ମଥୁରାରେ ବଦମାସମାନେ ମହିଳା ପୁଲିସକର୍ମୀଙ୍କ ଉପରେ ଫୋପାଡିଲେ ଏସିଡ, ଏବେ ଅବସ୍ଥା…

ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥା ବହୁତ ଖରାପ ଅଟେ, ଏହାର ତାଜା ଉଦାହରଣ ମଥୁରା ଜିଲ୍ଲାରେ ଦେଖିବାକୁ ମିଳିଛି । ଯେଉଁଠି ନ ଡରି ବଦମାସ ମାନେ ଏକ ମହିଳା ପୁଲିସକର୍ମୀ ଉପରେ ଏସିଡ ଫୋପାଡି ଦେଲେ । ଏସିଡ ଆଟାକ କରିବା ପରେ ଆରୋପି ସେଠୁ ଫେରାର ହୋଇଯାଇଥିଲା । ସୂଚନା ମିଳିବା ମାତ୍ରେ ହିଁ ପୁଲିସ ସେହି ପୀଡ଼ିତା ମହିଳା କନେଷ୍ଟବଳଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲେ । ଯେଉଁଠି ତାଙ୍କୁ ଆଗ୍ରା ରେଫର କରିଦିଆ ଗଲା ।

ଏହି ଭୟାନକ ଖବର ମଥୁରାର ସଦର ବଜାର ଥାନା କ୍ଷେତ୍ରର ଅଟେ । ଯେଉଁଠି ଦାମୋଦର ପୁରା ଅଞ୍ଚଳରେ ଗୁରୁବାର ଦିନ ସକାଳେ ୨୫ ବର୍ଷୀୟ ପୁଲିସକର୍ମୀ ନୀଲମ ଉପରେ ଜଣେ ଅଜଣା ଯୁବକ ଏସିଡ ପକାଇ ଚାଲିଗଲା ।

ମହିଳା କନେଷ୍ଟବଳ ନୀଲମଙ୍କୁ ସେଠୁ ଆଗ୍ରାର ଏସଏନ ମେଡିକଲ କଲେଜ ପାଇଁ ରେଫର କରିଦିଆ ଗଲା । ପୁଲିସଙ୍କ ଅନୁସାରେ ଗୁରୁବାର ସକାଳେ ପାଖାପାଖି ୫ ଟା ସମୟରେ ଶ୍ରୀକୃଷ୍ଣଙ୍କର ଜନ୍ମ ଭୂମିରେ ଥିବା ମହିଳା କନେଷ୍ଟବଳ ନୀଲମ ନିଜର ଡିୟୁଟି ଶେଷ କରି ଦାମୋଦରପୁରା ଅଞ୍ଚଳରେ ଥିବା ନିଜ ଘରକୁ ଫେରୁଥିଲେ ।

ସେହି ସମୟରେ ହିଁ ନୀଲମ ଉପରେ ଜଣେ ଅଜଣା ପୁରୁଷ ଏସିଡ ପକାଇ ଫେରାର ହୋଇଗଲା । ସ୍ଥାନୀୟ ଲୋକମାନେ ପୁଲିସଙ୍କୁ ଏହି ଘଟଣାର ସୂଚନା ଦେଲେ । ବର୍ତ୍ତମାନ ଏହି ମାମଲାକୁ ପୁଲିସ ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଆରୋପି ବିଷୟରେ କିଛି ବି ସୂଚନା ମିଳି ନାହିଁ ।