ଭାରତର ଜ୍ଵାଇଁ ହେଲେ ଅଷ୍ଟ୍ରେଲିଆ କ୍ରିକେଟର Glenn Maxwell, ଦେଖନ୍ତୁ ସେ କାହାକୁ କରିବେ ବିବାହ ?

ମାର୍ଚ୍ଚ ମାସରେ ହାତକୁ ଦି ହାତ ହେବାକୁ ଯାଉଛନ୍ତି ୩୩ ବର୍ଷୀୟ ନାମୀ ଅଷ୍ଟ୍ରେଲିୟାନ କ୍ରିକେଟର ଗ୍ଲେନ ମାକ୍ସୱେଲ । ମାର୍ଚ୍ଚରେ ବାଜିବ ମାକ୍ସୱେଲଙ୍କ ସେହନାଇ । ସେ ଅଷ୍ଟ୍ରେଲିଆନ ଖେଳାଳି ହେଲେ ମଧ୍ୟ ଇଣ୍ଡିଆରେ ତାଙ୍କ ଲୋକପ୍ରିୟତା କିଛି କମ୍ ନୁହେଁ । ପଡିଆରେ ଉଭୟ ବ୍ୟାଟ ଏବଂ ବଲରେ ଜାଦୁ ଦେଖାଉଥିବା ମାକ୍ସୱେଲ ଏବେ ଜଣେ ଭାରତୀୟ ତାମିଲ ଝିଅଙ୍କୁ ବିବାହ କରିବେ ଜଣାପଡିଛି । ଆଉ ଏଥିପାଇଁ ମାକ୍ସୱେଲଙ୍କ ନିର୍ବନ୍ଧ ସରିବା ସହ କାର୍ଡ ମଧ୍ୟ ଛପା ସରିଛି ।

ଭାରତର ଏହି ଝିଅଙ୍କୁ ବିବାହ କରି ମାକ୍ସୱେଲ ଏବେ ହେବାକୁ ଯାଉଛନ୍ତି ଇଣ୍ଡିଆର ଜ୍ଵାଇଁ । ଭାରତୀୟ ବଂଶୋଭବ ବିନି ରମଣଙ୍କୁ ବିବାହ କରିବେ ମାକ୍ସୱେଲ । ମାର୍ଚ୍ଚ ମାସ ୨୭ ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ । ତେବେ ଉଭୟଙ୍କ ବିବାହ ନିର୍ବନ୍ଧ ୨୦୨୦ ମସିହାରୁ ମେଲବୋର୍ଣ୍ଣରେ ସରିଥିବା ବେଳେ କୋଭିଡ ମହାମାରୀ କାରଣରୁ ସେମାନେ ବିବାହକୁ ସ୍ଥଗିତ ରଖିଥିଲେ ।

ତେବେ ଦୀର୍ଘ ଦିନର ବ୍ଯବଧାନ ପରେ ଆସନ୍ତା ମାର୍ଚ୍ଚ ୨୭ରେ ଭାରତୀୟ ପରମ୍ପରାରେ ବିନି ରମଣଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି ଅଲରାଉଣ୍ଡର ମାକ୍ସୱେଲ । ଆଉ ଏନେଇ ତାଙ୍କ କାର୍ଡ ମଧ୍ୟ ଛପା ସରିଛି ବୋଲି ସେ କହିଛନ୍ତି । ବିନି ରମଣ ଜଣେ ତାମିଲ ବ୍ରାହ୍ମଣ ପରିବାରର ହୋଇଥିବାରୁ ତାମିଲ ଭାଷାରେ ସେମାନଙ୍କ ବିବାହ କାର୍ଡ ଛପା ଯାଇଥିବାର ଦେଖିବାକୁ ମିଳିଛି ।

ଏହି କାର୍ଡ ଅନୁଯାୟୀ ମାକ୍ସୱେଲ ଏବଂ ବିନି ରମଣଙ୍କ ବିବାହ ସଂପୂର୍ଣ୍ଣ ଭାରତୀୟ ପରମ୍ପରା ଅନୁଯାୟୀ ହେବ ବୋଲି ସୂଚନା ରହିଛି । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଆସନ୍ତା ମାର୍ଚ୍ଚ ୨୭ରେ ବିବାହ ନେଇ କାର୍ଡରେ ଉଲ୍ଲେଖ ରହିଛି । ତେବେ ବିନି ରମଣ ଭାରତୀୟ ଝିଅ ହୋଇଥିଲେ ମଧ୍ୟ ସେ ମେଲବୋର୍ଣ୍ଣରେ ଜନ୍ମଗ୍ରହଣ କରିଥିଲେ । ବିନି ଜନ୍ମ ହେବା ପୂର୍ବରୁ ତାଙ୍କ ବାପା ରାମାନୁଜ ଦାସ ଏବଂ ମାଆ ବିଜୟଲକ୍ଷ୍ମୀ ରମଣ ଅଷ୍ଟ୍ରେଲିଆରେ ରହୁଥିଲେ ।

ତେବେ ୨୦୧୯ରେ ମାକ୍ସୱେଲ ବିନିଙ୍କ ସହ କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଶେୟାର କରିବା ପରେ ଏହି ଖବର ସାମ୍ନାକୁ ଆସିଥିଲା । ଏହା ପରେ ଉଭୟଙ୍କ ପ୍ରେମ କାହାଣୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଆପଣଙ୍କୁ ମାକ୍ସୱେଲ ଏବଂ ବିନି ରମଣଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।