ଏଡଲ୍ଟଫିଲ୍ମରୁ ବଲୀଉଡର ଲେଲା ପର୍ଯ୍ୟନ୍ତ, ଜାଣନ୍ତୁ ସନୀ ଲିୟୋନୀଙ୍କ ଜୀବନର ଅଜଣା କଥା

ବଲୀଉଡ ଫିଲ୍ମ ଓ ଗୀତରେ ନିଜର ବୋଲ୍ଡନେସ କାରଣରୁ ସର୍ବଦା ଚର୍ଚାରେ ରହୁଥିବା ଅଭିନେତ୍ରୀ ସନୀ ଲିୟୋନୀଙ୍କ ଜନ୍ମ ୧୩ ମେ ୧୯୮୧ରେ ହୋଇଥିଲା । କହିବାକୁ ଗଲେ ସନୀ ଲିୟୋନୀଙ୍କ ଅସଲ ନାମ କରନଜୀତ କୌର ଅଟେ । ସେ ବଲୀଉଡ ଫିଲ୍ମରେ ନିଜର ଅଭିନୟ ଦ୍ଵାରା ଦର୍ଶକମାନଙ୍କ ହୃଦୟକୁ ଜିତିଛନ୍ତି । ଦର୍ଶକମାନ ବି ତାଙ୍କୁ ବହୁତ ପସନ୍ଦ କରନ୍ତି । ଆପଣଙ୍କୁ କହିଦେଉଛୁ କି ସନୀ ଲିୟୋନୀଙ୍କ ପର୍ସନାଲ ଲାଇଫ ବି କୌଣସି ଫିଲ୍ମ ଷ୍ଟୋରି ଠାରୁ କମ ନୁହେଁ । ଆଜି ତାଙ୍କର ଜନ୍ମଦିନରେ ଆମେ ଆପଣଙ୍କୁ ସନୀ ଲିୟୋନୀଙ୍କ ଜୀବନ ସହ ଜଡିତ କିଛି ରହସ୍ୟ କହିବାକୁ ଯାଉଛୁ ।

ବଲୀଉଡରେ ପାଦ ରଖିବା ପୂର୍ବରୁ ସନୀ ଲିୟୋନୀ ଲୋକପ୍ରିୟ ଆଡଲ୍ଟଅଭିନେତ୍ରୀ ଥିଲେ । ସନୀ ଲିୟୋନୀଙ୍କ ଜୀବନୀ ଉପରେ ବର୍ଷ ୨୦୧୮ ଓ ୨୦୧୯ରେ ୱେବ ସିରିଜ କରନଜୀତ କୌର – ଦ ଅନଟୋଲ୍ଡ ସ୍ଟୋରୀ ଅଫ ସନୀ ଲିୟୋନୀ ଆସିଥିଲା । ଏହି ୱେବ ସିରିଜ ଜରିଆରେ ସେ ନିଜର ଜୀବନୀ ବିଷୟରେ ବହୁତ କିଛି କହିଥିଲେ । ଏହି ୱେବ ସିରିଜ ଅନୁସାରେ ସେ ପାଖାପାଖି ୫୦ଟି ଆଡଲ୍ଟଫିଲ୍ମରେ କମ କରିଥିଲେ ।

ସେ ୧୯ ବର୍ଷ ବୟସରେ ହିଁ ଆଡଲ୍ଟଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ଓ ଦେଖୁ ଦେଖୁ ସେ ସେହି ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଅଭିନେତ୍ରୀ ହୋଇଗଲେ । ନିଜର ପକେଟ ଖର୍ଚ ପାଇଁ ସନୀ ଲିୟୋନୀ ଆଡଲ୍ଟଫିଲ୍ମରେ କାମ କରିବା ଛଡା ଏକ ଜର୍ମନ ବେକରୀରେ ୱେଟ୍ରେସର କାମ ବି କରୁଥିଲେ । ସନୀ ଲିୟୋନୀଙ୍କ ସ୍ଵପ୍ନ ଥିଲା କି ସେ ନର୍ସ ହେବେ । ଯାହା ଦ୍ଵାରା ସେ ଗରିବ ଲୋକମାନଙ୍କ ଚିକିତ୍ସା କରି ପାରିବେ ।

