ସିଧା ସାଧା ବୋହୂରୁ ନିଜ କ୍ଯାରିଅର ଆରମ୍ଭ କରିଥିବା TV ସିରିଏଲର Hina ଖାନ 9 ବର୍ଷରେ ବଦଳି ଯାଇଛନ୍ତି ଏମିତି, ଦେଖିଲେ ଚିହ୍ନିବା ମୁସ୍କିଲ

ଟିଭି ଇଣ୍ଡଷ୍ଟ୍ରି ର ଫେବ୍ରେଟ ବୋହୂ ମାନେ ଅକ୍ସରା ର ଭୂମିକା ତୁଲାଇ ଛୋଟ ପରଦାରେ ରାଜ କରିବା ଠାରୁ ନେଇ ବିଗ ବସ ୧୧ ରେ ନିଜର ନୂଆ ରୂପ ଦେଖାଇବା ପରେ ହିନା ଖାନ OTT ଉପରେ ମଧ୍ୟ ଡେଵ୍ୟୁ କରିସାରିଛନ୍ତି । ଟିଭି ସିରିଏଲ ୟେ ରିସ୍ତା କ୍ୟା କେହଲାତା ହେ ରେ ସଂସ୍କାରୀ ବୋହୂ ଭାବରେ ଦେଖିବାକୁ ମିଳିଥିବା ଅଭିନେତ୍ରୀ ହିନା ଖାନ ଏବେ ନେଗେଟିଭ ରୋଲ କମୋଲିକା ପାଇଁ ମଧ୍ୟ ବେଶି ଚର୍ଚ୍ଚାରେ ରହିଛନ୍ତି ।

ହୀନା ନାଗୀନ ୫ ରେ ମଧ୍ୟ ଦେଖିବାକୁ ମିଳିଥିଲେ । କିନ୍ତୁ ଏହି ଇଣ୍ଡଷ୍ଟ୍ରି ରେ ହୀନା ଙ୍କ ବିବାଦ କିଛି କମ ନୁହେଁ । ବହୁତ ଥର ହିନା ଖାନ ବିବାଦ ଭିତରେ ଘେରି ହୋଇ ରହିଥିଲେ । କେତେ ଥର ନିଜର ପୋଷାକ କୁ ନେଇ ତ କେତେଥର ନିଜର କଥା କୁ ନେଇ ହୀନା ବିବାଦର ଶିକାର ହୋଇଛନ୍ତି । ଏବେ ସେ ନିଜ ପ୍ରେମିକ ଙ୍କ ସହିତ ଲିଭ ଇନ ରେ ରହୁଛନ୍ତି ଯାହା ତାଙ୍କ ମୁସଲମାନ କମିଟି କୁ ପସନ୍ଦ ଆସୁନାହିଁ ।

 

ଏବଂ ସେମାନେ ସବୁବେଳେ ହୀନା ଙ୍କ ବିରୁଦ୍ଧରେ ରହୁଛନ୍ତି କିନ୍ତୁ ହିନା ସବୁବେଳେ ଏହି କଥାକୁ ଅଣଦେଖା କରିଛନ୍ତି । ହୀନା ଙ୍କ ଉପରେ ୧୨ ଲକ୍ଷ ଟଙ୍କାର ସୁନା ଚୋରି କରିଥିବାର ଅଭିଯୋଗ ରହିଥିଲା । ଜୁଲାଇ ୨୦୧୯ ରେ ତାଙ୍କ ଉପରେ ଗୋଟେ ଗହଣା ବ୍ରାଣ୍ଡ ଏହି ଅଭିଯୋଗ ଲଗାଇଥିଲା । ଏବଂ କହୁଥିଲା କି ସୁଟ ବେଳେ ଯେଉଁ ୧୨ ଲକ୍ଷ ଟଙ୍କାର ଗହଣା ହୀନା ଙ୍କୁ ପିନ୍ଧିବାକୁ ଦିଆଯାଇଥିଲା ସେ ତାକୁ ଏବେ ପର୍ଯ୍ୟନ୍ତ ଫେରାଇ ନାହାନ୍ତି ।

