୩୧ ବର୍ଷ ପୂର୍ବରୁ ମହାନ ଦାରା ସିଂହ, ହନୁମାନଙ୍କ ରୋଲ ପାଇଁ ନେଉଥିଲେ ଏତେ ଫିସ, କି କେହିବି ନଥିଲେ ତାଙ୍କ ଆଖ ପାଖରେ

ଆଜିକାଲି ଟିଭି ରେ କେତେ ଧାର୍ମିକ ଧାରାବାହିକ ପ୍ରସାରିତ କରାଯାଇଥାଏ କିନ୍ତୁ ଯେମିତି ପ୍ରସିଦ୍ଧ ୮୦ ଦଶକ ରେ ଆସୁଥିବା ପୌରାଣିକ ଧାରାବାହିକ ରାମାୟଣ ହୋଇଥିଲା ତାହାର ଆଖପାଖ ଆଜି ପର୍ଯ୍ଯନ୍ତ କେଉଁ ଅନ୍ୟ ଧାରାବାହିକ ପହଞ୍ଚି ନାହିଁ । ଭଗବାନ ଶ୍ରୀରାମଙ୍କ ମହିମାକୁ ଦର୍ଶାଇ ଏହି ସିରିୟଲ ଯେତେବେଳ ଦୂରଦର୍ଶନ ରେ ଆସୁଥିଲା ତେବେ କୁହାଯାଏ କି ରାସ୍ତାରେ ଭିଡ ହେଇ ଯାଉଥିଲା କାରଣ ସମସ୍ତେ ଟିଭି ଆଗରେ ବସି ଯାଉ ଥିଲେ ।

ଏହି ଧାରାବାହିକ ସବୁଠୁ ବଡ ବିଶେଷତ ଥିଲା କି ଏଥିରେ କାମ କରୁଥିବା ସମସ୍ତେ କଳାକାରମାନେ ଏମିତି ଜୀବନ୍ତ ଅଭିନୟ କରୁଥିଲେ କି ତାଙ୍କ ପରିଚୟ ତାଙ୍କ ଅଭିନୟ ରୂପରେ ହେବାକୁ ଲାଗିଥିଲା । ଯେମିତି ଶ୍ରୀରାମଙ୍କ ଅଭିନୟ କରୁଥିବା କଳାକାର ଅରୁଣ ଗୋବିଲ ନିଜକୁ ଏକ ଇଣ୍ଟରଭିୟୁ ରେ କହିଥିଲେ କି ସୁଟିଙ୍ଗ ସ୍ଥାନରେ କେତେକ ଲୋକମାନେ ତାଙ୍କର ଗୋଡ ଧରିବା ପାଇଁ ଦଉଡି ଆସୁ ଥିଲେ ।

ଆଜି ଆମେ ଏହି ଧାରାବହିକ ରେ କାମ କରୁଥିବା ଏମିତି ଏକ କଳାକାର ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଦେଶର ଗର୍ବ ବୋଲି ମଧ୍ୟ କୁହାଯାଏ ।

ସେ ନିଜର ପହଲିମାନ ଦ୍ଵାରା ଦୁନିଆ ସାରା ନା କରି ରାମାୟଣ ରେ ବୀର ହନୁମାନଙ୍କ ଅମର ଅଭିନୟ କରିଥିବା ଦାରା ସିଂହ । ଦାରା ସିଂହ ବିଷୟରେ ଆପଣ ସମସ୍ତେ ଭଲ ଭାବରେ ଜାଣନ୍ତି କି ସେ ଜଣେ ଜଣାଶୁଣା ପହଲିମାନ ଥିଲେ ଏବଂ ବହୁତ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆଜି ଥୁ ୩୧ ବର୍ଷ ପୂର୍ବରୁ ବୀର ହନୁମାନଙ୍କ ଅଭିନୟ ନିଭାଇଥିବା ଦାରା ସିଂହ ସେହି ସମୟରେ ଏହି ରୋଲକୁ କରିବା ପାଇଁ କେତେ ଟଙ୍କା ନେଇଥିଲେ । ଏହି ପୋରାଣିକ ଧାରାବାହିକକୁ ତିଆରି କରିବା ବାଲା ଡାୟରେକ୍ଟର ରାମାନନ୍ଦ ସାଗରଙ୍କୁ ହନୁମାନଙ୍କ ରୋଲ ପାଇଁ ଏକ ଏମିତି କଳାକାର ଖୋଜୁ ଥିଲେ ଯିଏ ଦେଖିବା ପାଇଁ ବଳିଷ୍ଟ ଲାଗୁଥିବା ଏବଂ ଅଭିନୟ ରେ ବି ମହାରଥ ହାସିଲ ରଖୁଥିବ । ଏହା ତାଙ୍କର ଦାରା ସିଂହ ଉପରେ ଯାଇ ଅଟକିଲା ।

ସେହି ସମୟରେ ରାମାୟଣ ରେ ହନୁମାନଙ୍କ ଅଭିନୟ କରିବା ପାଇଁ ଦାରା ସିଂହଙ୍କୁ ୩୩ ଲକ୍ଷ ଟଙ୍କା ଦିଆଯାଉଥିଲା, ସେହି ସମୟର ୩୩ ଲକ୍ଷ ଟଙ୍କା ଆଜିକା ସମୟରେ ୨୦ କୋଟି ଟଙ୍କାରୁ ବି ଉର୍ଦ୍ଧ ସହ ସମାନ ଅଟେ । ସେ ସମୟରେ କୌଣସି ବି ଭାରତୀୟ କଳାକାରଙ୍କୁ ଏତେ ଟଙ୍କା ମିଳୁନଥିଲା । ଦୁର୍ଭାଗ୍ୟବସ ଦାରା ସିଂହଙ୍କର ୧୨ ଜୁଲାଇ ୨୦୧୨ ମସିହାରେ ନିଧନ ହୋଇଥିଲା ।