ଅନ୍ୟ ପଟେ ମିଡିଆରେ ଦେଇଥିବା ଇଣ୍ଟରଭିୟୁରେ ସନୀ ଲିୟୋନୀ କହିସାରିଛନ୍ତି କି ଆଡଲ୍ଟଫିଲ୍ମରେ କାମ କରିବା କାରଣରୁ ଲୋକମାନେ ତାଙ୍କ ସହିତ ଖରାପ ବ୍ୟବହାର ବି କରୁଥିଲେ । ସେ କହିଥିଲେ କି ୨୧ ବର୍ଷ ବୟସରେ ମୋ ଜୀବନରେ କିଛି ନକରାତ୍ମକ ପରିବର୍ତ୍ତନ ଆସିଲା । ଆଡଲ୍ଟଇଣ୍ଡଷ୍ଟ୍ରିରେ କାମ କରିବା କାରଣରୁ ଲୋକମାନେ ମୋ ବିଷୟରେ ବହୁତ ଭଲ ଖରାପ କହିବା ଆରମ୍ଭ କରି ଦେଲେ । ଏହି ସବୁ ଜିନିଷର ମୋ ଜୀବନରେ ବହୁତ ହିଁ ଖରାପ ପ୍ରଭାବ ପଡିଛି ।

ସନୀ ଲିୟୋନୀ ଆଗକୁ କହିଲେ କି ମୁଁ ଭିତରୁ ଭାଙ୍ଗି ଯାଇଥିଲି । ମୋର ପରିବାର ବାଲା ମୋତେ ଓ ମୋ ଭାଇକୁ ସମସ୍ତ ପ୍ରକାର ଲୋକମାନଙ୍କ ଠାରୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ଆଡଲ୍ଟଇଣ୍ଡଷ୍ଟ୍ରିରୁ ବାହାରିବା ପାଇଁ ମୋର ଘର ଲୋକମାନେ କେବେ ବି ମୋତେ ଫୋର୍ସ କରି ନାହାନ୍ତି । ସେ କହିଲେ କି ସେ ସେହି ରାସ୍ତାରୁ ଅଲଗା ରାସ୍ତାକୁ ଚାଲି ଯାଇଛନ୍ତି, ଯେଉଁ ରାସ୍ତାରେ ତାଙ୍କର ଘର ଲୋକମାନେ ତାଙ୍କୁ ନେଇ ଯିବାକୁ ଚାହୁଁଥିଲେ । ଏସବୁ ସତ୍ବେ ବି ସନୀଙ୍କର ନିଜ ଜୀବନ ପ୍ରତି କୌଣସି ଦୁଖ ନାହିଁ ଓ ସେ ନିଜ ଜୀବନକୁ ବହୁତ ଭଲ ପାଆନ୍ତି ।

ଯଦି କଥା ହେବା ତାଙ୍କର ବଲୀଉଡ କ୍ୟାରିୟର ବିଷୟରେ ତେବେ ସେ ପ୍ରଥମ ଥର ଛୋଟ ପରଦାର ରିୟାଲିଟି ଶୋ ବିଗ ବସରେ ନଜର ଆସିଥିଲେ । ଏହି ଶୋରେ ଆସି ସେ ଏହା କହିଥିଲେ କି ସେ ଆଡଲ୍ଟଫିଲ୍ମର ଅଭିନେତ୍ରୀ ରହିସାରିଛନ୍ତି । ଏହା ପରେ ସନୀ ଲିୟୋନୀ ପୂଜା ଭଟ୍ଟଙ୍କ ଫିଲ୍ମ ଜିସ୍ମ ୨ରେ ନଜର ଆସିଲେ । ଏହା ତାଙ୍କର ଡେବ୍ୟୁ ଫିଲ୍ମ ଥିଲା ।

ଏହି ଫିଲ୍ମ ପରେ ସନୀ ଲିୟୋନୀ ‘ରାଗିନୀ ଏମଏମଏସ ୨’ ଓ ‘ଏକ ପହେଲୀ ଲୀଲା’ ଭଳି ବହୁତ ଫିଲ୍ମରେ ବି ନଜର ଆସିଛନ୍ତି । ସନୀ ଲିୟୋନୀଙ୍କ ଲେଲା ଗୀତ ବହୁତ ହିଟ ହୋଇଥିଲା । ଏହି ଗୀତ ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ରଇଜ ର ଅଟେ । ଦର୍ଶକ ଏହି ଗୀତରେ ସନୀ ଲିୟୋନୀଙ୍କ ଡ୍ୟାନ୍ସକୁ ବହୁତ ପସନ୍ଦ କରିଥିଲେ । ଏହି ଭଳି ସନୀ ଲିୟୋନୀଙ୍କ ଅନ୍ୟ କେତେକ ଗୀତ ବି ବହୁତ ହିଟ ହୋଇଛି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।