ବବୀ ଦେଓଲଙ୍କ ପତ୍ନୀ କରିନାଙ୍କୁ ମାରିଲେ ଚାପୁଡା, ବଦଳରେ କରିନା ବି …

ବଲୀଉଡ ଏକ ଏମିତି ଜାଗା ଅଟେ ଯେଉଁଠି ଆପଣଙ୍କୁ ବିଭିନ୍ନ ପ୍ରକାର ଖବର ଶୁଣିବାକୁ ଏବଂ ଦେଖିବାକୁ ମିଳିବ । ଏଠି ବନ୍ଧୁତା ବି ହୋଇଥାଏ ଏବଂ ଝଗଡା ବି ହୋଇଥାଏ । ଆଜି ଆମେ ଆପଣମାନଙ୍କୁ ଏମିତି ହିଁ ଏକ ଝଗଡା ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆଜି ବି ବହୁତ ଚର୍ଚା କରାଯାଏ । ଏହି ଘଟଣା ‘ଅଜନବି’ ଫିଲ୍ମ ସମୟରେ ହୋଇଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାର, ବବୀ ଦେଓଲ ଏବଂ କରୀନା କପୂର ଥିଲେ ।

ଫିଲ୍ମରେ କରୀନା କପୂର ବବୀ ଦେଓଲଙ୍କର ପତ୍ନୀ ହୋଇଥିଲେ । ଶୁଟିଙ୍ଗ ସମୟରେ ବବୀ ଦେଓଲଙ୍କର ପତ୍ନୀ ତାନ୍ୟା ଏବଂ କରିନାଙ୍କର ମା ବବିତା ବି ଆସିଥିଲେ । ସୁଟ ସମୟରେ କରିନାକୁ ନେଇ ବହୁତ ପ୍ରୋଟେକ୍ଟିବ ରହୁଥିବା ତାଙ୍କର ମା ବବିତା କୌଣସି କଥାକୁ ନେଇ ବବୀ ଦେଓଲଙ୍କୁ ଗାଳି ଗୁଲଜ ଦେଲେ । ଯାହାକୁ ବବୀ ଦେଓଲ ତ ନଜର ଅନ୍ଦାଜ କରିଦେଲେ କିନ୍ତୁ ତାଙ୍କର ପତ୍ନୀ ତାନ୍ୟା ଦେଓଲ ଏହି କଥାକୁ ସହି ପାରିଲେ ନାହିଁ ।

ତାନ୍ୟା ଦେଓଲ ବି କରିନାଙ୍କର ମାଙ୍କୁ ଗାଳି ଗୁଲଜ କରିଦେଲେ । ଏହି ସବୁ କଥା ଯେତେବେଳ କରିନା ଜାଣି ପାରିଲେ ସେତେବେଳେ ସେ ବବୀ ଦେଓଲଙ୍କୁ ଯାଇ ଓଲଟା ସିଧା କହିବାକୁ ଆରମ୍ଭ କରିଦେଲେ । ଏହି କଥାବାର୍ତ୍ତା ମଝିରେ ତାନ୍ୟା କରିନାଙ୍କ ସହ ଝଗଡା କରିବାକୁ ଲାଗିଲେ ।

ତାନ୍ୟାଙ୍କର ରାଗ ଏତେ ବଢିଗଲା କି ସେ କରିନାଙ୍କୁ ଏକ ଚାପୁଡା ମାରିଦେଲେ । ଏହା ପରେ ଅକ୍ଷୟ କୁମାର ମଝିରେ ଆସି ଏହି ମାମଲାକୁ ଶାନ୍ତ କରାଇଲେ । କିନ୍ତୁ କରିନା ଏହି କଥାକୁ ଭୁଲି ନାହାନ୍ତି ଓ କରିନା ପ୍ରାୟତଃ ଯେଉଁଠି ସୁଯୋଗ ପାଇଲେ ବବୀ ଦେଓଲଙ୍କ ଠାରୁ ପ୍ରତିଶୋଧ ନେବାକୁ ଚେଷ୍ଟା କରିଛନ୍ତି ।

ଯେଉଁଠି ବି ମଉକା ମିଳିଲା ସେହି ସବୁ ଫିଲ୍ମରୁ ବାହାର କରିଦେଲେ ଏବଂ ଶେଷରେ ବବୀ ଦେଓଲକୁ ଅଲଗା ହେବାକୁ ପଡିଲା । କେଉଁଠି କେଉଁଠି ବବୀ ଦେଓଲଙ୍କର କ୍ୟାରିୟର ଖରାପ ହେବାର ପଛରେ ବି ଏହା ଏକ ବଡ କାରଣ ବୋଲି କୁହାଯାଏ ।