୪୪ ବର୍ଷ ବୟସରେ ଗୀତା ମା କରୁଛନ୍ତି ଏହି ଯୁବକଙ୍କୁ ଡେଟ, ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ

ବଲିଉଡରେ କାହାକୁ ବି ଭରସା ନାହିଁ । ବର୍ତ୍ତମାନ ସମୟରେ କେହି ବି ସେଲିବ୍ରିଟି କୌଣସି ବି ବୟସର ବ୍ୟକ୍ତିକୁ ଡେଟ କରି ପାରିବେ । ସେ ତାଙ୍କ ଠାରୁ ଛୋଟ ହେଉ କିମ୍ବା ତାଙ୍କ ଠାରୁ ବଡ ହେଉ । କହିବାକୁ ଗଲେ ବର୍ତ୍ତମାନ ବଲିଉଡରେ ୪୪ ବର୍ଷୀୟ ‘ଗୀତା ମା’ କୁହାଯାଉଥିବା କୋରିୟୋଗ୍ରାଫର ଗୀତା କପୂର ନିଜର ବୟଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ଅଛନ୍ତି, ଯିଏକି ଟିଭି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଜଜ ଓ ବଲିଉଡର ସମସ୍ତ ଷ୍ଟାରମାନଙ୍କୁ ନିଜ ହାତରେ ନଚାଇଥାନ୍ତି ।

୪୪ ବର୍ଷ ବୟସରେ ‘ଗୀତା ମା’ କରୁଛନ୍ତି ଏହି ଯୁବକକୁ ଡେଟ

Image courtesy: Google

୧୫ ବର୍ଷ ବୟସରେ ନିଜର କ୍ୟାରିୟର ଆରମ୍ଭ କରିଥିବା କୋରିୟୋଗ୍ରାଫର ଗୀତା କପୂର ଆଜି କୌଣସି ପରିଚୟ ପାଇଁ ମୋହତାଜ ନୁହନ୍ତି । ସେ ସରୋଜ ଖାନ ଓ ଫରାହ ଖାନଙ୍କୁ ନିଜର ଗୁରୁ ମାନିଛନ୍ତି ଓ ତାଙ୍କ ଠାରୁ ହିଁ ଶିଖି ସେ ଆଜି ଏହି ଜାଗାରେ ପହଞ୍ଚିଛନ୍ତି । ଗୀତା କପୂର ୪୪ ପାର କରିସାରିଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ବିବାହ ହୋଇ ନାହିଁ ।

Image courtesy: Google

ବର୍ତ୍ତମାନ ତାଙ୍କର ନାମ ରାଜୀବ ଖିଂଚବି ଙ୍କ ସହିତ ବହୁତ ଯୋଡା ଯାଉଛି । ସୋସିଆଲ ମିଡିଆରେ ଯେଉଁ ଫଟୋ ଉପଲବ୍ଧ ଅଛି ତାହା ଅନୁସାରେ ଏହା କୁହାଯାଉଛି କି ଗୀତା ମା ତାଙ୍କୁ ଡେଟ କରୁଛନ୍ତି । କିନ୍ତୁ ସେ ନିଜର ଏହି ଭଲ ପାଇବାକୁ ସ୍ଵିକାର କରୁ ନାହାନ୍ତି । କହିବାକୁ ଗଲେ ରାଜୀବ ବି ଏକ କୋରିୟୋଗ୍ରାଫର ଅଟନ୍ତି ଓ ସେ କିଛି ଫିଲ୍ମରେ ଅଭିନେତା ଓ ଆଶିଷ୍ଟାଣ୍ଟ ଡାୟରେକ୍ଟର ରୂପରେ କାମ ବି କରିଛନ୍ତି ।

Image courtesy: Google

ଗୀତା ଟିଭିର ପପୁଲାର ସୋ DID (ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ)ରୁ ବହୁତ ଚର୍ଚ୍ଚାରେ ଆସିଥିଲେ । କହିଦେଉଛୁ କି ଗୀତା ବଲିଉଡର କିଛି ବଡ ବଡ ଫିଲ୍ମରେ ଡ୍ୟାନ୍ସ ବି ଶିଖାଇଛନ୍ତି । ସେ ୯୦ ଦଶକରେ ଫରାହ ଖାନଙ୍କୁ କେତେକ ଫିଲ୍ମରେ ଆଶିଷ୍ଟ ବି କରିଛନ୍ତି ।

ଗୀତା ମା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଵୀକାର କରି ନାହାନ୍ତି ଏହି ସମ୍ପର୍କକୁ

Image courtesy: Google

ଗୀତା କପୂରଙ୍କର ନିଜର ବୟଫ୍ରେଣ୍ଡ ରାଜୀବଙ୍କ ସହିତ କିଛି ଫଟୋ ସୋସିଆଲ ମିଡିଆରେ ଉପଲବ୍ଧ ଅଛି । ଯେଉଁଥିରେ ସେ କେବେ ତାଙ୍କ ସହିତ କୌଣସି ପାର୍ଟିରେ ତ କେବେ କୌଣସି ଇଭେଣ୍ଟରେ ନଜର ଆସିଥାନ୍ତି । ଏହା ଛଡା ତାଙ୍କର କିଛି ପର୍ସନଲ ଫଟୋ ବି ଏଥିରେ ସାମିଲ ଅଛି । ଏମାନେ ସବୁବେଳେ ନିଜକୁ ଏକ ଭଲ ବନ୍ଧୁ ବୋଲି କୁହନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।