ଏବଂ ସେହି ଗହଣା ବ୍ରାଣ୍ଡ ତାଙ୍କୁ ନୋଟିସ ମଧ୍ୟ ପଠାଇ ଥିଲା କି ୧୫ ଦିନ ଭିତରେ ସବୁ ଗହଣା ଫେରାଇଦେବାକୁ । ଏହି ସମୟରେ ମିଡ଼ିଆ ହିନାଙ୍କୁ ବହୁତ କିଛି କହିଥିଲା । ହୀନା ନିଜ ଲଭ ରିଲେସନ କୁ ନେଇ ବହୁତ ଚର୍ଚ୍ଚାରେ ରହିଛନ୍ତି । ରକୀ ଏବଂ ହିନା ଲିଭ ଇନ ରେ ରହୁଛନ୍ତି । ରକି ହିନ୍ଦୁ ଅଟନ୍ତି ଏବଂ ହିନା ମୁସଲମାନ ଅଟନ୍ତି । ଏହି କଥାକୁ ନେଇ ମଧ୍ୟ ବହୁତ ଥର ବିବାଦ ର ଶିକାର ହୋଇସାରିଛନ୍ତି ହୀନା ଖାନ ।

ହୀନା ନିଜର ବ୍ୟବହାର ପାଇଁ ମଧ୍ୟ ବହୁତ ଥର ବିବାଦ ର ଶିକାର ହୋଇଛନ୍ତି । ୟେ ରୀସ୍ତା କ୍ୟା କେହଲାତା ହେ ରେ ମଧ୍ୟ ହିନାଙ୍କୁ ନିଜର ବ୍ୟବହାର ପାଇଁ ବାହାର କରାଯାଇଥିଲା । ଏହି ଶିରିଏଲ ରେ ହିନା ବହୁତ ଚର୍ଚ୍ଚାରେ ଥିଲେ । ହିନା ଙ୍କ ସୁଟିଂ ସେଟ ରେ ସବୁବେଳେ ସମସ୍ତଙ୍କ ସହିତ ଝଗଡ଼ା ହେଉଥିଲା । ହିନା ବିଗ ବସ ରେ ସାଉଥ ଅଭିନେତ୍ରୀ ମାନଙ୍କୁ ନେଇ ମଧ୍ୟ ବହୁତ କିଛି କହିଥିଲେ ।

ହିନା କହିଥିଲେ ତାଙ୍କୁ ସାଉଥ ଫିଲ୍ମ କରିବାକୁ ଅଫର ଆସିଥିଲା କିନ୍ତୁ ତାଙ୍କୁ ଓଜନ ବଢ଼ାଇବାକୁ କୁହାଯାଇଥିବା କାରଣରୁ ସେ ମନା କରିଥିଲେ । ସେ କହିଥିଲେ ସାଉଥ ଅଭିନେତ୍ରୀ ମାନେ ମୋଟି ଅଟନ୍ତି । ହିନା ଙ୍କ ଏହି କଥା ପରେ ସୋସିଆଲ ମିଡିଆରେ ସେ ବହୁତ ଟ୍ରୋଲ ର ଶିକାର ହୋଇଥିଲେ ।

ରମଜାନ ମାସର ହିନା ନିଜର ପୋଷାକ ଏବଂ ନାଚ କୁ ନେଇ ବହୁତ ଟ୍ରୋଲ ହୋଇଥିଲେ । ତାଙ୍କ ଫ୍ୟାନ ମାନେ ତାଙ୍କୁ ବହୁତ ଗାଳି ମଧ୍ୟ କରିଥିଲେ । ହିନା ଖାନ ନିଜକୁ ଲାଇମ ଲାଇଟ ରେ ରଖିବାପାଇଁ ବହୁତ କିଛି କରୁଛନ୍ତି । ତେବେ ହିନା ଙ୍କୁ ନେଇ ଆପଣଙ୍କ ମତାମତ ଆମକୁ କମ୍ମେନ୍ଟ ରେ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।