କଳିଯୁଗରେ କଣ ସତରେ ପ୍ରଳୟ ହେବ, 2020 ପାଇଁ ବାବଙ୍କ (ନୂଆ ଚ୍ୟାଲେଞ୍ଜ), ଏହାର ସତ୍ୟତା ଜାଣିବା ପାଇଁ ପଢନ୍ତୁ

ଆଜି ଆମେ ଆପଣଙ୍କ ସାମ୍ନାରେ ପୁଣି ଥରେ ମାଳିକାରେ ବର୍ଣିତ ସତ୍ୟବାଣୀ ନେଇ ଆସିଛୁ । ମାଳିକାରେ ବର୍ଣିତ ସମସ୍ତ କଥା ଦିନେ ନା ଦିନେ ସତ ନିଶ୍ଚିତ ହେବ । କିନ୍ତୁ ଏଥିପାଇଁ ଭୟଭୀତ ହୁଅନ୍ତୁ ସତର୍କ ରୁହନ୍ତୁ । ବର୍ତ୍ତମାନ ୨୦୨୦ ବର୍ଷ ଚାଲୁ ଅଛି । ଏହା ସହିତ ଏହା ଏକ ଯୋଡା ବର୍ଷ ମଧ୍ୟ । ଏମିତିରେ ସୃଷ୍ଟି ଧ୍ଵଂସ ହୋଇଯିବ କି, ମହାପ୍ରଳୟ ହବ କି, ପୁଣି ବନ୍ୟା ବାତ୍ୟା ହବ କି ଏହିଭଳି ମସ୍ତଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଙ୍କି ମାରୁଥିବ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଦେବୁ ।

ଆମେ ଆପଣଙ୍କୁ କହିଦେଛୁ କି ମହାପୁରୁଷମାନେ ଏହିଭଳି କିଛି ବି ଲେଖି ନାହାନ୍ତି । ୨୦୨୦ରେ ସେହିଭଳି କିଛି ବି ଘଟିବ ନାହିଁ ଯାହା ବିଷୟରେ ଆପଣମାନେ ଆଶଙ୍କା କରୁଛନ୍ତି । ମହା ପୁରୁଷ ଏହା ବିଷୟରେ କେଉଁଠି ବି କିଛି ବି ବର୍ଣନା କରି ନାହାନ୍ତି । କିନ୍ତୁ ମହାପୁରୁଷମାନେ କେଉଁଦିନ କଳିଯୁଗର ଅନ୍ତ ହେବ ସେହି ବିଷୟରେ କହିଛନ୍ତି ।

ଅଙ୍କବାର ମସିହା ଯେ ସର୍ବ ହେବ ଶୂନ୍ୟ ।

ଯେଉଁ ଦିନ କଳିଯୁଗ ହୋଇବ ସମ୍ପୂର୍ଣ ।।

ମହାପୁରୁଷ କହିଲେ କି ନା ଥିବ ଅଙ୍କ, ନା ଥିବ ମସିହା ସେହି ଦିନ ହିଁ କଳିଯୁଗର ଅନ୍ତ ହେବ । ଏହା ଛଡା ସେ ଏହା ବି କହିଛନ୍ତି କି କଳିଯୁଗର ଅନ୍ତ ହେବା ପାଇଁ ଆହୁରି ୫୦୦୦ ହଜାର ବର୍ଷ ଅଛି । କହିବାକୁ ଗଲେ କଳୁଯୁଗର ଧ୍ଵଂସ ଅର୍ଥାତ ପୃଥିବୀର ଧ୍ଵଂସ ଏଥିପାଇଁ ହେଉଛି କାରଣ ପୃଥିବୀରେ ଦିନକୁ ଦିନ ପାପ ବଢିବାରେ ଲାଗିଛି ଓ ପାପର ଭାର ଅଧିକ ହୋଇଯିବା କାରଣରୁ ଏହି ପୃଥିବୀ ଧ୍ଵଂସ ହୋଇଯିବ ।

