ସିରିଏଲ Kumkum Bhagya ର ପ୍ରଜ୍ଞା ନିଜ ସ୍କୁଲ ଟାଇମ ରେ ଦେଖା ଯାଉଥିଲେ କିଛି ଏମିତି କି ଆପଣ ବି ଦେଖିଲେ ଚିହ୍ନି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଟିଭି ସିରିଆଲ ‘କୁମକୁମ ଭାଗ୍ୟ’ ଜି ଟିଭି ଚ୍ୟାନେଲ ରେ ଗତ ୬ ବର୍ଷରୁ ପ୍ରସାରିତ ହେଉଅଛି ଏବଂ ଦର୍ଶକ ମାନଙ୍କ ହୃଦୟ କୁ ଏହି ସିରିଆଲ କିଣି ନେଇଛି । ଏହି ସିରିଆଲ ରେ ଅଭିନୟ କରିଥିବା ସମସ୍ତ କଳାକାର ବେଶ ଲୋକପ୍ରିୟତା ହାସଲ କରିଥିଲେ । କିନ୍ତୁ ଯଦି କୌଣସି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦର୍ଶକ ମାନଙ୍କ ହୃଦୟ ରେ ରାଜ୍ କରୁଛନ୍ତି ତେବେ ସେ ହେଉଛନ୍ତି ଅଭିନେତ୍ରୀ ‘ଶୃତି ଝା’ । ସେ ଏହି ସିରିଆଲ ରେ ‘ପ୍ରଜ୍ଞା’ ନାମକ ଚରିତ୍ର ରେ ଲିଡ଼ ରୋଲରେ ଅଭିନୟ କରିଥିଲେ ।

ସିରିଆଲ ରେ ପ୍ରଜ୍ଞା ଓ ଅଭି ଙ୍କ ଯୋଡ଼ି ଦର୍ଶକ ମାନଙ୍କ ପ୍ରିୟ ଯୋଡ଼ି ସାଜିଥିଲା । ଶୃତି ଝା ଙ୍କ ଅଭିନୟ ସହିତ ତାଙ୍କ ଗ୍ଲାମରିଅସ ଲୁକ କୁ ମଧ୍ୟ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ପରଦା ରେ ସୁନ୍ଦର ଏବଂ ଗ୍ଲାମରିଅସ ଦେଖା ଯାଉଥିବା ଏହି ଅଭିନେତ୍ରୀ ନିଜ ସ୍କୁଲ ଟାଇମ ରେ କିଭଳି ଦେଖା ଯାଉଥିଲେ? ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଶୃତି ଝା ଙ୍କ ସମ୍ବନ୍ଧରେ କହିବୁ ଯେ, ସେ ନିଜ ସ୍କୁଲ ସମୟରେ କିପରି ଦେଖା ଯାଉଥିଲେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଅଭିନେତ୍ରୀ ଶୃତି ଝା ଙ୍କ ଜନ୍ମ ୨୬ ଫେବୃଆରୀ ୧୯୮୬ ମସିହାରେ ବିହାର ରେ ହୋଇଥିଲା । ଏହି ଅଭିନେତ୍ରୀ ନିଜ ପାଠପଢା ର ଆରମ୍ଭ ଲକ୍ଷ୍ମଣ ପବ୍ଲିକ ସ୍କୁଲ ଦିଲ୍ଲୀ ରୁ ଆରମ୍ଭ କରିଥିଲେ ଏବଂ ପରେ ଶ୍ରୀ ଭଙ୍କେସ୍ୱର ୟୁନିଭର୍ସିଟି ରେ ନିଜର ଗ୍ରାଜୁଏସନ କଂପଲିଟ କରିଥିଲେ । ଯଦି ଏହି ଅଭିନେତ୍ରୀ ଙ୍କ ଅଭିନୟ କ୍ୟାରିଅର ସମ୍ବନ୍ଧରେ କହିବା ତେବେ ସେ ନିଜ କ୍ୟାରିଅର ର ଆରମ୍ଭ ସିରିଆଲ ‘ଧୁମ ମଚାଓ ଧୁମ’ ରେ ଲିଡ଼ ରୋଲରେ ଅଭିନୟ ଦ୍ୱାରା କରିଥିଲେ ।

ଏହି ସିରିଆଲ ରେ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ଏବଂ ନିର୍ମାତା ମାନେ ଏହାପରେ ତାଙ୍କ ପଛରେ ଟିଭି ସୋ ର ଲାଇନ ଲଗାଇ ଦେଇଥିଲେ । ‘ଶୌର୍ଯ୍ୟ ଔର ସୁହାନୀ’, ‘ରକ୍ତ ସମ୍ବନ୍ଧ’, ‘ସୌଭାଗ୍ୟବତୀଭଵଃ’, ‘ବାଲିକା ବଧୁ’ ଭଳି ଲୋକପ୍ରିୟ ସୋ ରେ ଅଭିନୟ କରିଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ଙ୍କୁ ଟିଭି ସିରିଆଲ ‘କୁମକୁମ ଭାଗ୍ୟ’ ରେ ପ୍ରଜ୍ଞା ନାମକ ଚରିତ୍ର ରେ ଦେଖିବାକୁ ମିଳିଥିଲା ।

ଯଦି ଅଭିନେତ୍ରୀ ଶୃତି ଝା ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ ସେ ବର୍ତ୍ତମାନ ଅଭିନେତା ‘କୁନାଲ କରନ କପୁର’ ଙ୍କ ସହ ଲଭ ରିଲେସନ ରେ ଅଛନ୍ତି । ଏହା ପୂର୍ବରୁ ସେ ଅଭିନେତା ‘ସରଦ ମଲହୋତ୍ରା’ ଙ୍କ ସହିତ ରିଲେସନ ରେ ଥିଲେ ।

କିନ୍ତୁ ଏହି ଯୋଡ଼ି ଙ୍କ ପରସ୍ପର ସହିତ ଭଲ ପଡ଼ି ନଥିଲା ଏବଂ ବ୍ରେକଅପ ହୋଇଯାଇଥିଲା । ଏହାପରେ ତାଙ୍କ ଜୀବନକୁ ଅଭିନେତା କୁନାଲ ଆସିଥିଲେ । ସେ ତାଙ୍କୁ ବହୁତ ଭଲ ପାଇବା ଦେଇଥିଲେ ଏବଂ ୫ ବର୍ଷ ଏହି ଯୋଡ଼ି ଙ୍କ ରିଲେସନ ପରେ ଖୁବ ଶୀଘ୍ର ଏମାନେ ବିବାହ କରିବାକୁ ଯାଉଛନ୍ତି ।

ବର୍ତ୍ତମାନ ବହୁତ ଷ୍ଟାଇଲିସ ଓ ଗ୍ଲାମରିଅସ ଦେଖା ଯାଉଥିବା ଏହି ଅଭିନେତ୍ରୀ ନିଜ ବାଲ୍ୟ ବୟସ ଅର୍ଥାତ ୧୫ ରୁ ୧୮ ବର୍ଷ ବୟସ ମଧ୍ୟରେ ବର୍ତ୍ତମାନ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ଦେଖା ଯାଉଛନ୍ତି । ଏହି ଅଭିନେତ୍ରୀ ପୂର୍ବରୁ ବହୁତ ସିଂପଲ ଥିଲେ ଏବଂ ଇନୋସେଣ୍ଟ ଦେଖା ଯାଉଥିଲେ । ଯାହା ଆପଣ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ । ବର୍ତ୍ତମାନ ଅଭିନେତ୍ରୀ ଶୃତି ଝା ନିଜକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ସାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।