୨୫ ବର୍ଷରେ ୫୦୦ଟି ଫିଲ୍ମ, ତଥାପି କେବଳ ୭୨ କୋଟି ଟଙ୍କାର ମାଲିକ ଅଟନ୍ତି ଏହି ଅଭିନେତା, ନିଅନ୍ତି ଏତେ ଟଙ୍କା ଫିସ

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଷ୍ଟାର ଅଛନ୍ତି, ଯେଉଁମାନେ ନିଜର ଭଲ ଅଭିନୟ ଦମରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ସାରିଛନ୍ତି ଓ ଗୋଟିଏ ଫିଲ୍ମରେ କାମ କରିବା ପାଇଁ ଏହି ଷ୍ଟାରମାନଙ୍କୁ କୋଟି କୋଟି ଟଙ୍କାର ଫିସ ମଧ୍ୟ ଦିଆଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ନିଜର ୨୫ ବର୍ଷର କ୍ୟାରିୟରରେ ୫୦୦ଟି ଫିଲ୍ମରେ କାମ କରିସାରିଛନ୍ତି ।

ଏହି ଅଭିନେତାଙ୍କ ନାମ ସଞ୍ଜୟ ମିଶ୍ରା ଅଟେ । ଯିଏ ବଲୀଉଡର ଜଣେ ଭଲ ସପୋର୍ଟିଂଗ ରୋଲ ଅଭିନେତା ରୂପରେ ଜଣା ଯାଆନ୍ତି । ଆପଣଙ୍କୁ କହିଦେଉଛୁ କି ବଲୀଉଡରେ ତାଙ୍କୁ ପାଖାପାଖି ୨୫ ବର୍ଷ ହୋଇଯାଇଛି । କହିବାକୁ ଗଲେ ସେ ନିଜର କ୍ୟାରିୟର ଆରମ୍ଭ ୧୯୯୫ରେ ଆସିଥିବା ଫିଲ୍ମ ‘ଓଃ ଡାର୍ଲିଂଗ ୟେ ହୈ ଇଣ୍ଡିଆ’ରୁ କରିଥିଲେ ଓ ୬ ମାର୍ଚ୍ଚ ୨୦୨୦ରେ ରିଲିଜ ହୋଇଥିବା ଫିଲ୍ମ ‘କାମୟାବ’ ତାଙ୍କର ୫୦୦ ନମ୍ବର ଫିଲ୍ମ ଅଟେ ।

ଆପଣଙ୍କୁ କହିଦେଉଛୁ କି ସଞ୍ଜୟ ମିଶ୍ରା ବର୍ଷକୁ ୧୦ ରୁ ବି ଅଧିକ ଫିଲ୍ମରେ କାମ କରିଥାନ୍ତି ଓ ୨୦୧୫ରେ ସେ ୧୭ ଟି ଫିଲ୍ମରେ କାମ କରିଥିଲେ । ତାଙ୍କ ପାଖରେ କୌଣସି ପ୍ରକାରର ଅସୁବିଧା ନାହିଁ ଓ କେତେକ ଫିଲ୍ମରେ ସେ ନିଜର ଛୋଟ ରୋଲ କାରଣରୁ ଫ୍ରୀ ରେ ବି କାମ କରି ଦିଅନ୍ତି । ପାଖାପାଖି ୨୫ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସାରିଥିବା ସଞ୍ଜୟ ମିଶ୍ରାଙ୍କ ପାଖରେ ପାଖାପାଖି ୭୨ କୋଟି ଟଙ୍କାର ସମ୍ପତି ଅଛି । ଏହା ଛଡା ସେ ଫିଲ୍ମରେ ନିଜର ଛୋଟ ଓ ବଡ ରୋଲ ପାଇଁ ୫୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଫିସ ନେଇଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।