ଜାଣନ୍ତୁ ଓଲିଉଡ ର ଏହି ଫେମସ ହିରୋ ମାନଙ୍କ ଘର କେଉଁଠି ?

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ଆପଣ ମାନେ ନିଶ୍ଚିନ୍ତ ଭାବେ ଓଡିଆ କଳାକାର ମାନଙ୍କ ବିଷୟରେ ଜାଣିବାକୁ ଇଛୁକ ଥିବେ ।

ସେମାନେ ତାଙ୍କର ସାନଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ଦିଲରେ ନିଜ ପାଇଁ ଘର କରି ପାରିଛନ୍ତି । ଓଡିଆ ଜଗତର କଳାକାର ମାନେ ନିଜର ପର୍ଶନାଲିଟି ସହ ନିଜର ଲାଇଫ ଷ୍ଟାଇଲକୁ ମଧ୍ୟ ବେଶ ଭଲ ଭାବେ ମେଣ୍ଟେନ କରି ରଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଜଗତର କ୍ଲାରାକର ମାନଙ୍କ ଘର କେଉଁଠାରେ ସେହି ବିଷୟରେ କହିବାକୁ ଯାଉଛୁ ।

“ଅନୁଭବ ମହାନ୍ତି” : ଅଭିନେତା ଅନୁଭବ ମହାନ୍ତି “ଆଇ ଲଭ ୟୁ” ଫିଲ୍ମରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ସେ କେନ୍ଦ୍ରାପଡାରେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି । ସେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମାରେଜ କରିଛନ୍ତି । ତାଙ୍କର କଟକରେ ଆଲିଶାନ ଘର ରହିଛି ।

“ସବ୍ୟସାଚୀ ମିଶ୍ର” : ଅଭିନେତା ସବ୍ୟସାଚୀ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଜବରଦସ୍ତ ଅଭିନୟ ପାଇଁ କୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କର ଯୋଡି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ । ତାଙ୍କର ବୁର୍ଲାରେ ଏକ ସୁନ୍ଦର ଘର ରହିଛି ।

“ଆକାଶ ଦାସ ନାୟକ” : ଆକାଶ କେବଳ ଜଣେ ଅଭିନେତା ନୁହେ ବରଂ ଜଣେ ରାଜନେତା ଭାବେ ମଧ୍ୟ କାର୍ଯ୍ୟ କରନ୍ତି । ସେ ଓଡିଆ ଜଗତରେ ଅନେକ ହିଟ ଫିଲ୍ମରେ ଅଭିନୟ କରି ଖୁବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଯାଜପୁରରେ ଗୋଟିଏ ସୁନ୍ଦର ଘର ରହିଛି ।

“ଶ୍ରୀତମ ଦାସ” : ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନେତା ଶ୍ରୀତମ ଦାସଙ୍କୁ କିଏ ନ ଜାଣିଛନ୍ତି । ସେ କେବେଳ ଭଲ ହିରୋ ଭୂମିକାରେ ନୁହେଁ ବରଂ ଖଳନାୟକ ଭୂମିକରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର କଟକରେ ସାନଦାର ଘର ରହିଛି ।

“ସ୍ଵରାଜ ବାରିକ” : ସ୍ଵରାଜ ଶିଶୁ କଳାକାର ଭାବେ ପ୍ରଥମେ ଓଡିଆ ଜଗତରେ ପାଦ ଦେଇଥିଲେ । ଏହା ପରେ ସେ “ତୁ ମୋ ଲାଭ ଷ୍ଟୋରି” ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲେ । ତାଙ୍କର ବାରିପଦାରେ ସୁନ୍ଦର ଘର ରହିଛି ।

“ଅରିନ୍ଦମ ରଏ” : ଅଭିନେତା ଅରିନ୍ଦମ କେବଳ ଭଲ ଅଭିନୟ କରନ୍ତି ତାହା ନୁହେ ବରଂ ସେ ଜଣେ ରାଜନେତା ମଧ୍ୟ ଅଟନ୍ତି । ସେ ଅନେକ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ଦେଇଛନ୍ତି । ତାଙ୍କର କଟକରେ ଆଲିଶାନ ଘର ରହିଛି ।

“ବାବୁସାନ ମହାନ୍ତି” : ଓଡିଆ ଇଣ୍ଡଷ୍ଟ୍ରିର ଚକଲେଟ ହିରୋ ଭାବେ ବାବୁସାନ ପରିଚିତ ଅଟନ୍ତି । “ରୋମୀଓ ଦି ଲଭ ଅଫ ବଏ” ଫିଲ୍ମରୁ ଅଭିନେତା ବାବୁସାନ ଓଡିଆ ଜଗତରେ ପାଦ ଦେଇଥିଲେ । ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତାଙ୍କ ପୁଅ ବାବୁସାନ ତୃପ୍ତିଙ୍କୁ ପ୍ରେମ କରି ମ୍ୟାରେଜ କରିଛନ୍ତି । ତାଙ୍କର ବାରିପଦାରେ ଏକ ସୁନ୍ଦର ଘର ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।