ଆଜି ଲଣ୍ଡନ, ଆମେରିକା ଓ ଦୁବାଇରେ ଅଛି Anil Kapoor ଙ୍କ ଆଲିଶାନ ଘର, ଦିନେ ରହୁଥିଲେ Raj Kapoor ଙ୍କ ଗ୍ଯାରେଜରେ

ହିନ୍ଦୀ ସିନେମାର ଦିଗଜ ଅଭିନେତା ଅନିଲ କପୁରଙ୍କ ବୟସ ୬୪ ବର୍ଷ ଅଟେ । ସେ ମୁମ୍ବାଇର ଚେମ୍ବୁରରେ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ । ବଲିଉଡରେ ତାଙ୍କ ନାଁ ସବୁଠାରୁ ଫିଟନେସ ଓ ହିଟ ଅଭିନେତା ଭାବେ ଗଣନା କରାଯାଏ । ବଲିଉଡରେ ସେ ୩୭ ବର୍ଷ ହେବ କାମ କରିବା ସହ ଅନେକ ହିଟ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ଜଣେ ଭଲ ଅଭିନେତା ହେବା ସହ ଅନିଲ କପୁର ନିର୍ମାତା ଭାବେ କାମ କରନ୍ତି ।

ବଲିଉଡରେ ସେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ୯୦ ଦଶକରେ ଅନିଲ କପୁର ଲଗାତାର ୧୩ଟି ଫିଲମରେ ହିଟ କରିଥିଲେ । ସେ ତାଙ୍କ ସମୟରେ ବଡ କଳାକାର ମାନକ ସହ କାମ କରିଛନ୍ତି । ତାଙ୍କ ସମୟରେ ଏମିତି ଏକ ଦିନ ଥିଲା ଯେ ତାଙ୍କୁ ରାଜ କପୁରଙ୍କ ଗ୍ଯାରେଜରେ ରହିବାକୁ ପଡିଥିଲା । କିନ୍ତୁ ଆଜିକା ଡେଟରେ ତାଙ୍କର ଲଣ୍ଡନ, ଆମେରିକା ଓ ଦୁବାଇରେ ଆଲିଶାନ ଘର ରହିଛି ।

ଅନିଲ କପୁର ନିଜ ପରିବାର ସହ ମୁମ୍ବାଇରେ ଥିବା ଘରେ ରହିଛନ୍ତି । ତାଙ୍କର ଘର ମୁମ୍ବଇର ଯୁହୁ ଇଲାକାରେ ଅଛି । ତାଙ୍କ ପରିବାରରେ ସ୍ତ୍ରୀ ସୁନିତା କ୍ପାଉର, ପୁଅ ହର୍ଷବର୍ଦ୍ଧନ ଓ ଝିଅ ରିୟା କପୁର ଅଛନ୍ତି । ଏହି ଘରର ଡିଜାଇନ ସୁନିତା କପୁରଙ୍କ ପସନ୍ଦ ଅନୁଯାୟୀ କରା ଯାଇଛି । ତାଙ୍କର ଏହି ଘରେ ଏକ ଫିଲ୍ମ ଦେଖିବା ପାଇଁ ରୁମ ରହିଛି । ତାଙ୍କ ଘରର ଲିଭିଙ୍ଗ ରୁମକୁ ଟ୍ରେଡ଼ିସ୍ନାଲ ଡିଜାଇନରେ ସଜା ଯାଇଛି ।

ଏହି ଘରେ ତାଙ୍କର ଡ୍ରେସିଂ ରୁମରେ ସୋନମା ଓ ହର୍ଷବର୍ଦ୍ଧନ ନିଜର ଫୋଟୋ ସଜାଇଛନ୍ତି । କୁହାଯାଏ ଯେ ଅନିଲ କପୁରଙ୍କ ପରିବାରର ପସନ୍ଦ ଅନୁଯାୟୀ ସବୁ ରୁମ ଗୁଡିକ ସଜା ଯାଇଛି ।ଅନିଲ କପୁରଙ୍କ ଆମେରିକାର କେଲିଫୋର୍ନିୟାରେ ଏକ ସୁନ୍ଦର ଘର ରହିଛି । ତାଙ୍କ ପୁଅ ହର୍ଷବର୍ଦ୍ଧନ ପାଠପଢା ପାଇଁ ଆମେରିକା ଯାଇଥିଲେ । ସେ ତାଙ୍କ ପୁଅ ରହିବା ପାଇଁ ଏହି ଘରକୁ କିଣିଛନ୍ତି । କେଲିଫୋର୍ନିୟାର ଏହି ଘର ୧ ମିଲିୟନ ଡଲାର ଠାରୁ ଆହୁରି ଅଧିକ ଦାମୀ ଅଟେ । ଏହି ଘରର ଖାସ କଥା ହେଉଛି ଯେ ଏହା ସମୁଦ୍ର କୂଳରେ ଅବସ୍ଥିତ ଅଟେ ।

ଦୁନିଆର ସବୁଠାରୁ ସୁନ୍ଦର ଜାଗା ଦୁବାଇରେ ମଧ୍ୟ ଅନିଲ କପୁର ସାନଦାର ଓ ଆଲିଶାନ ଘର କିଣିଛନ୍ତି । ଯେବେ ଅନିଲ କପୁର ଶୁଟିଙ୍ଗ କରିବାକୁ ଆଇଥିଲେ ସେତେବେଳେ ସେ 2 BHK ଫ୍ଲାଟ କିଣିଥିଲେ । ତାଙ୍କର ଦୁବାଇରେ ଏହି ଘର ଡିସ୍କବରୀ ଗାର୍ଡନ ପାଖରେ ଥିବା ଅଲ ଫୁରଜାନ ଠାରେ ଅଛି । ଏହି ଘରକୁ ନେଇ ଅନିଲ କାପୁର କହିଥିଲେ ଯେ ଏହି ଘର ବହୁତ ଶସ୍ତା ଅଟେ କିନ୍ତୁ ବହୁତ ସୁନ୍ଦର ଜାଗାରେ ଏହା ତିଆରି ହୋଇଛି ।

ଲଣ୍ଡନରେ ମଧ୍ୟ ତାଙ୍କର ଏକ ଆଲିଶାନ ଘର ରହିଛି । ସେ ମେଫେୟାର ଆପର୍ଟମେଣ୍ଟରେ ଅନେକ ଥର ନଜର ଆସିଥିଲେ । ସେ ତାଙ୍କର ଲଣ୍ଡନ ଘରକୁ ବହୁତ ପସନ୍ଦ କରନ୍ତି କାରଣ ସେଠାରେ କିଛି ପୁରୁଣା ସ୍ମୃତି ତାଙ୍କର ରହିଛି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।