South ର ଏମିତି 5 ଜଣ ସୁପର ଷ୍ଟାର, ଯାହାଙ୍କୁ ଆପଣ ଭାବୁଥିଲେ ସିଂଗଲ, ରିଅଲ ଲାଇଫ ରେ ସେମାନେ ଅଟନ୍ତି ବିବାହିତ, 1 ନମ୍ବର ଷ୍ଟାରଙ୍କ ପତ୍ନୀ ତ ଲାଗନ୍ତି ପୁରା ପରୀ

ନମସ୍କାର ବନ୍ଧୁଗଣ ସମସ୍ତେ ସିନେମା ଦେଖିବାକୁ ଖୁବ ଭଲ ପାଆନ୍ତି । ଏବଂ ସେହି ସିନେମାରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଖୁବ ଭଲ ପାଇବା ଦେଇ ଥାଆନ୍ତି । କିନ୍ତୁ ଏବେ ଦର୍ଶକ ମାନେ ବଲିଉଡ ର ସିନେମା ଅପେକ୍ଷା ସାଉଥ ଜଗତର ସିନେମା ଦେଖିବାକୁ ବେଶୀ ପସନ୍ଦ କରୁଛନ୍ତି । ସାଉଥ ର ସିନେମା ସହ ସେଠାକାର କଳାକାର ମାନଂକୁ ମଧ୍ୟ ଖୁବ ପସନ୍ଦ ଏବଂ ଭଲ ପାଇବା ଦେଉଛନ୍ତି । ଏବଂ ବଲିଉଡ ର ମଧ୍ୟ କିଛି ଅଭିନେତା ଏବଂ ଅଭିନେତ୍ରୀ ସାଉଥ ସିନେମା ରେ କାମ କରିବା ପାଇଁ ପସନ୍ଦ କରୁଛନ୍ତି ।

ଏବଂ ଦର୍ଶକ ମାନେ ସର୍ଵଦା ନିଜ ପସନ୍ଦ ର କଳାକାର ଙ୍କ ବାସ୍ତବ ଜୀଵନ ବିଷୟରେ ମଧ୍ୟ ଜାଣିବାକୁ ଇଚ୍ଛା କରିଥାନ୍ତି । ତେବେ କିଛି ଲୋକ ଏହି କଳାକାର ଙ୍କ ବାସ୍ତବ ଜୀବନରେ କିଛି ଜାଣି ମଧ୍ୟ ନଥାନ୍ତି ଏବଂ ସେ ବିବାହିତ କିମ୍ବା ନାହିଁ ତାହା ମଧ୍ୟ ଅଜଣା ଥାଏ । ତେବେ ଚାଲନ୍ତୁ ଆଜି ଆମେ ସେହି କଳାକାର ମାନଙ୍କ ବାସ୍ତବ ଜୀଵନ ଏବଂ ସେ ବିବାହିତ କିମ୍ବା ନାହିଁ ସେ ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ ଅଭିନେତା ହେଉଛନ୍ତି ଜୁନିୟର ଏନ ଟି ଆର । ସାଉଥ ର ଜଣେ ସଫଳ ଏବଂ ଲୋକ ପ୍ରିୟ ଅଭିନେତା ମାନଙ୍କ ମଧ୍ୟ ରୁ ସେ ଜଣେ । ସେ ସର୍ଵଦା ନିଜର ଦମଦାର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ସ୍ଥାନ କରି ପାରିଛନ୍ତି । ସେ ସାଉଥ ର ଅନେକ ସଫଳ ସିନେମା ରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କ ପତ୍ନୀ ଏବଂ ତାଙ୍କ ପିଲାଙ୍କ ବିଷୟରେ ଆଲୋଚନା କଲେ ସେ ୨୦୧୧ ରେ ଲକ୍ଷ୍ମୀ ପ୍ରଣତି ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ଏବଂ ସେମାନଙ୍କ ର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି ।

୨- ଦ୍ଵିତୀୟ ଅଭିନେତା ହେଉଛନ୍ତି ସୂର୍ଯ୍ୟା । ସାଉଥ ର ସିଙ୍ଗମ ନାମରେ ସେ ପରିଚିତ । ସେ ନିଜର ସୁନ୍ଦର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ଛନ୍ତି । ସେ ସାଉଥ ଜଗତ କୁ ଅନେକ ସୁପର ହିଟ ଏବଂ ବ୍ଲକ ବ୍ଲାଷ୍ଟର ସିନେମା ପ୍ରଦାନ କରିଛନ୍ତି । ସେ ୨୦୦୬ ରେ ଜ୍ୟୋତିକା ଙ୍କ ସହ ବିବାହ କରିଥିଲେ । ଜ୍ୟୋତିକା ମଧ୍ୟ ଜଣେ ସାଉଥ ର ସଫଳ ଅଭିନେତ୍ରୀ । ତାଙ୍କର ଏକ ପୁତ୍ର ଏବଂ କନ୍ୟା ସନ୍ତାନ ଅଛି । ଯାହାଙ୍କର ନାମ ହେଉଛି ଦେବ ଏବଂ ଦିୟା ।

୩- ତୃତୀୟ ଅଭିନେତା ହେଉଛନ୍ତି ନାଗ ଚତନ୍ୟ । ମନନ, ପ୍ରେମମ ଭଳି ସୁପର ହିଟ ସିନେମାରେ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକ ଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ପାରିଛନ୍ତି । ସେ ୨୦୧୭ ମସିହାରେ ସମାନଥା ଙ୍କ ସହ ବିବାହ କରିଥିଲେ । ଏବଂ ସେ ମଧ୍ୟ ଜଣେ ଲୋକ ପ୍ରିୟ ଏବଂ ସଫଳ ଅଭିନେତ୍ରୀ ।

୪- ଚତୁର୍ଥ ଅଭିନେତା ହେଉଛନ୍ତି ରାମ ଚରନ । ଚିରଞ୍ଜିବି ଙ୍କ ସୁପୁତ୍ର ହେଉଛନ୍ତି ରାମ ଚରନ । କିନ୍ତୁ ସେ ନିଜର ଯୋଗ୍ୟତା ବଳରେ ହିଁ ଏହି ସିନେମା ଦୁନିଆରେ ନାମ କରିଛନ୍ତି । ଅନେକ ସଫଳ ସିନେମା ମଧ୍ୟ ପ୍ରଦାନ କରିଛନ୍ତି । ସେ ୨୦୧୨ ରେ ଉପାସନା କମିନେନି ଙ୍କ ସହ ବିବାହ କରିଥିଲେ ।

୫- ପଞ୍ଚମ ଅଭିନେତା ହେଉଛନ୍ତି ନିତିନ । ହାର୍ଟ ଆଟାକ, ଇଶକ୍ ଭଳି ସୁପର ହିଟ ସିନେମାରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି । ସେ ସାଉଥ ସିନେମା ଜଗତ କୁ ଅନେକ ସଫଳ ସିନେମା ପ୍ରଦାନ କରିଛନ୍ତି । ଏବଂ ତାଙ୍କ ଅଭିନୟ ଏବଂ ଲୁକ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରନ୍ତି । ସେ ୨୦୨୦ ରେ ଶାଲିନୀ କାଣ୍ଡୁକୁରି ଙ୍କୁ ବିବାହ କରିଥିଲେ । ତାଙ୍କ ପତ୍ନୀ ଜଣେ ବ୍ୟବସାୟୀ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।