ଆଜିର ରାଶିଫଳ, 27 ଅକ୍ଟୋବର 2019 ରବିବାର, ଏହି ୫ ରାଶି ଉପରେ କୃଷ୍ଣ ଙ୍କ କୃପା ରହିବ

୧-ମେଷ

ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ପ୍ରେମ-ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ । କର୍ମ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବାକଷ୍ଟ ହେବ । ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । କାର୍ଯ୍ୟ ପୁରଣରେ ବିଳମ୍ବ ହେବ । ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ । ମହିଳାମାନେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହିବେ ।

୨-ବୃଷ

ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖେ-ଦୁଃଖେ ଚଳିବାରେ ବାଧା ଉପୁଜିବ ନାହିଁ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ରାଜନୈତିକ କ୍ଷେତ୍ରରେ ଅଟକି ଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ ଓ ନିଜର ଯୋଜନା ମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଉନ୍ନତି କରି ପାରିବେ ।

୩-ମିଥୁନ

ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ ନୂତନ ବ୍ୟବସାୟର ଯୋଜନା କରିବେ । ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ । ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଫଳରେ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ନୂତନ କାର୍ଯ୍ୟକିଛି ଶୁଭାରମ୍ଭ କରନ୍ତୁ ନାହିଁ । ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ ।

୪-କର୍କଟ

ମହିଳାମାନଙ୍କ ପାଇଁ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । କର୍ମ କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ ଆୟ ବୃଦ୍ଧି ହେବ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ।

୫-ସିଂହ

ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ । ହରାଇଥିବା ଧନ ପ୍ରାପ୍ତି ହେବ । ଧନ ଉପାର୍ଜ୍ଜନ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ଅନ୍ୟର ଉପକାର କରି ପ୍ରଶଂସିତ ହେବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ପତି ପତ୍ନୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

୬-କନ୍ୟା

ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣାପାଇ ବ୍ୟବସାୟ ସମ୍ବନ୍ଧିତ ଦୂରଯାତ୍ରା କରି ଆର୍ଥିକ ସହାୟତା ପାଇ ପାରନ୍ତି । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢି ପାରିବେ ଏବଂ ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳହେବେ । କର୍ମକ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବା ଫଳରେ ଉଚ୍ଚଅଧିକାରୀ କାମରେ ପ୍ରସନ୍ନ ରହିବେ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ କାରବାରରେ ସୁଧାର ଆସି ଆଶାତୀତ ଲାଭ ପାଇବେ ।

୭-ତୁଳା

ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ । ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଉତ୍ସାହିତ ହେବେ । ଛାତ୍ରଛାତ୍ରୀମାନଙ୍କର ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ଓ ଉଚ୍ଚସ୍ଥାନ ସଂପୃକ୍ତି ହେବ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ଆଧ୍ୟାତ୍ମିକ ଭାବଧାରରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । କର୍ମରେ ଉନ୍ନତି ସହିତ ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ ।

୮-ବିଚ୍ଛା

ଛାତ୍ର ଛତ୍ରୀମାନେ ପରିଶ୍ରମ କରିବା ଫଳରେ ପ୍ରଶଂସା ପାଇବେ । ମାଲିମୋକଦ୍ଦମା ଠାରୁ ଦୂରେଇ ରୁହନ୍ତୁ । ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ । ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବେ । ରାଜନୀତି କ୍ଷେତ୍ରରେ ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବାଦବିବାଦ ସୃଷ୍ଟି ହୋଇପାରେ କିନ୍ତୁ ସମାଧାନ ହୋଇଯିବ । ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ । ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ । ଶତୃମାନେ ଦୂରେଇ ଯିବେ । ପରିବାରର ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ । ବାଦବିବାଦ, ପ୍ରତିଯୋଗୀତାପରୀକ୍ଷା, ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ।

୯-ଧନୁ

ଶତୃପକ୍ଷ ଦୁର୍ବଳ ହୋଇଯିବେ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ରାଜନୀତିରେ ଫାଇଦା ଉଠାଇବାକୁ ଚେଷ୍ଟାକରି ଧର୍ମାନୁଷ୍ଠାନରେ ସମୟ କଟେଇବା ପାଇଁ ମନ ବଳାଇବେ । ଋଣପ୍ରାପ୍ତି ଓ ଋଣମୁକ୍ତର ରାସ୍ତା ପରିଷ୍କାର ହେବ । ପାରିବାରିକ ସ୍ତରରେ କିଛି କୁହୁଳା ଅଶାନ୍ତି ଦୂରେଇ ଯିବ । ଅସହାୟ ମାନଙ୍କୁ ସାହାଯ୍ୟ କରିବାଦ୍ଵାରା ସାଧାରଣ ଲୋକମାନେ ସମ୍ମାନ ଦେବେ । ମହିଳାମାନଙ୍କର ପରୋପକାର ଓ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ । ବ୍ୟୟ ଭରଣା କରି ଯଥେଷ୍ଟ ବଳକା ଲାଭାଂଶର ଉପଭୋକ୍ତା ହୋଇପାରିବେ ।

୧୦-ମକର

ପାଖରେ ଥିବା ସାଥୀ ଓ ପ୍ରିୟଜନ ଆର୍ଥିକ ଏବଂ ଭାବନାତ୍ମକ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ । ବ୍ୟବସାୟ କ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ମାନସିକ ଶାନ୍ତି ମିଳିବା ସହ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ । ରାଜନୈତିକ କ୍ଷେତ୍ରରେ ଭରପୁର ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ରୋମାନ୍ସ ଓ ପ୍ରେମରେ ପ୍ରସନ୍ନତାର ଅନୁଭୂତି ହେବ । ପଢିବା, ପଢେଇବା ବା ଅଧ୍ୟାପନା ମାମଲାରେ ପ୍ରଶଂସା ପାଇବେ । ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ ।

୧୧-କୁମ୍ଭ

କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ଜୀବନରେ ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ଶତୃମାନେ ଦୂରେଇ ଯିବେ ଓ ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ସରକାରୀ କ୍ଷେତ୍ରରେ ସଫଳତା ମିଳିବା ଫଳରେ ମାନସିକ ଶାନ୍ତି ପାଇବେ ।

୧୨-ମୀନ

ବ୍ୟବସାୟିକ ଗତିବିଧି ଠିକ୍ ରହିଲେ ମଧ୍ୟ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ମହିଳା ମାନଙ୍କର ବନ୍ଧୁ ମିତ୍ରମାନଙ୍କ ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ । ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଆର୍ଥୀକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତହେବ । ସରକାରୀ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ । ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ ।