କେତେ କୋଟି ଟଙ୍କାର ମାଲିକ ଅଟନ୍ତି Virat Kohli ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ଭାରତୀୟ କ୍ରିକେଟ ଟିମର ନମ୍ବର ୱାନ ବ୍ୟାଟ୍ସମ୍ୟାନ ଓ ଭାରତୀୟ କ୍ରିକେଟ ଟିମର ସଫଳ ଅଧିନାୟକ ବିରାଟ କୋହଲି କେବଳ ଭାରତ ନୁହେଁ ବରଂ ସାରା ବିଶ୍ବରେ ସୁପରିଚିତ ଅଟନ୍ତି । କମ ବୟସରୁ ସବୁଠୁ ଅଧିକ ରୋଜଗାର କରୁଥିବା ଖେଳାଳି ହେଉଛନ୍ତି ବିରାଟ କୋହଲି । ବିରାଟ କୋହଲିଙ୍କ ସମ୍ପତ୍ତି କେତେ ? ସେ ଗୋଟିଏ ମ୍ଯାଚରେ କେତେ ଟଙ୍କା ପାଆନ୍ତି ? ତାଙ୍କର ବାର୍ଷିକ ରୋଜଗାର କେତେ ? ତାଙ୍କ କୁଳ ସମ୍ପତ୍ତି କେତେ ? ଏହିପରି କୋହଲିଙ୍କ ବିଷୟରେ ଆହୁରି କେତେ ଅଜଣା କଥା ଆଜି ଆମେ ଆପଣଙ୍କୁ ଜଣାଇବୁ ।

ବିରାଟ କୋହଲିଙ୍କ ଡାକ ନାମ ହେଉଛି ଚିକୁ । ବିରାଟ କୋହଲି ୨୦୧୩ ମସିହାରୁ ଭାରତୀୟ କ୍ରିକେଟ ଟିମର କ୍ଯାପଟେନ ଅଛନ୍ତି । ଆଉ ଦୀର୍ଘ ତିନି ବର୍ଷ ହେଲା ସେ ୱାର୍ଲ୍ଡର ନମ୍ବର ୱାନ ବ୍ୟାଟ୍ସମ୍ୟାନ ଅଛନ୍ତି । ତାଙ୍କ ରାଙ୍କ ଆଜି ପର୍ଯ୍ୟନ୍ତ କେହି ମଧ୍ୟ କାଟି ପାରି ନାହାନ୍ତି । ବିରାଟ କୋହଲି ବର୍ଷକୁ ପ୍ରାୟ ୧୧୦ କୋଟି ଟଙ୍କା ରୋଜଗାର କରନ୍ତି । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିରାଟଙ୍କୁ କ୍ରିକେଟ ଖେଳି ଯେତିକି ପଇସା ମିଳେ, ତା ଠାରୁ ଅଧିକ ପଇସା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମିଳେ । ଆଉ ଆମ ଦେଶରେ ବିରାଟ କୋହଲିଙ୍କ ବ୍ରାଣ୍ଡ ଭାଲ୍ଯୁ ସବୁଠୁ ଅଧିକ ଅଟେ ।

ସେ ବର୍ତ୍ତମାନ ପ୍ରାୟ ୧୭ ରୁ ୨୦ ଟି ବ୍ରାଣ୍ଡର ଆମ୍ବାସାଡର ଅଛନ୍ତି । ଗୋଟିଏ ବ୍ରାଣ୍ଡ ପ୍ରମୋଶନ କରିବା ପାଇଁ ସେ ପ୍ରାୟ ୧୦ କୋଟି ରୁ ୧୦୦ କୋଟି ପର୍ଯ୍ୟନ୍ତ ଚାର୍ଜ କରନ୍ତି । ନିକଟରେ ବିରାଟ କୋହଲି ପୁମା (puma) ବ୍ରାଣ୍ଡ ପ୍ରମୋଶନ କରିବା ପାଇଁ ୧୧୦ କୋଟିର ଡିଲ୍ ସାଇନ କରିଛନ୍ତି । ଭାରତ ଇତିହାସରେ ଗୋଟିଏ ବ୍ରାଣ୍ଡ ପ୍ରମୋଶନ ପାଇଁ ଏତେ ଟଙ୍କା କେହି ମଧ୍ୟ ନେଇ ନାହାନ୍ତି । ବିରାଟ କୋହଲି କେବଳ ଏଭିଆନ (evian) କମ୍ପାନୀର ପାଣି ପିଅନ୍ତି । ଏହି ପାଣିର ମୂଲ୍ୟ ଲିଟର ପ୍ରତି ୬୦୦/- ଟଙ୍କା ଅଟେ ।

