ଦେଖନ୍ତୁ ଭିଡିଓ- ଯାଦୁ ନା କେବଳ ଆଖିର ଧୋକା? ଜାଣନ୍ତୁ କେମିତି ଲୋକଙ୍କୁ ପାଗଳ ବନେଇଥାନ୍ତି ଯାଦୁଗର

ଯାଦୁ ଦେଖିବା ପାଇଁ ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ଲାଗେ । ସମସ୍ତେ ଯାଦୁ ର ସୋ ର ମଜା ନିଅନ୍ତି । କିନ୍ତୁ କୌଣସି ଯାଦୁ ଦେଖିଲା ପରେ ଆମର ମନରେ ଏକ ପ୍ରଶ୍ନ ରହିଥାଏ ଯାଦୁଗର ଏହାକୁ କେମିତି କଲା ? ସମସ୍ତେ ଏହାକୁ ଜାଣିବା ପାଇଁ ଚେଷ୍ଟା କରନ୍ତି ଏବଂ ସମସ୍ତଙ୍କର ଇଚ୍ଛା ମଧ୍ୟ ହୁଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଅସଲି ଯାଦୁ ଭଳି କିଛି ହୁଏ ନାହିଁ, ସବୁକିଛି ନିର୍ଭର କରେ ନିଜର ହାତର ସଫାଇ ଉପରେ । ଏହି କଥା କୁ ସବୁ ଯାଦୁଗର ମାନେ ସ୍ଵୀକାର କରି ଛନ୍ତି କି ଯାଦୁ ପଛରେ କିଛିଟା ହାତର ସଫାଇ ହୋଇ ଥାଏ ।

ଯାଦୁ କେବଳ ହାତର ସଫାଇ ର କାମାଲ :

ନବଲ ସିଂହ ରାଣା ଉର୍ଫ ଯାଦୁଗର ସମ୍ରାଟ ଅଜୂବା ଯାଦୁର ରାଜ ଖୋଲିବା ସହ ଥରେ ଏକ ଇଣ୍ଟରଭିୟୁ ରେ କହିଛନ୍ତି କି, ମୁଁ କେତେ ବର୍ଷ ହବ ଦେଶସାର ଯାଦୁ ର ସୋ କରି ଆସୁଅଛି । ଯାଦୁଗର ହେବା କୌଣସି ବଡ କଥା ନୁହେଁ, ଏଥିପାଇଁ ହାତର ସଫାଇ ର କଳା ଥିବା ଜରୁରୀ ଅଟେ । ଏହା ଭିତରେ ସେ ଯାଦୁର ଦୁଇଟି ଟ୍ରିକ କହିଲେ ।

ଦିଆସିଲି ର କାଠିରେ ଏମିତି କରନ୍ତୁ ଯାଦୁ :

ଗୋଟେ ଭର୍ତି କାଠି ଥିବା ଦିଆସିଲି ନିଅନ୍ତୁ ଏବଂ ସମସ୍ତଙ୍କ ସାମନ୍ନାରେ ତାର ସବୁ କାଠି ବାହାର କରିଦିଅନ୍ତୁ । ପୁଣି ତାକୁ କାହାର ବି କାନ ପାଖରେ ନେଇ ହଲେଇଦିଆନ୍ତୁ, ପୁଣି ଦିଆସିଲି ରୁ ଏମିତି ଆବାଜ ଆସିବା ଯେମିତି କି ଦିଆସିଲି ଭର୍ତି ଅଛି । କିନ୍ତୁ ଏହା କୌଣସି ଯାଦୁ ନୁହେଁ, ଖେଳ ଆରମ୍ଭ ହେବା ପୂର୍ବରୁ ଯାଦୁଗର ନିଜର ହାତରେ ଗୋଟିଏ ଦିଆସିଲି ବାନ୍ଧି ଦେଇଥାଏ । ଯାହା ପରେ ଜୋର ଜୋର କରି ହଲେଇବା ଦ୍ଵାରା ଜଣା ଯାଏ ।

ପବନରେ ଉଡୁଥିବା କାଠ ର ରହସ୍ୟ :

ସବୁ ଯାଦୁଗର ଏମିତି ଖେଳ ନିଶ୍ଚିତ ଦେଖନ୍ତି । ଏହା ସତରେ ଆଶ୍ଚର୍ଯ୍ୟ କରିଦେବା ଭଳି ଯାଦୁ ଅଟେ । କିନ୍ତୁ କାମାଲ ତ ଗୋଟେ ରଡ ର ଅଟେ । କାଠ ଉଡେ ନାହିଁ ଏକ ପତଳା ରଡରେ ଶୋଇ ଥାଏ । ଯାହା ଯାଦୁଗରର ପଛରେ ଲୁଚି ଥାଏ, ଯାହା ଫଳରେ ଯାଦୁଗର ନିଜ ଜାଗାରୁ ଘୁଞ୍ଚେ ନାହିଁ ।

ଏହି ଭିଡିଓରେ ଦେଖାଯାଉଥିବା ଯାଦୁ ର ଅନ୍ୟ ଉପାୟ –