Vastu Shastra- ଘରର ସିଡ଼ି କିପରି ଓ କେଉଁ ଜାଗାରେ କଲେ ଘରକୁ ଆସିଥାଏ ପ୍ରଚୁର ଧନ, ଜାଣନ୍ତୁ

କହିବାକୁ ଗଲେ ଗୋଟିଏ ଘରେ ସିଡିଘର ନିହାତି ଆବଶ୍ୟକ ହୋଇଥାଏ । କିନତୀ ସିଡି ଯଦି ଘରର ଭୁଲ ଜାଗାରେ କିମ୍ବା ଭୁଲ ଦିଗରେ ହୋଇଥାଏ ତେବେ ଏହା ଦ୍ଵାରା ଘରର ବହୁତ କ୍ଷତି ବି ହୋଇଥାଏ । ଯେପରି କି ଧନର କ୍ଷୟ ହୋଇଥାଏ । ଘରେ ସବୁବେଳେ ଝଗଡ଼ା ଲାଗି ଥାଏ । ଦେହ ଅସୁସ୍ଥ ରହିଥାଏ । କୋଟ କଚେରୀ ମାମଲା ଲାଗି ରହିଥାଏ । ଘରର ସଦସ୍ୟମାନେ ରୋଗ ଗ୍ରସ୍ତ ହୋଇଥାନ୍ତି । ଋଣ ବଡିଥାଏ । ଏଥିପାଇଁ ଆସନ୍ତୁ ଜାଣିବା ସିଡି କେଉଁ ଜାଗାରେ ରହିଲେ ଭଲ ହୋଇଥାଏ । ଶାସ୍ତ୍ର ଅନୁସାରେ ପଶ୍ଚିମ ଦିଗ ଉଚ୍ଚ ହେବ, ଦକ୍ଷିଣ ଦିଗ ଚାଖଣ୍ଡେ କମିବ, ପୂର୍ବକୁ ହାତେ ଉଣା କର, ଉତ୍ତରେ ଦେଢ଼ ହାତ ଧର । ଅର୍ଥାତ ଘରର ଛାତ ଉପରେ ସିଡି କରିବାକୁ ପଡିଥାଏ ।

ଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ପଶ୍ଚିମ ପଟଟି ଉଚ୍ଚ ହେବା ଉଚିତ ଓ ଦକ୍ଷିଣ ଦିଗ ପଶ୍ଚିମ ଦିଗ ସହ ସମାନ ହେବା ଆବଶ୍ୟକ କିମ୍ବା ଚାଖଣ୍ଡେ କମି ହେଲେ ଚଳିବ । ପୂର୍ବ ଦିଗ ହାତେ କମିବା ଆବଶ୍ୟକ ଓ ଉତ୍ତର ଦିଗ ଦେଢ଼ ହାତ କମିବା ଆବଶ୍ୟକ । ଯଦି ପଶ୍ଚିମ ପଟେ ସିଡି ଘର କରାଯାଏ ତେବେ ଦକ୍ଷିଣ ଦିଗ ତାହାରି ସମାନର ଏକ ଘର କିମ୍ବା ପାଚିରି କରିବାକୁ ପଡିଥାଏ । ଯଦି ସିଡି ଘର ଦକ୍ଷିଣ ପଟେ ହୁଏ ତେବେ ପଶ୍ଚିମ ପଟ ତାହାର ସମାନର କରିବାକୁ ପଡିବ ।

ଏହା ଦ୍ୱାରା ଘର କୌଣସି ବାସ୍ତୁ ଦୋଷ ରୁହେ ନାହିଁ । ଘର ଉପରେ ଦକ୍ଷିଣ ପଶ୍ଚିମ ପବନ ମାଡ ହୁଏ ଏହା ଦ୍ୱାରା ଘରେ ପ୍ରଚୁର ମାତ୍ରାରେ ଧନ କ୍ଷୟ ହୋଇଥାଏ ଓ ରୋଗର ସମସ୍ୟା ବି ବଡି ଥାଏ । ଯଦି ଘରର ବାୟୁ ବା ଅଗ୍ନି କୋଣରେ ସିଡି ଘର କରାଯାଏ ତେବେ ଘରର ଅନେକ ବ୍ୟକ୍ତି ବାୟୁ ରୋଗ ଓ ଆଣ୍ଠୁ ଗଣ୍ଠି ରୋଗରେ ପୀଡିତ ହୁଅନ୍ତି । ନୈରତ୍ୟ କୋଣ ସିଡି ପାଇଁ ଉପଯୁକ୍ତ ସ୍ଥାନ ଅଟେ । ଏହା ଛଡା ପୂର୍ବ ଉତ୍ତର କୋଣରେ ସିଡି ଘର ରହିଲେ ବାସ୍ତୁ ଦୋଷ ରହିଥାଏ ।

ଏହା ସହିତ ଉତ୍ତର ଦିଗରେ ରହିଲେ ବି ବହୁତ କ୍ଷତି ହୋଇଥାଏ । ସିଡିର ଶେଷ ଭାଗ କେବେ ବି ଉତ୍ତର ଦିଗକୁ ରଖିବେ ନାହିଁ ନଚେତ ବହୁତ କ୍ଷତି ହୋଇଥାଏ । ଘରର ମୁଖ୍ୟ ଦ୍ୱାରରେ ମଧ୍ୟ ସିଡି ରଖିଲେ କ୍ଷତିକାରକ ହୋଇଥାଏ । ଅର୍ଥାତ ଘରର ମୁଖ୍ୟ ତଳିତଳାନ୍ତ ହୋଇଯାନ୍ତି ଓ ଋଣ ଗ୍ରସ୍ତ ହୋଇଥାନ୍ତି । ସିଡି ଘର ତଳେ ପୂଜା ଘର, ରୋଷେଇ ଘର କିମ୍ବା ଶୌଚାଳୟ ରଖିବା ଉଚିତ ନୁହେଁ । ନଚେତ ଦେବତାଙ୍କରକୁ ପ୍ରଭାବ ପଡିଥାଏ । ସିଡି ଠାରୁ କିଛି ଗ୍ୟାପ ରଖି ଗାଧୋଇବା ଘର ରଖିପାରିବେ ।

ସିଡି ଘରେ ଜୋତା କିମ୍ବା ଅଦରକାରୀ ଜିନିଷ ରଖି ପାରିବେ । ସିଡି ଘରର ବାସ୍ତୁଦୋଷ ଦୂର କରିବା ପାଇଁ ସିଡିର ଶେଷ ଆଡକୁ ଗଣେଶଙ୍କ ମୂର୍ତି ରଖିବା ଉଚିତ । ନଚେତ ଏକ ମାଟି ପାତ୍ରରେ ବର୍ଷା ପାଣି ଆଣି ସିଡି ତଳେ ପୋତି ଦେଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।