ବିରାଟ କୋହଲି ପିଣଢୁଥିବା ଘଡିର ମୂଲ୍ୟ ୭୦ ଲକ୍ଷ ଟଙ୍କା ଅଟେ । କୋହଲି କେବଳ ଜେନ କ୍ରିକେଟର ନୁହନ୍ତି ବରଂ ସେ ବହୁତ ବଡ ବିଜନେସମ୍ୟାନ ମଧ୍ୟ । ସେ ପ୍ରତି ବର୍ଷ କେବଳ ୭୦ ରୁ ୮୦ କୋଟି ଟଙ୍କା ତାଙ୍କ ବିଜନେସରେ ନିବେଶ କରିଥାନ୍ତି । ବିରାଟ ବିସିସିଆଇ ର ଜଣେ A+ କ୍ୟାଟେଗୋରୀର ଖେଳାଳି । ତାଙ୍କୁ BCCI ତରଫରୁ ୭ କୋଟି ଟଙ୍କା ମିଳେ । କୋହଲି ଗୋଟିଏ ଟେଷ୍ଟ ମ୍ଯାଚ ଖେଳିବା ପାଇଁ ୭ ଲକ୍ଷ, ଦିନିକିଆ ପାଇଁ ୫ ଲକ୍ଷ ଓ ଗୋଟିଏ ଟି-୨୦ ମ୍ଯାଚ ଖେଳିବା ପାଇଁ ଅଢେଇ ଲକ୍ଷ ଟଙ୍କା ନିଅନ୍ତି ।

ଆଉ ଆଇପିଏଲ ର ଗୋଟିଏ ସିଜିନ ଖେଳିବା ପାଇଁ ବିରାଟ କୋହଲି ୧୭ ରୁ ୨୦ କୋଟି ଟଙ୍କା ନେଇଥାନ୍ତି । ମୁମ୍ବାଇ ଓ ଦିଲ୍ଲୀରେ ବିରାଟ କୋହଲିଙ୍କ ବହୁତ ବଡ ବିଳାସପୂର୍ଣ୍ଣ ବଙ୍ଗଳା ଓ ଲକ୍ସରି କାର ମଧ୍ୟ ଅଛି । ଭାରତରେ ଜଣେ ଖେଳାଳିଙ୍କୁ ଦିଆ ଯାଉଥିବା ସବୁଠୁ ବଡ ଆୱାର୍ଡ ‘ରାଜୀବ ଗାନ୍ଧୀ ଖେଳ ରତ୍ନ’ ମଧ୍ୟ ତାଙ୍କୁ ମିଳିସାରିଛି ।

ବିରାଟ ଏବେ ପର୍ଯ୍ୟନ୍ତ ୨୫୦ ଟି ଦିନିକିଆ ମ୍ଯାଚ ଖେଳି ସମୁଦାୟ ୧୨୦୦୦ ହଜାର ରନ୍ କରିଛନ୍ତି । ସେ ଏପର୍ଯ୍ୟନ୍ତ ୪୩ଟି ଶତକ ଓ ୫୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ବିରାଟଙ୍କ କୁଳ ସମ୍ପତ୍ତି ହେଉଛି ୬୩୦ କୋଟି ଟଙ୍କା । ଆଉ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସମ୍ପତ୍ତି ୨୦୦ ରୁ ୨୫୦ କୋଟି ଟଙ୍କା ଅଟେ ।

ବିରାଟଙ୍କ ନିଜର ଏକ ଚାରିଟି ଫାଉଣ୍ଡେସନ ମଧ୍ୟ ଅଛି, ଯାହା ମାଧ୍ୟମରେ ସେ ଗରିବ ଲୋକଙ୍କୁ କୋଟି କୋଟି ଟଙ୍କା ଦାନ କରନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।