ପ୍ରାତଃ କାଳରେ ସ୍ନାନ ପରେ ସୂର୍ଯ୍ୟଦେବଙ୍କ ଆଗରେ ଛିଡାହୋଇ ବୋଲିଦିଅନ୍ତୁ ଏହି 21 ଟି ନାମ, ଦେଖିବେ ବହୁତ ଶୀଘ୍ର ଖରାପ ଦିନ ଗୁଡିକ ବଦଳି ଯିବ ଭଲ ଦିନକୁ

ସବୁ ବ୍ୟକ୍ତିଙ୍କୁ ଜୀବନରେ କିଛି ନା କିଛି ଚିନ୍ତା ଓ ସମସ୍ଯା ରହିଥାଏ । ଜୀବନରେ ସବୁ ସମୟ ଏକା ହୋଇ ନଥାଏ । ଠିକ ସେହି ଭଳି ସବୁ ଦିନ ଏକା ଭଳି ହୋଇ ନଥାଏ । କେଉଁ ଦିନ ବ୍ୟକ୍ତିଙ୍କ ପାଇଁ ଭଲ ହୋଇଥାଏ ଏବଂ କେଉଁ ଦିନ ବ୍ୟକ୍ତିଙ୍କ ପାଇଁ ଖରାପ ହୋଇଥାଏ । କିନ୍ତୁ କୌଣସି ବ୍ୟକ୍ତିର ଜୀବରେ ଅସୁବିଧା କିଛି ବେଶି ଥାଏ । ତାହାର ଜୀବନରେ ଖରାପ ସମୟର ଅନ୍ତ ହିଁ ହୁଏ ନାହିଁ ।

ମନାଯାଏ କି ୯ ଟି ଗ୍ରହ ମାନଙ୍କ ମଧ୍ୟରେ ସର୍ବୋଚ :

ରବିବାର ଦିନ ସୂର୍ଯ୍ୟଙ୍କର ପୂଜା ହୋଇଥାଏ ଏବଂ ବର୍ତ୍ତମାନ ସମୟରେ ପୃଥିବୀରେ ସୂର୍ଯ୍ୟଙ୍କୁ ଜୀବିତ ଦେବତା କୁହାଯାଏ । ସୂର୍ଯ୍ୟଦେବଙ୍କୁ ସବୁ ଗ୍ରହ ମଧ୍ୟରେ ସର୍ବୋଚ ବୋଲି ମନା ଯାଏ ।

ଘର – ପରିବାରୁ ମିଳିଥାଏ ମାନ – ସମ୍ମାନ :

ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ, ଯାହାର ଆରମ୍ଭ ଯଦି ଆପଣ କରି ପାରିବେ ତେବେ ଘର ପାରିବାର ରୁ ମାନ- ସମ୍ମାନ ମିଳିବ ଏବଂ ଟଙ୍କା ପଇସା ବି ବଢିବାର ଲାଗିବ ।

ସୂର୍ଯ୍ୟଦେବଙ୍କର ୨୧ ଟି ଚମତ୍କାରୀ ନାମ :

ହିନ୍ଦୁ ଧର୍ମର ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କର ୨୧ଟି ଚମତ୍କାରୀ ନାମ ବିଷୟରେ କୁହା ଯାଇଛି । ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ସୂର୍ଯ୍ୟଦେବଙ୍କର ଏହି ୨୧ଟି ନାମ ଜପ କରି ଥାଏ, ସୂର୍ଯ୍ୟଦେବ ବହୁତ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ ଜୀବନର ସବୁ ମନୋକାମନା ପୂର୍ଣ ହୋଇ ଥାଏ ।

ସୂର୍ଯ୍ୟଦେବଙ୍କର ୨୧ ଟି ଚମତ୍କାରୀ ନାମ :

·    ବିକର୍ତନ

·    ବିବସ୍ଵାନ

·    ମାର୍ତଣ୍ଡ

·    ଭାସ୍କର

·    ରବି

·    ଲୋକପ୍ରକାଶକ

·    ଶ୍ରୀମାନ

·    ଲୋକଚକ୍ଷୁ

·    ଗୃହେସ୍ଵର

·    ଲୋକସାକ୍ଷୀ

·    ତ୍ରିଲୋକେଶ

·    କର୍ତା

·    ହର୍ତା

·    ତମିସ୍ତହା

·    ତପନ

·    ତାପନ

·    ସୂଚୀ

·    ସପ୍ତାଶ୍ଵବାହନ

·    ଗଭସ୍ତିହସ୍ତ

·    ବ୍ରହ୍ମା

·    ସର୍ବଦେବନମସ୍କୃତ

ଏମିତି ପ୍ରକାର ସୂର୍ଯ୍ୟଦେବଙ୍କର ନାମର ଜପ :

ପ୍ରାତଃ କାଳରେ ଉଠିବା ପରେ ସ୍ନାନ କରି ସଫା କପଡା ପିନ୍ଧନ୍ତୁ । ତତ୍ପଶ୍ଚାତ ସୂର୍ଯ୍ୟଦେବଙ୍କୁ ତମ୍ବା ମଗରେ ପାଣି ଚଢାନ୍ତୁ, ଏହା ସହିତ ସୂର୍ଯ୍ୟଦେବଙ୍କର ୨୧ଟି ନାମକୁ ଜପ କରନ୍ତୁ । ନାମ ର ଜପ କରି ଜୀବନରେ ଥିବା ଅସୁବିଧା ଗୁଡିକୁ ଦୂର କରିବା ପାଇଁ ସୂର୍ଯ୍ୟଦେବଙ୍କୁ ପାର୍ଥନା କରନ୍ତୁ । ଜ୍ୟୋତିଷଙ୍କ ଅନୁସାରେ ସୂର୍ଯ୍ୟଦେବଙ୍କୁ ମାନ ସମ୍ମାନର କାରକ ଗ୍ରହ ବୋଲି କୁହାଯାଏ ।

ଯେଉଁ ଲୋକମାନଙ୍କର ଜାତକରେ ସୂର୍ଯ୍ୟ ଅଶୁଭ ସ୍ଥିତିରେ ରହିଥାନ୍ତି, ସେହି ଲୋକମାନଙ୍କୁ ନିଜର ପରିବାର ରେ ମାନ – ସମ୍ମାନ ମିଳେ ନାହିଁ । ଏମିତି ରେ ବ୍ୟକ୍ତିଙ୍କୁ ସବୁଦିନ ସୂର୍ଯ୍ୟଦେବଙ୍କୁ ପାଣି ଅର୍ପିତ କରିବା ଦରକାର ।