କରୋନା ଟୀକା ନେବା ପରେ ଏହି ସବୁ କଥା ପ୍ରତି ରଖନ୍ତୁ ବିଶେଷ ଧ୍ୟାନ, କରନ୍ତୁ ନାହିଁ ଏହି କାମ- Health Tips

ପୁଣି ଥରେ ବଢିବାରେ ଲାଗିଛି କରୋନା ।  ଯଦି ଆପଣ ମାନେ ଟୀକା ନେଉଛନ୍ତି ତେବେ ଆପଣ କିଛି ନିୟମ ମାନି ଚଳନ୍ତୁ । ଏହା ନ କଲେ ଆପଣ ଅଧିକ ଭାବେ ଆକ୍ରାନ୍ତ ହୋଇ ପାରିବେ ।

ତେବେ ଏସବୁ କୁ କିଭଳି ଦୂରେଇ ରଖିବେ ନିଜଠୁ କି କଣ କରିବେ ଓ କଣ ନ କରିବେ ତାହା ଜାଣି ନିଅନ୍ତୁ । କରୋନା ସଂକ୍ରମଣ ଅଧିକ ହେବାରୁ ଲୋକମାନଙ୍କ ସୁରକ୍ଷା ପାଇଁ ସରକାର ଅଧିକ ଭାବରେ ଚିନ୍ତା କରି କରୋନା ଟିକା କରଣ କୁ  ଅଧିକ ମାତ୍ରାରେ ଲୋକଙ୍କୁ ଯୋଗାଇବାରେ ଲାଗିଛି । ତେବେ ଆପଣ ଜାଣିଥିବେ କି ପ୍ରଥମେ ଏହା ବୃଦ୍ଧ ବ୍ୟକ୍ତି କିମ୍ବା ୪୫ ବର୍ଷରୁ ଅଧିକ ଲୋକଙ୍କୁ ଦିଆ ଯାଇଥିଲା ।

ଏହା ପରେ ମେ ମାସରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦିଆ ଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ ଆମେ ଆପଣଙ୍କୁ ଟୀକା ନେବା ପରେ କିଛି ନିୟମ ମାନି ଚଳିବାକୁ ପଡିବ । ସେଗୁଡିକ ହେଲା ତୁରନ୍ତ କାମକୁ ଯାନ୍ତୁନି । କିଛି ଲୋକଙ୍କ ଶରୀରରେ ଏହା ଜଲ୍ଦି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଉଥିବା ବେଳେ କିଛି ଲୋକଙ୍କ  ଶରୀରରେ ଏହା କିଛି ଦିନ ଯାଏ ରହି ତା ପରେ ନିଜର ପ୍ରତିକ୍ରିୟା ଦେଖାଇ ଥାଏ ।

ତେବେ ଆପଣ ଏହା ପାଇଁ ୨ ରୁ ୩ ଦିନ ଯାଏ ଘରେ ରୁହନ୍ତୁ । ଏହା ସହ କାପଣ ଭିଡ ଜାଗାକୁ ଯାନ୍ତୁ ନି, ଖରାରେ ଅଧିକ ବୁଲନ୍ତୁ ନି । ଏବେ ଦ୍ରୁତ ଗତିରେ ଏହା ଖୁବ ବାଢୁଛି ତେବେ ଆପଣ ଯାତ୍ରା କରନ୍ତୁ ନି । ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ମତ ଅନୁସାରେ ଆପଣ ଯାତ୍ରା କରିବା ମନା । ଯଦି ଆପଣ ନିଶା ସେବନ କରୁଛନ୍ତି ତେବେ ଆପଣ ଏହା ଠାରୁ ଦୂରେଇ ରୁହନ୍ତୁ କମ ରୁ କମ ଆପଣ ୩ ଦିନ ଯାଏ ଏହି ଏସବୁରୁ ଦୂରେଇ ରୁହନ୍ତୁ ।

ଆପଣ ତେଲ ଛଣା ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଯଦି ଆପଣଙ୍କ ଶରୀରରେ ଆଲାରଜିକ ଅଛି । ଆପଣ ମନକୁ ମନ ଔଷଧ ନ ଖାଇ ଆପଣ ନିଜ ପାଖରେ ଥିବା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆପଣ ନିଜ ଶରୀରକୁ  ହାଇଡ୍ରେଟ ରଖନ୍ତୁ ଏହା ପାଇଁ ଆପଣ ଖାଇବାରେ କିଛି ଫଳ ଓ ଅଧିକ ମାତ୍ରାରେ ପାଣି ପିଅନ୍ତୁ, ପନିପରିବା, ବାଦାମ ମଧ୍ୟ ଖାନ୍ତୁ ।

ଆପଣ ବିନା ମାସ୍କ ରେ କେଉଁ ଆଡେ ଯାନ୍ତୁ ନି । କାରଣ ୨ ଟି ଯାକ ଟୀକା ନେବା ପରେ ହିଁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ହେବ । ବ୍ୟାୟାମ କରନ୍ତୁ ନି କିଛି ଦିନ ପାଇଁ ନଚେତ ଆପଣଙ୍କ ହାତରେ ପୀଡା ବଢି ପାରେ । ଯଦି ଆପଣଙ୍କ ପାଖା ପାଖିରେ କେହି ଟୀକା ନେଉଛନ୍ତି ତେବେ ଆପଣ ଏହା ନେଇ ତାଙ୍କୁ ସଚେତନ କରାନ୍ତୁ ।  ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