ଏତେ ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି ସିରିଏଲ ‘ଉତରନ’ ର ଏହି ଛୋଟି ଇଚ୍ଛା, ଲାଗନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୨୦୦୮ ମସିହାରେ କଲର୍ସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ଉତ୍ତରନ’ ଦୁଇଟି ଝିଅ ଅଲଗା ଘର ଏବଂ ପରିବେଶ ରେ ରହିଥିବା କାହାଣୀ କୁ ନେଇ ନିର୍ମିତ ହୋଇଥିଲା । ଏହି ସିରିଆଲ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ଏବଂ ଏହି ସିରିଆଲ ର କଳାକାର ମାନେ ମଧ୍ୟ ନିଜ ଅଭିନୟ ମାଧ୍ୟମରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । କିନ୍ତୁ ଏହି ସିରିଆଲ ରେ ଏଭଳି ଦୁଇଟି କଳାକାର ଙ୍କ ଅଭିନୟ ଦର୍ଶକ ମାନଙ୍କୁ ଅଧିକ ପସନ୍ଦ ଆସିଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଦୁଇ କଳାକାର ମାନଙ୍କୁ ଦର୍ଶକ ମାନେ ଭୁଲି ନାହାନ୍ତି । ସେହି ଦୁଇଟି କଳାକାର ହେଉଛନ୍ତି ସିରିଆଲ ରେ ଛୋଟ ଇଚ୍ଛା ଏବଂ ଛୋଟ ତପସ୍ୟା ନାମକ ଚରିତ୍ର ରେ ଅଭିନୟ କରିଥିବା ଦୁଇ ବାଲ୍ୟ ଅଭିନେତ୍ରୀ । ଏହି ସିରିଆଲ ରେ ମୁଖ୍ୟ ଭୂମିକା ‘ଇଚ୍ଛା’ ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଯିଏ ସିରିଆଲ ରେ ଏକ ଗରିବ ପରିବାର ରୁ ଆସିଥିବା ଛୋଟ ଝିଅ ର ଭୂମିକା ରେ ଅଭିନୟ କରିଥିଲେ । ସେହି ଅଭିନେତ୍ରୀ ବର୍ତ୍ତମାନ ବହୁତ ବଡ଼ ହୋଇ ସାରିଛନ୍ତି ।

ବନ୍ଧୁଗଣ ଏହି ସିରିଆଲ କୁ ଶେଷ ହେବାର ବର୍ତ୍ତମାନ ପାଖପାଖି ୬ ବର୍ଷ ହୋଇ ସାରିଛି । ଏହି ୬ ବର୍ଷ ମଧ୍ୟରେ ଏହି ବାଲ୍ୟ ଅଭିନେତ୍ରୀ ବହୁତ ମାତ୍ରାରେ ବଦଳି ଯାଇଛନ୍ତି ଏବଂ ହୁଏତ ପ୍ରଥମ ନଜର ରେ ସେହି ଅଭିନେତ୍ରୀ ଙ୍କୁ ଚିନ୍ହିବା ମଧ୍ୟ କଷ୍ଟକର ହୋଇଯିବ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ଟିଭି ସିରିଆଲ ‘ଉତ୍ତରନ’ ରେ ‘ଇଚ୍ଛା’ ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ‘ସ୍ପର୍ଶ ଖାନଚନ୍ଦାନି’ ଅଟେ । ଏହି ଅଭିନେତ୍ରୀ ଙ୍କ ଜନ୍ମ ୧୧ ଅକ୍ଟୋବର ୨୦୦୦ ରେ ମୁମ୍ବାଇ ର ବିଳାସନଗର ରେ ହୋଇଥିଲା । ସେ ଏହିଠାରେ ହିଁ ନିଜର ପାଠପଢ଼ା ପୂର୍ଣ କରିଥିଲେ ।

ଯଦି ଏହି ଅଭିନେତ୍ରୀ ଙ୍କ କ୍ୟାରିଅର ସମ୍ବନ୍ଧରେ କହିବା ତେବେ ସେ ନିଜ କ୍ୟାରିଅର ର ଆରମ୍ଭ ୨୦୧୦ମସିହାରେ ଏକ ଫିଲ୍ମ ଜରିଆରେ କରିଥିଲେ । ପରେ ସିରିଆଲ ‘ଦିଲ ମିଲ ଗୟେ’ ରେ ଏହି ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଥିଲା । ଏହା ସହିତ ତାଙ୍କୁ ‘ପର୍ବରିସ’, ‘ବିକ୍ରମ ବେତାଲ’ ଭଳି ଟିଭି ସିରିଆଲ ରେ ମଧ୍ୟ ଦେଖିବାକୁ ମିଳିଥିଲା ।

ଏହି ଅଭିନେତ୍ରୀ କେବଳ ଟିଭି ଇଣ୍ଡଷ୍ଟ୍ରୀ ଅଥବା ବଲିଉଡ ରେ ହିଁ ନୁହେଁ ବରଂ ହଲିଉଡ଼ ଇଣ୍ଡଷ୍ଟ୍ରୀ ରେ ମଧ୍ୟ କାମ କରି ସାରିଛନ୍ତି । ବର୍ତ୍ତମାନ ଏହି ଅଭିନେତ୍ରୀ ନିଜର ୨୦ ବର୍ଷ ପୂର୍ଣ କରି ସାରିଛନ୍ତି ଏବଂ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖା ଯାଉଛନ୍ତି । ଏହି ଅଭିନେତ୍ରୀ ବର୍ତ୍ତମାନ ସମୟରେ ନିଜର ପାଠପଢ଼ା ସହିତ ନିଜ ଅଭିନୟ କ୍ୟାରିଅର ରେ ମଧ୍ୟ ଧ୍ୟାନ ଦେଉଛନ୍ତି ।

ତେବେ ବନ୍ଧୁଗଣ ଏହାଥିଲା ସିରିଆଲ ରେ ଇଚ୍ଛା ନାମକ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ସ୍ପର୍ଶ ଖାନଚନ୍ଦାନୀ ଙ୍କ ସମ୍ବନ୍ଧରେ । ଆଶା କରୁଛୁ ଏହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଜାଣି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।