କାଦର ଖାନଙ୍କ କ୍ୟାରିୟର ବର୍ବାଦ ହେବାର କାରଣ ମଧ୍ୟରେ ଥିଲେ ଅମିତାଭ ବଚ୍ଚନ ସାମିଲ, ଜାଣନ୍ତୁ ଏମିତି କଣ ହୋଇଥିଲା

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ଏମିତି କଳାକାର ବି ଅଛନ୍ତି ଯେଉଁମାନେ ଫିଲ୍ମରେ ମୁଖ୍ୟ ଅଭିନେତାର ଅଭିନୟ କରି ନାହାନ୍ତି କିନ୍ତୁ ଭିଲିୟାନ, କମେଡି, ସପୋର୍ଟିଂ ରୋଲ କରି ସମସ୍ତଙ୍କ ହୃଦୟ ଜିତିସାରିଛନ୍ତି । କାଦର ଖାନ ବି ଏହିଭଳି ଏକ ଅଭିନେତା ଥିଲେ । ସେ ନିଜର ଫିଲ୍ମ କ୍ୟାରିୟରରେ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି । ଲୋକମାନେ କାଦର ଖାନଙ୍କୁ କମେଡି ଓ ସୀରିୟସ ଡ୍ରାମା ରୋଲରେ ଦେଖିବାକୁ ପସନ୍ଦ କରୁଥିଲେ ।

ସମସ୍ତେ ଜାଣିଛନ୍ତି କି କାଦର ଖାନ ଜଣେ ଭଲ କଳାକାର ଅଟନ୍ତି । ୨୨ ଅକ୍ଟୋବର ଦିନ ତାଙ୍କର ଜନ୍ମଦିନ ଥିଲା । ଏମିତିରେ ଆଜି ଆମେ ଆପଣଙ୍କୁ ତାଙ୍କ ଜୀବନର ଅମିତାଭ ବଚ୍ଚନଙ୍କ ସହିତ ଜଡିତ ଏକ କାହାଣୀ କହିବାକୁ ଯାଉଛୁ ।

ଏମିତି କୁହାଯାଏ କି ଅମିତାଭଙ୍କର କ୍ୟାରିୟର ଶୀର୍ଷରେ ପହଞ୍ଚିବା ପଛରେ କାଦର ଖାନଙ୍କର ହାତ ଥିଲା । ଯେତେବେଳେ କି କାଦର ଖାନଙ୍କର କ୍ୟାରିୟର ବୁଡିବା ପଛରେ ଅମିତାଭ ବଚ୍ଚନଙ୍କର ହାତ ରହିଛି । କହିଦେଉଛୁ କି କିଛି ବର୍ଷ ପୂର୍ବେ କାଦର ଖାନ ନିଜର ପୁରୁଣା ପତ୍ରକାର ବନ୍ଧୁମାନଙ୍କ ସହିତ ବସି କଥା ହେଉଥିଲେ । ସେହି ସମୟରେ ଅମିତାଭ ବଚ୍ଚନଙ୍କ କଥା ଉଠିଲା ।

ଅମିତାଭଙ୍କ ନାମ ଶୁଣିବା ପରେ ହିଁ କାଦର ଖାନ ଏକଦମ ଚୁପ ହୋଇଗଲେ । ପୁଣି ତାଙ୍କ ମୁହଁରୁ ଯାହା ବାହାରିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାଦର ଖାନ କହିଲେ “ଯଦି ମୁଁ ଅମିତକୁ ସାର କହିବା ସ୍ଟାର୍ଟ କରି ଦେଇଥାନ୍ତି ତେବେ ମୋର କ୍ୟାରିୟର ସମାପ୍ତ ହୋଇ ନ ଥାନ୍ତା । “

କହିବାକୁ ଗଲେ ଦକ୍ଷିଣ ଭାରତର ଏକ ପ୍ରଡ୍ୟୁସର କାଦର ଖାନଙ୍କୁ ସଂବାଦ ଲେଖକ ରୂପରେ ନେବାର ଥିଲେ । ଫିଲ୍ମର ପ୍ରଡ୍ୟୁସର ତାଙ୍କୁ କହିଲେ କି ଆପଣ ଥରେ ‘ସର ଜୀ’ଙ୍କ ସହ କଥାବାର୍ତ୍ତା କରି ନିଅନ୍ତୁ । ଏହା ଉପରେ କଦର ଖାନ କହିଲେ “କିଏ ସର ଜୀ” ? ସେତେବେଳେ ନିର୍ମାତା କହିଲେ ଆପଣ ‘ସର ଜୀ’ଙ୍କୁ ଜାଣି ନାହାନ୍ତି । ଅମିତାଭ ବଚ୍ଚନ । ଏହା ଉପରେ କାଦର ଖାନ ଜବାବ ଦେଲେ କି ସେ ସର ଜୀ କେବେ ହୋଇଗଲେ ?

ସେତେବେଳ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ଲୋକମାନେ ଅମିତାଭଙ୍କୁ ‘ସର ଜୀ କହିବା ଆରମ୍ଭ କରି ଦେଇଥିଲେ । କିନ୍ତୁ କାଦର କହିଲେ କି ମୁଁ ଅମିତକୁ ସାର କହି ପାରିବି ନାହିଁ । ମୁଁ ମୋର ଘରର ଲୋକମାନଙ୍କୁ କିମ୍ବା ବନ୍ଧୁମାନଙ୍କୁ ଜୀ କହି ଡାକେ ନାହିଁ । ଏହି କାରଣରୁ ଅମିତାଭ ବଚ୍ଚନଙ୍କୁ ନେଇ ପ୍ରସ୍ତୁତ ହେଉଥିବା କିଛି ଫିଲ୍ମ କାଦର ଖାନଙ୍କ ହାତରୁ ଚାଲିଗଲା ।

ଏହି ସମସ୍ତ ଫିଲ୍ମରେ କାଦର ଖାନ ସଂବାଦ ଲେଖକ ହୋଇଥାନ୍ତେ କିମ୍ବା ଅଭିନୟ କରିଥାନ୍ତେ । ସେଥିପାଇଁ ତାଙ୍କୁ କାମ ମିଳିବା ବନ୍ଦ ହୋଇଗଲା କାରଣ ସେ ଅମିତାଭ ବଚ୍ଚନଙ୍କୁ ସର ଜୀ କହିଲେ ନାହିଁ ।