ପିତା ସେଫ ଅଲ୍ଲୀ ଖାନଙ୍କ ଠାରୁ ଅଲଗା ରହିବାର କାରଣ କହିଲେ Sara Ali Khan, କହିଲେ ‘ମୁଁ ସେ ଘରେ ରହି ପାରିବିନି ଯେଉଁଠି…’

ଲଗାତାର ହିଟ୍ ଫିଲ୍ମ ଦେବା ପରେ ସେଫ ଅଲ୍ଲୀ ଖାନଙ୍କ ଝିଅ ତଥା ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଦର୍ଶକଙ୍କ ମନ ଜିଣି ନେଇଛନ୍ତି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ ‘କେଦାରନାଥ’ କୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଏହପାରେ ରଣବୀର ସିଂଙ୍କ ସହ ତାଙ୍କର ଦ୍ଵିତୀୟ ଫିଲ୍ମ ‘ଶିମ୍ବା’ ରିଲିଜ ହୋଇଥିଲା । ଏହାପରେ ଫିଲ୍ମ ‘ଲଭ ଆଜ କଲ୍-୨’ ରେ ବି ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ସବୁ ଫିଲ୍ମରେ ସାରାଙ୍କ ମିଶାଣିଆ ଓ ଚୁଲବୁଲି ଅନ୍ଦାଜକୁ ଲୋକେ ଖୁବ୍ ପସନ୍ଦ କରିଥିଲେ ।

ସାରା ତାଙ୍କ ମା ଓ ବାପାଙ୍କ ଭଳି ଦେଖିବାକୁ ଖୁବ୍ ସୁନ୍ଦର । ସେ ଦେଖିବାକୁ ଯେତେ ସୁନ୍ଦର ତାଙ୍କ ହୃଦୟ ମଧ୍ୟ ସେତିକି ସୁନ୍ଦର । ସେ ଯେତେବେଳେ କି ଯେଉଁ ଇଣ୍ଟରଭ୍ୟୁ ଦିଅନ୍ତି ନିଜ କଥାବାର୍ତ୍ତାରେ ଲୋକଙ୍କ ହୃଦୟ ଜିତି ନିଅନ୍ତି । ଲୋକମାନେ ଏମିତି ମଧ୍ୟ କହୁଛନ୍ତି ଯେ ସାରା ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ମଧ୍ୟରେ ବିଲକୁଲ ମଧ୍ୟ ଗର୍ବ ନାହିଁ ଓ ପ୍ରକୃତରେ ଅଭିନେତ୍ରୀ ହେବାକୁ ସେ ଯୋଗ୍ୟ ଅଟନ୍ତି । ଏକ ଇଣ୍ଟରଭ୍ୟୁରେ ସାରା ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି କଥାର ଖୁଲାସା କରିଥିଲେ ।

ଯେତେବେଳେ ସାରାଙ୍କୁ ପଚରା ଯାଇଥିଲା କି ମା’ଙ୍କ ପାଖରେ ସେ ବଡ ହୋଇଛନ୍ତି ତାଙ୍କୁ କଣ କେବେ ପିତାଙ୍କ ଅନୁପସ୍ଥିତି ଅନୁଭବ ହୋଇନାହିଁ ? ଏହାର ଉତ୍ତର ସାରା ଏମିତି ଦେଇଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାରା ବିନା ସଙ୍କୋଚରେ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ କି, “ମୁଁ ସେ ଘରେ ରହି ପାରିବି ନାହିଁ ଯେଉଁଠି ମୋ ପିତାମାତା ଖୁସିରେ ରହି ପାରୁ ନାହାନ୍ତି । ଗୋଟିଏ ଘରେ ରହି ପିତାମାତା ଦୁଃଖୀ ରହିବା ଅପେକ୍ଷା ଅଲଗା ଅଲଗା ରହି ଖୁସିରେ ରହିବା ହିଁ ଭଲ ।

ମୋ ମା କେବେ ମଧ୍ୟ ମୋତେ କୌଣସି ଜିନିଷର ଅଭାବ ଅନୁଭବ କରିବାକୁ ଦେଇ ନାହାନ୍ତି । ମୁଁ ଓ ମୋ ଭାଇ ଜନ୍ମ ହେବା ପରେ ମୋ ମା ଆମ ଦୁଇ ଜଣଙ୍କ ଉପରେ ସମସ୍ତ ଧ୍ୟାନ ଲଗାଇ ଦେଇଥିଲେ । ଏପରିକି ସେ ନିଜ କ୍ଯାରିୟର ବି ଛାଡି ଦେଇଥିଲେ । ଆମେ ଆମ ମା ସହ ଖୁସିରେ ଅଛୁ ଓ ଯେବେ ମଧ୍ୟ ବାପାଙ୍କ ସହ ଦେଖା ହେଉ ତାଙ୍କ ସହ ମଧ୍ୟ ଖୁସି ହେଉ ।” ସାରାଙ୍କୁ ଆହୁରି ମଧ୍ୟ ପଚରା ଯାଇଥିଲା କି, ଯେତେବେଳେ ତାଙ୍କ ବାପା ତେମୁରଙ୍କ ଅଧିକ ଯତ୍ନ ରଖନ୍ତି ସେତେବେଳେ ତାଙ୍କୁ ଈର୍ଷା ହୁଏ କି ନାହିଁ ?

ଏହାର ଉତ୍ତରରେ ସାରା କହିଥିଲେ, “ବିଲକୁଲ ବି ନୁହେଁ । ସେ ମୋ ଛୋଟ ଭାଇ । ଏଥିରେ ମୋତେ କାହିଁକି ଈର୍ଷା ହେବ ? ମୋ ପିତା ଯେତେବେଳେ ଆମ ସହ ରୁହନ୍ତି ଆମର ପୁରା ଧ୍ୟାନ ରଖନ୍ତି ଓ ଯେତେବଳେ ଚାଲି ଯାଆନ୍ତି ସେତେବେଳେ ବି ପୁରା ଧ୍ୟାନ ରଖନ୍ତି । ମୋତେ ମୋ ଭାଇକୁ ସେ କେବେ ବି ଅଲଗା ଅନୁଭବ କରିବାକୁ ଦିଅନ୍ତି ନାହିଁ ।” ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।