ମାଧୁରୀ ଦୀକ୍ଷିତ ପାଳନ କଲେ ୨୦ ତମ ବିବାହ ବାର୍ଷିକ, ସାମ୍ନାକୁ ଆସିଲା ସ୍ଵାମୀଙ୍କ ସହିତ ରୋମାଣ୍ଟିକ ଭ୍ୟାକେଶନର କିଛି ଫଟୋ

ମାଧୁରୀ ଦୀକ୍ଷିତ ବଲୀଉଡର ଏକ ଏମିତି ଅଭିନେତ୍ରୀ ଅଟନ୍ତି ଯିଏ ନିଜର ହସ ଦ୍ଵାରା ହିଁ କୋଟି କୋଟି ଲୋକଙ୍କର ହୃଦୟକୁ ଜିତି ନେଇଥାନ୍ତି । ଏହା ଛଡା ସମସ୍ତେ ତାଙ୍କର ଡ୍ୟାନ୍ସ ର ବି ଦିବାନା ଅଟନ୍ତି । କହିବାକୁ ଗଲେ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିବ ରୁହନ୍ତି ଓ ସେ ପ୍ରାୟତଃ ନିଜର ଓ ନିଜ ପରିବାର ର ଫଟୋ ଶେୟାର କରିଥାନ୍ତି । ବର୍ତ୍ତମାନ ଦିନରେ ସେ ଫିଲ୍ମରେ ନଜର ଆସୁ ନାହାନ୍ତି କିନ୍ତୁ ଛୋଟ ପରଦାରେ ସେ ବହୁତ ଆକ୍ଟିବ ରୁହନ୍ତି ।

ଆଜିକାଲି ସେ ଡ୍ୟାନ୍ସ ରିୟାଲିଟି ଶୋ ‘ଡ୍ୟାନ୍ସ ଦୀବାନେ’ କୁ ଜଜ କରୁଛନ୍ତି । କହିବାକୁ ଗଲେ ମାଧୁରୀ ୧୭ ଅକ୍ଟୋବର ୧୯୯୯ରେ ଆମେରିକାର ଫେମସ ସର୍ଜନ ଡାକ୍ଟର ଶ୍ରୀରାମ ନେନେଙ୍କ ସହ ବିବାହ କରିଥିଲେ । ଏହି ଆଧାରରେ ୧୭ ଅକ୍ଟୋବର ୨୦୧୯ ଗୁରୁବାର ଦିନ ମାଧୁରୀ ଦୀକ୍ଷିତ ଓ ଶ୍ରୀରାମ ନେନେ ନିଜର ୨୦ ତମ ବିବାହ ବାର୍ଷିକ ପାଳନ କରିଲେ । ଏହି ସମୟରେ ମାଧୁରୀ ନିଜ ସ୍ଵାମୀଙ୍କ ସହିତ ସିସେଲ୍ସ ରେ ୱେକେଶନ ମନାଉ ଥିଲେ, ଯାହାର କିଛି ଫଟୋ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ।

ସ୍ଵାମୀ ସହିତ ୨୦ ତମ ବିବାହ ବାର୍ଷିକ ପାଳନ କରିଲେ ମାଧୁରୀ

ସିସେଲ୍ସ ୱେକେଶନର ଫଟୋ ଶେୟାର କରି ମାଧୁରୀ ଲେଖିଲେ କି, “୨୦ ବର୍ଷ ପୂର୍ବେ ଆଜିର ଦିନରେ ଆମେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ । ମୁଁ ଆପଣଙ୍କୁ ନିଜ ଜୀବନରେ ପାଇ ବହୁତ ଖୁସି ଅଛି । ଆପଣ କେବଳ ମୋର ସ୍ଵାମୀ ନୁହନ୍ତି, ଏହା ଛଡା ଆପଣ ମୋର ବେଷ୍ଟ ଫ୍ରେଣ୍ଡ ଓ ସୋଲମେଟ ବି ଅଟନ୍ତି । ହ୍ୟାପି ଏନିବର୍ସରୀ ଡା. ଶ୍ରୀରାମ ନେନେ । ଆମେ ବହୁତ ବର୍ଷ ପର୍ଯ୍ୟନ୍ତ ପ୍ରେମରେ ରହିବୁ ଓ ଜୀବନର ଆନନ୍ଦ ନେବୁ ।“

ଶେୟାର କରିଲେ ୱେକେଶନର ଫଟୋ

କହିଦେଉଛୁ କି ନିଜର ୨୦ ତମ ବିବାହ ବାର୍ଷିକକୁ ମାଧୁରୀ ଓ ଶ୍ରୀରାମ ଦୁଇ ଜଣ ଯାକ ସିସେଲ୍ସରେ ଏନଜୟ କରୁଛନ୍ତି । ଏହି ସମୟରେ ତାଙ୍କର ଦୁଇ ପୁଅ ଆରିନ ଓ ରେୟାନ ନଜର ଆସୁ ନାହାନ୍ତି । ମାଧୁରୀ ନିଜର ରୋମାଣ୍ଟିକ ଛୁଟିର କିଛି ଫଟୋ ସୋସିଆଲ ମିଡିଆରେ ପୋସ୍ଟ କରିଛନ୍ତି । ଯେଉଁଥିରେ ସେ ନିଜର ସ୍ଵାମୀଙ୍କ ସହିତ ସୁଇମିଂ ପୁଲରେ ଏନଜୟ କରୁଛନ୍ତି । ଆଜି ଆମେ ଏହି ପୋସ୍ଟରେ ଆପଣଙ୍କ ପାଇଁ ସେହି ଦୁଇ ଜଣଙ୍କର ୱେକେଶନର କିଛି ଫଟୋ ନେଇ ଆସିଛି ।