ଆଦିତ୍ୟଙ୍କ ବିବାହରେ ମିଳିଲା ଏମିତି ସବୁ ଦାମୀ ଗିଫ୍ଟ, ଦେଖନ୍ତୁ କେଉଁ Bollywood ସେଲିବ୍ରିଟୀ କଣ କଣ ଦେଲେ

ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗରୱାଲ ଙ୍କର ବିବାହ କିଛି ଦିନ ପୂର୍ବରୁ ସଂପୂଣ୍ଣ ହୋଇସାରିଛି । ତାଙ୍କ ବିବାହ ପ୍ରାଇଭେଟ କିନ୍ତୁ ବହୁତ ଧୁମ ଧାମରେ ହେଲା । ତାଙ୍କ ରେସପସନରେ ବହୁତ ବଡ଼ ବଡ଼ ସେଲିବ୍ରିଟୀ ମାନେ ମଧ୍ୟ ଆସିଥିଲେ । ତେବେ ଆଦିତ୍ୟ ଏବଂ ଶ୍ୱେତା ଙ୍କ ବିବାହରେ ବହୁତ ଗିଫ୍ଟ ମିଳିଥିଲା । ତେବେ ଆଜି ଆମେ ଆପଣଙ୍କୁ ବଲିଉଡ ସେଲେବ୍ରିଟୀ ମାନଙ୍କ ଗିଫ୍ଟ ବିଷୟରେ କହିବାକୁ ଯାଉଛୁ ଯାହା ସେମାନେ ଆଦିତ୍ୟ ଙ୍କୁ ତାଙ୍କ ରିସେପସନ ରେ ଦେଇଥିଲେ । ତେବେ ଚାଲନ୍ତୁ ଜାଣିବା ।

ସଲମାନ ଖାନ:- ସଲମାନ ଖାନ ଏବଂ ଉଦିତ ନାରାୟଣ ବହୁତ ଖାସ ଅଟନ୍ତି । ସଲମାନ ଆଦିତ୍ୟ ଏବଂ ଶ୍ୱେତା ଙ୍କ ପାଇଁ ରେଡ କଲର ର ଅଡି ଦେଇଛନ୍ତି । ଏହି କାର ର ଦାମ ହେଉଛି ୫୦ ଲକ୍ଷ୍ୟ ଟଙ୍କା ।

ସୋନମ କପୁର:- ସୋନମ କପୁର ଆଦିତ୍ୟ ଙ୍କ ବିବାହରେ ତାଙ୍କୁ ଫୁଲର ବୁକେ ଏବଂ ହ୍ୟାଣ୍ଡ ବ୍ୟାଗ ଦେଇଛନ୍ତି । ଏହି ବ୍ୟାଗ ଟି ଦେଖିବାକୁ ବହୁତ ସୁନ୍ଦର । ଏହି ବ୍ୟାଗ ର ଦାମ ହେଉଛି ୬ ଲକ୍ଷ୍ୟ ଟଙ୍କା ।

ଦୀପିକା ପାଦୁକୋନ:- ଦୀପକା ଏବଂ ରଣବୀର ସିଂ ନିଜର ବେଷ୍ଟ ୱିସେସ ସହିତ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ଙ୍କୁ ହୀରାର କାନଫୁଲ ଦେଇଛନ୍ତି । ଏହି ହୀରା ର କାନଫୁଲ ର ଦାମ ୧୪ ଲକ୍ଷ ଟଙ୍କା ଅଟେ ।

ଅନୁଷ୍କା ଶର୍ମା:- ଅନୁଷ୍କା ଆଦିତ୍ୟଙ୍କ ବିବାହ କୁ ଯାଇପାରିନଥିଲେ କିନ୍ତୁ ସେ ଶ୍ୱେତା ଙ୍କ ପାଇଁ ବହୁତ ସୁନ୍ଦର ହୀରାର ବ୍ରେଶ୍ଲେଟ ପଠାଇଥିଲେ । ଏହି ବ୍ରେଶ୍ଲେଟ ର ଦାମ ୧୩ ଲକ୍ଷ ଟଙ୍କା ଅଟେ ।

ସାରୁଖ ଖାନ:- ସାରୁଖ ଏବଂ ଉଦିତ ନାରାୟଣ ଙ୍କର ବହୁତ ଭଲ ସଂପର୍କ ରହିଛି । ସାରୁଖ ଆଦିତ୍ୟ ଏବଂ ଶ୍ୱେତା ଙ୍କ ପାଇଁ ହୀରାର କପଲ ୱାଚ ଗିଫ୍ଟ କରିଛନ୍ତି । ଏହି ଘଣ୍ଟାର ଦାମ ୩୫ ଲକ୍ଷ ଟଙ୍କା ।

ଭାରତୀ ସିଂ :- ଭାରତୀ ଏବଂ ତାଙ୍କ ସ୍ଵାମୀ ହର୍ସ ଆଦିତ୍ୟ ଙ୍କର ବହୁତ କ୍ଲୋଜ ଫ୍ରେଣ୍ଡ ଅଟନ୍ତି । ଭାରତୀ ଆଦିତ୍ୟ ଙ୍କୁ ହୀରାର କଡ଼ା ଦେଇଛନ୍ତି । ଯାହାର ଦାମ ୧୦ ଲକ୍ଷ ଟଙ୍କା ଅଟେ । ଏବଂ ଶ୍ୱେତା ଙ୍କୁ ହୀରାର ନେକଲେସ ଦେଇଛନ୍ତି ଯାହାର ଦାମ ୧୫ ଲକ୍ଷ ଟଙ୍କା ଅଟେ ।

ଗୋବିନ୍ଦା:- ଉଦିତ ନାରାୟଣ ଏବଂ ଗୋବିନ୍ଦା ବହୁତ କ୍ଲୋଜ ଫ୍ରେଣ୍ଡ ଅଟନ୍ତି । ଗୋବିନ୍ଦ ଆଦିତ୍ୟ ଏବଂ ଶ୍ୱେତା ଙ୍କୁ ହୀରାର ହାର ଦେଇଛନ୍ତି ଯାହାର ଦାମ ୨୦ ଲକ୍ଷ ଟଙ୍କା ଅଟେ ।

ତେବେ ଆପଣଙ୍କୁ ଆଦିତ୍ୟ ଏବଂ ଶ୍ୱେତା ଙ୍କ ଯୋଡ଼ି କେମିତି ଲାଗୁଛି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।