ସିଂହ ରାଶି (Leo) ର 2021 ର ବାର୍ଷିକ ରାଶିଫଳ 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଆପଣଙ୍କୁ କହିଦେଉଛୁ କି ୨୦୨୧ ବର୍ଷଟି ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ବହୁତ ଶୁଭଦାୟକ ରହିବ । ସିଂହ ରାଶିର ଆଧିପତି ହେଉଛନ୍ତି ରବି । ଏହି ରାଶି ଅଗ୍ନିତତ୍ୱ ରାଶି ଅଟେ । ଏହି ରାଶିର ବ୍ୟକ୍ତି ବିଶେଷ କ୍ରୋଧି, ସ୍ପଷ୍ଟ ବାଦୀ, ନିର୍ଭୀକ, ପରୋପକାରୀ, ନିଜ ନିଷ୍ପତି ନିଜେ ନିଅନ୍ତି ଏବଂ କ୍ଷମତାଶୀଳ ବ୍ୟକ୍ତି ଅଟନ୍ତି । ଆପଣ ଭାବି ଚିନ୍ତି ସବୁ ନିଷ୍ପତି ନିଅନ୍ତି । ଆପଣ ନିଜ କଥାରେ ସବୁବେଳେ ଅଟଳ ରହିଥାନ୍ତି ।

ଆପଣ ରାଜକୀୟ ସ୍ୱଭାବର ଅଟନ୍ତି । ଯାହା ହେଉ ପଛେ କାହା ଆଗରେ ମୁଣ୍ଡ ନୂଆନ୍ତି ନାହିଁ । ଏବେ ଆସନ୍ତୁ ଜାଣିବା ୨୦୨୧ ବର୍ଷଟି ଆପଣଙ୍କର କିପରି ବିତିବ । ଆପଣଙ୍କର ଥିବା ସବୁ ପୁରୁଣା ସମସ୍ୟା ଦୂର ହୋଇଯିବ ।

ଆପଣ ପୂର୍ବରୁ କୌଣସି ରୋଗରେ ପୀଡିତ ଥିଲେ ଏବଂ କୌଣସି କୌର୍ଟ କଚେରୀ ମାମଲାରେ ଜଡିତ ଅଛନ୍ତି ତେବେ ଏହା ସବୁ ଏହି ବର୍ଷ ସମାଧାନ ହୋଇ ଯିବ । ଆପଣ ଏକ ଖୁସିର ଜୀବନ ବିତାଇବେ । ଶିକ୍ଷା କ୍ଷେତ୍ରରେ ଆପଣ କୃତକାର୍ଯ୍ୟ ହେବେ । ପ୍ରବେଶିକା ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ । ଆପଣଙ୍କୁ କଲରସିପ ମିଳିବ । ଶିକ୍ଷା ଜରିଆରେ ଭଲ ଚାକିରୀ ପାଇବେ । ଆପଣ ଆପଣଙ୍କର ଅନ୍ତର୍ନିହିତ ଗୁଣକୁ ପରି ପ୍ରକାଶ କରି ସମାଜରେ ସମ୍ମାନିତ ହେବେ ।

ଆପଣ ଅଳ୍ପ ପରିଶ୍ରମ କରି ବହୁତ ସଫଳତା ପାଇବେ । ବିଦ୍ୟାର୍ଥୀମାନେ ଅଧିକ ସଫଳତା ପାଇବା ପାଇଁ ପାଠ ପଢ଼ୁଥିବା ଜାଗାରେ ସରସ୍ୱତୀ ଯନ୍ତ୍ର ରଖି ପୂଜା କରନ୍ତୁ । ଏହା ଦ୍ଵାରା ଶିକ୍ଷା କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ । ଏହି ବର୍ଷ ଆପଣମାନେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ବୈବାହିକ ଜୀବନ ଖୁସିରେ ବିତିବ । କିନ୍ତୁ ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନାନ୍ତର ସୃଷ୍ଟି ହୋଇପାରେ । ଜଗି ରଖି ଚଳିଲେ ଏହାର ସମାଧାନ ହୋଇଯିବ । ଯଦି ସ୍ୱାମୀ ସ୍ତ୍ରୀ କେହି ବି ଚାକିରୀ କରୁଛନ୍ତି ତେବେ ଚାକିରୀରେ ବଦଳି ହୋଇପାରେ ।

ଆପଣଙ୍କର ନୂତନ ଭୂମି, ଯାନ, ବାହାନ ତଥା ଗୃହ କିଣିବାର ସମ୍ଭାବନା ଅଛି । ଏହି ବର୍ଷ ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ହେବ ଏବଂ ଧନ ସଞ୍ଚୟ କରିବାରେ ସଫଳତା ପାଇବେ । ଗୃହକୁ କୌଣସି ନୂଆ ଜିନିଷ କ୍ରୟ କରି ଆଣିବେ । ଆପଣଙ୍କର ଏହି ବର୍ଷ ଶତ୍ରୁ କମିଯିବ । ଶତ୍ରୁ ମାନେ ମିତ୍ର ହେବା ପାଇଁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାସ୍ଥ୍ୟକୁ ନେଇ ସବୁ ଚିନ୍ତା ଦୂର ହୋଇଯିବ । ପରିବାରରେ ଖୁସିର ପରିବେଶ ରହିବ । ଆପଣଙ୍କ ସମ୍ପର୍କୀୟଙ୍କ ସହ ଭଲ ସମ୍ପର୍କ ରହିବ ।

ଆପଣ ଯଦି ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟରେ କୌଣସି ବିଦେଶୀ କମ୍ପାନୀ ସହ ଅନୁବନ୍ଧିତ ହୋଇପାରନ୍ତି । ବ୍ୟବସାୟ ଭଲ ଚଳିବାରୁ ଆପଣଙ୍କ ଆର୍ଥିକ ପରିସ୍ଥିତି ବହୁତ ଭଲ ରହିବା ଫଳରେ ଆପଣ ବହୁତ ଖୁସିରେ ଜୀବନ ଅତିବାହିତ କରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।