ଏମିତି ଘରେ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ -Vastu Tips

ବ୍ୟକ୍ତିର ସୁଖ ସମୃଦ୍ଧି ଏପରି ସ୍ତ୍ରୀ ଉପରେ ନିର୍ଭର କରିଥାଏ ଯିଏ ଘରର ଧ୍ୟାନ ରଖିଥାଏ । ପ୍ରାଚୀନ କାଳରୁ ହିଁ ଘରର ଝିଅ ବୋହୂ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ଏପରି ମାନ୍ୟତା ରହିଛି କି ଯଦି ଗୋଟେ ସ୍ତ୍ରୀ ଚାହିଁବ ତେବେ ସେ ଗୋଟେ ଘରକୁ ସ୍ବର୍ଗ ବନେଇପାରିବ ଏବଂ ସେହି ସ୍ତ୍ରୀ ଘରକୁ ନର୍କ ମଧ୍ୟ ବନେଇ ପାରିବ । ଆମ ଶାସ୍ତ୍ରରେ ଝିଅ ବୋହୂ ଙ୍କର ଏମିତି କିଛି ଅଭ୍ୟାସ ବିଷୟରେ କୁହାଯାଇଛି ଯେଉଁ କାରଣରୁ ଘରେ ଦରିଦ୍ର୍ୟତା ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ୮ଟି କାମ ବିଷୟରେ କହିବାକୁ ଯାଉଛୁ ଯାହା ମହିଳାମାନଙ୍କୁ କରିବା ଉଚିତ ନୁହେଁ ।

୧:- ଯେଉଁ ମହିଳା ଘରେ ଥିବା ଝାଡୁକୁ ଗୋଇଠା ମାରିଥାଏ ସେହି ଘରେ କେବେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହି ଘରେ ସବୁବେଳେ ଦରିଦ୍ର୍ୟତା ରହିଥାଏ ।

୨:-କେବେବି ଭୁଲରେ ଗ୍ୟାସ ଉପରେ ଅଇଁଠା ବାସନ ରଖନ୍ତୁ ନାହିଁ । ଏହା ଦ୍ଵାରା ଘରକୁ ମାତା ଲକ୍ଷ୍ମୀ ଆସିନଥାନ୍ତି । ଏବଂ ଘରେ ଧନର ଅଭାବ ହୋଇଥାଏ ।

୩:- ଯେଉଁ ଘରେ ମହିଳାମାନେ ଗୋଇଠା ମାରି କବାଟ ଖୋଲିଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ । ଏପରି କରିବା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ ।

୪:- ଯଦି ଆପଣ ଘରର ଦୁଆରବନ୍ଧରେ ବସି ଭୋଜନ କରୁଛନ୍ତି ତେବେ ଖୁବ ଶୀଘ୍ର ଏହି ଅଭ୍ୟାସ କୁ ବଦଳାନ୍ତୁ କାରଣ ଏହା ଦ୍ଵାରା ଘରେ ଆର୍ଥିକ ସମସ୍ୟା ସ୍ତୃଷ୍ଟି ହୋଇଥାଏ । ଏବଂ ଏହା ଘରର ବର୍ବାଦି ର କାରଣ ବୋଲି କୁହାଯାଇଥାଏ ।

୫:- ଘରର ମହିଳା ଯଦି ରାତିର ଅଇଁଠା ବାସନ ନଧୋଇ ସୋଉଛନ୍ତି ତେବେ ଯଥା ଶୀଘ୍ର ଏହି ଅଭ୍ୟାସ କୁ ବଦଳାନ୍ତୁ କାରଣ ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଏବଂ ଘରେ ଧନର ଅଭାବ ସହିତ କୌଣସି କାର୍ଯ୍ୟରେ ସଫଳତା ମିଳେନାହିଁ ।

୬:- ଯେଉଁ ଘରର ମହିଳାମାନେ ରାତିରେ ଘର ଝାଡୁ କରିଥାନ୍ତି ସେହି ଘରେ କେବେ ମଧ୍ୟ ସୁଖ ଶାନ୍ତି ଆସିନଥାଏ । ଏହା ଦ୍ଵାରା ଘରେ ସବୁବେଳେ କଳହ ସୃଷ୍ଟି ହୋଇଥାଏ ।

୭:- ଯେଉଁ ଘରର ମହିଳାମାନେ ସକାଳେ ଡେରି ପର୍ଯ୍ୟନ୍ତ ସୋଇଥାନ୍ତି ସେହି ଘରୁ ମାତା ଲକ୍ଷ୍ମୀ ଚାଲିଯାଇଥାଆନ୍ତି । ଏବଂ ସେହି ଘରେ ଆର୍ଥିକ ସମସ୍ୟା ଦେଖିବାକୁ ମିଳିଥାଏ । ଏବଂ ଏହି ଅଭ୍ୟାସ ନିଜ ପରିବାର ଲୋକଙ୍କ ଅସଫଳତା ର କାରଣ ହୋଇଥାଏ ।

୮:- ଯେଉଁ ମହିଳା ସକାଳୁ ଉଠି ନିଜ ଘର ଦୁଆରମୁହଁ ସଫା କରେନାହିଁ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ତେଣୁ ସକାଳୁ ଉଠି ଘର ଦୂଆରମୁହଁ ସଫା କରନ୍ତୁ ଏହା ଦ୍ଵାରା ମାତା ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି ।

ତେବେ ଆପଣ ଯଦି ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି ତେବେ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।