ପ୍ରଥମ ସ୍ଵାମୀ ଠାରୁ ଚିଡିଯାଇ ନେଲେ ଛାଡପତ୍ର, ଏବେ ବିବାହ ପାଇଁ ଖୋଜୁଛନ୍ତି ପୁଅ ଏହି ଅଭିନେତ୍ରୀମାନେ

ପ୍ରାୟତଃ ବଲୀଉଡରେ ଦେଖିଥିବେ କି ସମ୍ପର୍କ ଗୁଡିକ ସ୍ଥାୟୀ ହୋଇ ରୁହେ ନାହିଁ । କେତେ ଥର ସମ୍ପର୍କ ଗୁଡିକ ଯେମିତି ଦେଖାଯାଏ ସେମିତି ହୋଇ ନଥାଏ ଏବଂ ଏମିତିରେ ସମ୍ପର୍କ ଭାଙ୍ଗି ମଧ୍ୟ ଯାଏ । ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଖବର ନେଇ ଆସିଛୁ ଯାହାକୁ ଦେଖିବା ପରେ ଆପଣମାନେ ବି ନିଜେ କହିବେ କି ଏହି ଛାଡପତ୍ର ସଠିକ ଥିଲା । ବର୍ତ୍ତମାନ ଏହି ଅଭିନେତ୍ରୀମାନେ ଦ୍ଵିତୀୟ ବିବାହ କରିବା ପାଇଁ ଖୋଜୁଛନ୍ତି ବର ।

ସଙ୍ଗୀତା ବିଜଲାନୀ

ସଙ୍ଗୀତା ବିଜଲାନୀ ଗୋଟିଏ ସମୟରେ ସଲମାନଙ୍କର ଗର୍ଲଫ୍ରେଣ୍ଡ ରୂପରେ ଜଣା ଯାଉ ଥିଲେ । ସେ କ୍ରିକେଟର ମୋହମ୍ମଦ ଅଜହରୁଦ୍ଦୀନଙ୍କ ସହ ବିବାହ କରିଥିଲେ ଏବଂ ସବୁକିଛି ଏକଦମ ଠିକ ଚାଲୁଥିଲା କିନ୍ତୁ ୨୦୧୦ରେ ତାଙ୍କର ଛାଡପତ୍ର ହୋଇ ଗଲା । ବର୍ତ୍ତମାନ କୁହା ଯାଉଛି କି ସେ ଏହି ବୟସରେ ନିଜ ପାଇଁ ଏକ ଭଲ ପାର୍ଟନର ଖୋଜୁ ଛନ୍ତି ।

ମହିମା ଚୌଧରୀ

ମହିମା ଚୌଧରୀ ବବୀ ମୁଖର୍ଜୀଙ୍କ ସହିତ ବିବାହ କରିଥିଲେ । କିନ୍ତୁ ୨୦୧୩ ପୂର୍ବରୁ ତାଙ୍କର ଛାଡପତ୍ର ହୋଇ ଯାଇଥିଲା । ତାଙ୍କର ଏକ ସନ୍ତାନ ବି ଅଛି । ଯାହାକୁ ସେ ନିଜେ ହିଁ ପାଳନ କରୁ ଛନ୍ତି । ରିପୋର୍ଟ ଅନୁସାରେ ମହିମା ଦ୍ଵିତୀୟ ବାହାଘରର ପ୍ଳାନ କରୁ ନାହାନ୍ତି, କିନ୍ତୁ ହୋଇ ପାରେ ସେ କରି ପାରନ୍ତି ।

ପ୍ରୀତୀ ଝାଙ୍ଗିଆନି

ପ୍ରୀତୀ ଝାଙ୍ଗିଆନି ପ୍ରବୀନ ଦବାସଙ୍କ ସହିତ ୨୦୦୮ରେ ବିବାହ କରିଥିଲେ ଏବଂ ସମସ୍ତଙ୍କୁ ଲାଗିଥିଲା କି ତାଙ୍କର ଜୀବନ ସୁଖମୟ ହେବ । ତାଙ୍କର ସନ୍ତାନ ବି ହେଲା କିନ୍ତୁ ଅଚାନକ ଡିଭୋର୍ସ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଏହା ପରେ ବର୍ତ୍ତମାନ ସେ ଦ୍ଵିତୀୟ ବିବାହ କରିବା ପାଇଁ ପ୍ଲାନିଂ କରୁଛନ୍ତି ।

କରିଶ୍ମା କପୂର

ନିଜର ବ୍ୟୁଟି ଦ୍ଵାରା ଲକ୍ଷ ଲକ୍ଷ ଲୋକ ମାନଙ୍କର ହୃଦୟରେ ରାଜ କରିଥିବା କରିଶ୍ମା କପୂର ବି କିଛି ସମୟ ପୂର୍ବେ ହିଁ ସଞ୍ଜୟ କପୁରଙ୍କ ଠାରୁ ଛାଡପତ୍ର ନେଇ ଛନ୍ତି ଏବଂ ଛାଡପତ୍ର ପରେ ସେମାନେ ଦୁଇ ଜଣ ଅଲଗା ରହୁଛନ୍ତି । ମଝିରେ ମଝିରେ କରିଶ୍ମାଙ୍କର ଡେଟିଙ୍ଗର ଖବର ବି ଆସୁ ଥିଲା ତେବେ ଏଥିରୁ ଜଣା ପଡୁଛି କି ସେ ନିଜ ପାଇଁ ବର୍ତ୍ତମାନ ନୂଆ ବର ଖୋଜୁ ଛନ୍ତି ।