ନିଜର ନୁହେଁ ବରଂ ନିଜ ସାବତ ବାପା-ମା’ ଙ୍କ ପାଇଁ ନିଜ ଜୀବନ ବି ଦେଇ ପାରନ୍ତି Bollywood ର ଏହି ଷ୍ଟାରମାନେ, 3 ନମ୍ବର ଯୋଡି ତ ରୁହନ୍ତି ପୁରା ସାଙ୍ଗ ଭଳି

ବଲିଉଡରେ କଳାକାର ମାନେ ନିଜ ନିଜ ଚରିତ୍ରରେ ବେଶ ସୁନ୍ଦର ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଯାହା ଦ୍ଵାରା ଏହି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ବଲିଉଡ ଫିଲ୍ମରେ ସାବତ ମା ଓ ପିଲାଙ୍କୁ ନେଇ ଅନେକ ଫିଲ୍ମ ରହିଛି ଯେଉଁଥିରେ କଳାକାରା ମାନେ ନିଜର ଜବରଦସ୍ତ ଅଭିନୟ କରିଛନ୍ତି । ଆଜିର ଆମ ଏହି ଲେଖାରେ ବଲିଉଡର ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନଙ୍କର ରିୟଲ ଲାଇଫରେ ନିଜ ସାବତ ମା ଓ ପୁଅର ସମ୍ପର୍କ ବେଶ ଭଲ ରହିଛି । ତେବେ ଆସନ୍ତୁ ଜାଣିବା ସେମାନେ କିଏ ।

“ଶାହିଦ କପୁର ଓ ସୁପ୍ରିୟା ପାଠକ” : ବଲିଉଡର ଚକଲେଟ ହିରୋ ସାହିଦ କପୁରଙ୍କ ପିତା ଦୁଇଟି ମ୍ୟାରେଜ କରିଥିଲେ । ସାହିଦ ନୀଳିମା ଆଜନଙ୍କର ପୁଅ ଅଟନ୍ତି । ଏହା ପରେ ସାହିଦଙ୍କ ପିତା ନୀଳିମାଙ୍କ ଠାରୁ ଅଲଗା ହେବା ପରେ ସୁପ୍ରିୟା ପାଠକଙ୍କ ସହ ଦିତୀୟ ବିବାହ କରିଥିଲେ । ସୁପ୍ରିୟା ଓ ସାହିଦଙ୍କ ମଧ୍ୟରେ ମା ଓ ପୁଅର ଭଲ ସମ୍ପର୍କ ରହିବା ସହ କିଛି ଇଭେନ୍ଟରେ ଦୁହେଁ ଏକା ସହ ନଜର ଆସିଥାନ୍ତି ।

“ଇରାହ ଖାନ ଓ କିରନ ରାଓ” : ବଲିଉଡର ମିଷ୍ଟର ପ୍ରଫେକ୍ଟ ଅମିର ଖାନ ପ୍ରଥମେ ରିନା ଦତ୍ତାଙ୍କ ସହ ମ୍ୟାରେଜ କରିଥିଲେ । ତାଙ୍କର ଦୁଇଟି ପିଲା ଅଛନ୍ତି ଯାହାର ନାଁ ହେଉଛି ଇରାହ ଖାନ ଓ ଯୁନେଦ ଖାନ । ଏହା ପରେ ଅମିର କିରଣ ରାଓଙ୍କ ସହ ଦିତୀୟ ବିବାହ କରିଥିଲେ । କିନ୍ତୁ କିରଣ ଓ ଇରାହଙ୍କ ସମ୍ପର୍କ ଦେଖିଲେ ଲାଗିବନି ଯେ ଦୁହେଁ ସାବତ ମା ଓ ଝିଅ ଅଟନ୍ତି । ଦୁହିଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି ।

“ସାରା ଅଲ୍ଲୀ ଖାନ ଓ କରିନା କପୁର” : ବଲିଉଡର ନବାବ ଖାନ ଶେଫ ଅଲ୍ଲୀ ଖାନ ଅଭିନେତ୍ରୀ ଅମୃତା ସିଂଙ୍କୁ ପ୍ରଥମେ ମ୍ୟାରେଜ କରିଥିଲେ । ଦୁହିଙ୍କର ପିଲାଙ୍କ ନାଁ ହେଉଛି ସାରା ଅଲ୍ଲୀ ଖାନ ଓ ଇବ୍ରାହିମ ଖାନ । ଶେଫ ଅମୃତାଙ୍କ ଠାରୁ ଅଲଗା ହେବା ପରେ ଅଭିନେତ୍ରୀ କରିନାଙ୍କ ସହ ଦିତୀୟ ବିବାହ କରିଥିଲେ । କରିନା ଓ ସାରାଙ୍କ ମଧ୍ୟରେ ବେଶ ଭଲ ପାଇବା ରହିବା ସହ ଦୁହିଙ୍କ ସମ୍ପର୍କରେ ବଣ୍ଡିଙ୍ଗ ମଧ୍ୟ ରହିଛି ।

“ପୂଜା ଭଟ୍ଟ ଓ ସୋନି ରାଜଦେନ” : ବଲିଉଡର ଡାଇରେକ୍ଟର ମହେଶ ଭଟ୍ଟଙ୍କର ପ୍ରଥମ ସ୍ତ୍ରୀ କିରନଙ୍କର ଝିଅ ପୂଜା ଭଟ୍ଟ ଅଟନ୍ତି । ଏହା ପରେ ମହେଶ ଭଟ୍ଟ ଦିତୀୟ ବିବାହ ଅଭିନେତ୍ରୀ ସୋନି ରାଜଦେନଙ୍କ ସହ କରିଥିଲେ । ସୋନି ଓ ପୂଜାଙ୍କ ମଧ୍ୟରେ ସବୁଠାରୁ ଖାସ କଥା ହେଉଛି ଦୁହିଙ୍କ ବୟସରେ ୧୬ ବର୍ଷର ବ୍ଯବଧାନ ରହିଛି । ଏହା ସତ୍ବେ ମଧ୍ୟ ଦୁହିଙ୍କ ମଧ୍ୟରେ ଭଲ ପାଇବା ରହିବା ସହ ମଜାମସ୍ତି ମଧ୍ୟ ପରସ୍ପର ସହ କରିବାର ନଜର ଆସିଥାନ୍ତି ।

“ସଲମାନ ଖାନ ଓ ହେଲେନ ରିଚର୍ଚସନ” : ବଲିଉଡର ଅଭିନେତା ସଲମାନ ଖାନଙ୍କ ପିତା ସଲିମ ଖାନ ୧୯୮୧ରେ ହେଲେନଙ୍କ ସହ ବିବାହ କରିଥିଲେ । ସଲମାନ ଖାନ ନିଜ ସାବତ ମାଙ୍କ ସହ ବେଶ ଭଲ ସମ୍ପର୍କ ରହିଛି । ସେ ତାଙ୍କର ଦୁଇ ମାଙ୍କୁ ସମାନ ଦେବା ସହ ଟାଇମ ମଧ୍ୟ ସ୍ପେନ୍ଡ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।