ୍ତି । ଅନେକ ଦିନ ପରେ ଦୁଇଜଣ ଏକାଠି ହୋଇଛନ୍ତି । ତେବେ ଦୁହେଁ ଏଥର କୌଣସି ଝଗଡା କିମ୍ବା ବିବାଦ କରି ନାହାନ୍ତି । ଉଭୟଙ୍କୁ ଏଥର ଷ୍ଟେଜ ଶେୟାର କରୁଥିବାର ଦେଖିବାକୁ ମିଳୁଛି । ଆପଣ ତ ଜାଣିଥିବେ ଅନୁଭବ ଏବଂ ବାବୁଶାନଙ୍କ ମଧ୍ୟରେ ଗତ ନିର୍ବାଚନରେ ବିବାଦ ଦେଖା ଦେଇଥିଲା । ଅନୁଭବ ଏବଂ ବାବୁଶାନ ଦୁହେଁ ଦୁହିଁଙ୍କୁ ଟାର୍ଗେଟ କରିଥିଲେ ।

ଏହାପରେ ଅନୁଭବ ଏବଂ ବାବୁଶାନଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଜୋରଦାର ଗ-ଣ୍ଡୋ-ଗୋ-ଳ ହୋଇଥିବାର ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ସେତେବେଳେ ଖୁବ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଏହି ଦୁଇ ଅଭିନେତାଙ୍କୁ ଷ୍ଟେଜ ଶେୟାର କରୁଥିବାର ଏକ ଝଲକ ଦେଖିବାକୁ ମିଳିଛି । ଜିସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଅନୁଭବଙ୍କ ଷ୍ଟେଜ ଶୋ ‘ଦାଦାଗିରି ହୃଦୟରୁ’ ଆରମ୍ଭ ହେବାକୁ ଯାଉଛି । ଆଉ ଏହି ଶୋ’ର ଏକ ଝଲକରେ ଅନୁଭବଙ୍କ ସହ ଅଭିନେତା ବାବୁଶାନ ମହାନ୍ତି ନଜର ଆସିଛନ୍ତି ।

ଅନୁଭବଙ୍କ ଏହି କାର୍ଯ୍ୟକ୍ରମରେ ବାବୁଶାନଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ଦମନ’ ର ପ୍ରମୋଶନ କରିବାକୁ ଏହି ପ୍ରିମିୟମ ଶୋ’ରେ ନିମନ୍ତ୍ରଣ କରାଯାଇଛି । ଯେଉଁଥିରେ ଏହି ଉଭୟ କଳାକାରଙ୍କୁ ଷ୍ଟେଜରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଏହି ଶୋ’ରେ ବାବୁଶାନ ଗୀତ ଗାଇବା ସହ ଅନୁଭବଙ୍କ ଲୋକପ୍ରିୟ ଗୀତ ‘ବାଳୁଙ୍ଗା ଟୋକା’ ରେ ଲୁଙ୍ଗି ପିନ୍ଧି ଡ୍ୟାନ୍ସ ମଧ୍ୟ କରିଛନ୍ତି । ତେବେ ଏହି ଦୁଇ ଅଭିନେତାଙ୍କୁ ନେଇ ଆଉ ଏକ ଖବର ମଧ୍ୟ ବେଶ ଚର୍ଚ୍ଚା ହେଉଛି ।

ଶୁଣିବାକୁ ମିଳୁଛି ଯେ ଏହି ଦୁଇ ଅଭିନେତାଙ୍କୁ ଏକାଠି ଏକ ଓଡିଆ ଫିଲ୍ମରେ ଦେଖିବାକୁ ମିଳିବ । ଯାହା ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଶ୍ଚିତ ଭାବେ ଇତିହାସ ସୃଷ୍ଟି କରିବ । କାରଣ ଏହି ଦୁଇ ରାଇଭାଲ ଅଭିନେତା ପ୍ରଥମ ଥର ପାଇଁ ଏକ ଚଳଚ୍ଚିତ୍ରରେ ଏକାଠି ନଜର ଆସିବେ । ପୂର୍ବରୁ ଦୁହିଁଙ୍କୁ ଏକାଠି କୌଣସି ଚଳଚ୍ଚିତ୍ର କାଇବା ଦେଖାଯାଇ ନାହିଁ । କାରଣ ଉଭୟ ପରସ୍ପରକୁ ରାଇଭାଲ ମାନିବା ସହ ଅନେକ ସମୟରେ ପରସ୍ପରକୁ ଟାର୍ଗେଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଯାହା ହେଉ ବର୍ତ୍ତମାନ ଏହି ଦୁଇ ଅଭିନେତାଙ୍କୁ ଏବେ ଏକାଠି ଦେଖିବା ପରେ ଏବଂ ଦୁହିଁଙ୍କ ଫିଲ୍ମ ଆସୁଥିବାର ଖବର ଆସିବା ପରେ ଉଭୟଙ୍କ ଫ୍ୟାନ୍ସ ବହୁତ ଖୁସି ହେଉଛନ୍ତି । ଆପଣଙ୍କୁ ଅନୁଭବ ଏବଂ ବାବୁଶାନଙ୍କ ଏହି ଝଲକ ଦେଖି କେମିତି ଲାଗିଲା ମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।