20 ବର୍ଷ ପୂର୍ବରୁ ପପୁଲାର ସିରିଏଲ “କରିସ୍ମା କା କରିସ୍ମା” ରେ ନଜର ଆସିଥିବା ଛୋଟ ଝିଅଟି ଆଜି ହେଇ ଯାଇଛି ଏତେ ବଡ, ଦେଖିଲେ ଚିହ୍ନି ପାରିବେନି

ବନ୍ଧୁଗଣ ଆପଣ ପିଲାଦିନେ କେବେ ନା କବେ କରିସ୍ମା କା କରିସ୍ମା ନିଶ୍ଚୟ ଦେଖିଥିବେ ଅଥବା ଏହି ଧାରାବାହିକ ବିଷୟରେ ଶୁଣିଥିବେ । ନବେ ଦଶକରେ ଏହି ଧାରାବାହିକ ବହୁତ ପ୍ରସିଦ୍ଧ ଥିଲା । ଏହି ଧାରାବାହିକ ରେ କରିସ୍ମା ନାମକ ଏକ ଛୋଟ ରୋବଟ ର ଅଭିନୟ କରୁଥିବା ଝିଅ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ । ତେବେ ଏହି ଝିଅ ଜଣକ ବର୍ତମାନ କୋଉଠି ଅଛନ୍ତି ଓ ଆଜିକା ଦିନରେ ସେ କଁ କରନ୍ତି ତାହା ବହୁତ କମ ଲୋକ ଜାଣନ୍ତି । ତେବେ ଆସନ୍ତୁ ଜାଣିବା ସେ ଝିଅ କିଏ ଓ ତାଙ୍କ ଜୀବନ ବିଷୟ ରେ ।

କରିସ୍ମା କା କରିସ୍ମା ରେ କରିସ୍ମା ର ଅଭିନୟ କରୁଥିବା ଝିଅକଂ ଅସଲି ନାମ ହଉଛି ‘ଝନକ ଶୁକ୍ଳା’ । ୟାଙ୍କ ଜନ୍ମ 24 ଜାନୁଆରୀ 1996 ବର୍ଷ ରେ ମୁମ୍ବାଇ ରେ ହୋଇଥିଲା । ୟେ ନିଜ କ୍ୟାରିୟର ର ଆରମ୍ଭ, କରିସ୍ମା କା କରିସ୍ମା ନାମ ଧାରାବାହିକ ରୁ କରିଥିଲେ । ଏହାପରେ ଝନକକୁଁ ଶାରୁଖାନ କଂ ସହ ଫିଲ୍ମ “କଲ ହୋ ନା ହୋ”ରେ ଦେଖା ଯାଇଥିଲା, ଯଉଁଥିରେ ସେ ପ୍ରୀତିଜୀଣ୍ଟାକଂ ସାନ ଭଉଣୀକଂ ରୂପ ରେ ଦେଖାଯାଇଥିଲେ ।

ଏହାଛଡା ସେ ଅନେକ ପ୍ରସିଦ୍ଧ ଧାରାବାହିକ ଯେପରି ସୋନପରୀ, ହାତିମ ତାଇ, ଗୁଂମରାହ ଆଦି ସବୁ ଧାରାବାହିକ ରେ ମଧ୍ୟ ଦେଖା ଆସିଥିଲେ । ବନ୍ଧୁଗଣ ବହୁତ କମ ଲୋକ ଏ କଥା କୁ ଜାଣିଛନ୍ତି କି ଝନକ ଶୁକ୍ଳା ଟିଭି ର ପ୍ରଫୁଲ ଅଦାକାରୀ ସୁପ୍ରିୟା ଶୁକ୍ଳା କଁ ଝିଅ ଅଟନ୍ତି । ସୁପ୍ରିୟା ଶୁକ୍ଳା “କୁମଂ କୁଂମ ଭାଗ୍ୟ” ରେ ପ୍ରିତା ଆରୋଡା ଓ “କୁଣ୍ଡଳୀ ଭାଗ୍ୟ” ରେ ପ୍ରଜ୍ଞାକଂର ମାତା ର ଅଭିନୟ କରିଛନ୍ତି ।

ତେବେ ନିଜ ମାତାକଁ ଏହି ଗୁଣ ଝିଅ ଠାରେ ମଧ୍ୟ ଦେଖାଗଲା ଯାହାଫଳରେ ସେ ବଲିଉଡ ଓ ଟିଭି ଜଗତରେ ନିଜ ନାମ କମାଇଥିଲେ । ହେଲେ କିଛି ବର୍ଷ ଅଭିନୟ କରିବା ପରେ ଝନକ ସେନେମା ପରଦାକୁ ଛାଡି ନିଜ ପାଠପଢା ରେ ଧ୍ୟାନଦେବା ରେ ଲାଗିଗଲେ । ଏବଂ ତାହା ପରେ ସେ କଦାପି ହେଲେ ସେନେମା ପରଦାରେ ଆସିଲେହାନ୍ତି ।

ବର୍ତ୍ତମାନ ସେ ବଡ ଓ ଖୁବ ସୁନ୍ଦର ମଧ୍ୟ ହୋଇଗଲେଣି । ଯାହା କି ଆପଣ ମାନେ ତାଙ୍କ ଫୋଟୋ ରେ ଦେଖିପାରନ୍ତି । ତେବେ ଜାନକୀକଁ ନିଜସ୍ୱ ବକ୍ତବ୍ୟ ଅନୁସାରେ ସେ ସେନେମା ରେ ଆଉ କାମ କରିବାକୁ ଚାହୁଁନାହାନ୍ତି । ସେ ଏକ ସମାଜ ସେବିକା ରୂପରେ କାମ କରିବାକୁ ଚାହୁଁଛନ୍ତି । ଏହାଛଡା ସେ ନିଜର ଏକ ସ୍ୱତନ୍ତ୍ର N.G.O ଖୋଲିବାକୁ ଚାହାନ୍ତି ।

ତେଣୁ କରି ସେ ଆଜିଯାଏ କୌଣସି ବଡ କିମ୍ବା ଛୋଟ ପରଦା ରେ ଦେଖାଯାଇନାହାନ୍ତି ଓ ଏହାର ଆଶା ମଧ୍ୟ ବହୁତ କମ ଅଛି କି ସେ ଭବିଷ୍ୟତ ରେ କେବେ ସେନେମା ଜଗତରେ ଦେଖାଯିବେ ବୋଲି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।