ମଦ୍ୟପାନ, ଜୀବ ହିଂସା, ଅନ୍ୟମାନଙ୍କ ପ୍ରତି କ୍ରୁରତା, ଅନ୍ୟର ଧନ ହରଣ, ନାରୀମାନଙ୍କ ପ୍ରତି କୃଦୃଷ୍ଟି ଭଳି ଯେଉଁ ସମସ୍ତ ପାପ ବର୍ତ୍ତମାନ ଦେଖା ଦେଉଛି ଏହି ସଂସ୍ଥ ପାପ ଭାରକୁ ପୃଥିବୀ ଆଉ ସହି ପାରୁ ନାହିଁ । ଏମିତିରେ ଦିନେ ନା ଦିନେ ପୃଥିବୀ ଧ୍ଵଂସ ହେବ । ଏହା ସହିତ ମହାପୁରୁଷ କଳିଯୁଗର ସମ୍ପୂର୍ଣ ହେବା ବିଷୟରେ ବି କହିଛନ୍ତି ।

ବୈଶାଖ ମାସ ଶୁକ୍ଳ ଅଷ୍ଟମୀ ଦିନ ।

ଯେଉଁ ଦିନ କଳିଯୁଗ ହୋଇବ ସମ୍ପୂର୍ଣ ॥

ମହାପୁରୁଷ କହିଲେ କି ବୈଶାଖ ମାସ ଅଷ୍ଟମୀ ଦିନ ଓ ଶୁକ୍ଳ ଗୁରୁବାର ଦିନ ହିଁ କଳିଯୁଗ ସମ୍ପୂର୍ଣ ହେବ । ଏହା ପୂର୍ବରୁ ମାସ, ଅଙ୍କ ଓ ମସିହା ସବୁ ଶୂନ୍ୟ ହୋଇଯିବ । କିନ୍ତୁ ୨୦୨୦କୁ ନେଇ ଆପଣମାନଙ୍କ ମନରେ ଯେଉଁ ସବୁ ଦ୍ଵନ୍ଦ ଲାଗି ରହିଛି ସେହିଭଳି କିଛି ବି ହେବ ନାହିଁ । କେଉଁ ସ୍ଥାନରେ ବି ମହାପୁରୁଷ ଲେଖି ନାହାନ୍ତି କି ୨୦୨୦ ମସିହାରେ ପ୍ରଳୟ ହେବ ଓ ପୃଥିବୀ ଧ୍ଵଂସ ହୋଇଯିବ ଓ ବାତ୍ୟା ହେବ ।

ଏହିଭଳି କୌଣସି ସ୍ଥାନରେ କିଛି ବି ଲେଖା ହୋଇ ନାହିଁ । କହିବାକୁ ଗଲେ ମହାପୁରୁଷମାନେ ସମସ୍ତଙ୍କୁ ସତର୍କ କରିବା ପାଇଁ ମାଳିକାର ବର୍ଣିତ କରିଛନ୍ତି ନା ହିଁ କି ଭୟଭୀତ କରିବା ପାଇଁ । ଏମିତିରେ ଆପଣ ପ୍ରଭୁ ଜଗନ୍ନାଥଙ୍କ ଆରଧନା କରନ୍ତୁ କାରଣ ଭଗବାନ ହିଁ ଆପଣଙ୍କୁ ଏହି ମୋହ ମାୟା ସଂସାରରୁ ମୁକ୍ତି ଦେଇ ପାରିବେ । କାରଣ ମହା ବିପଦରୁ ମହାପ୍ରଭୁ ହିଁ ବିଶ୍ଵକୁ ରକ୍ଷା କରିବେ । ୨୦୨୦କୁ ନେଇ ଭୟଭୀୟତ ହୁଅନ୍ତୁ କେବଳ ସତର୍କ ରୁହନ୍ତୁ ।

ଏହି ଲେଖାଟି ସତ୍ୟ ଭଞ୍ଜ ୟୁଟ୍ୟୁବ ଚ୍ଯାନେଲର ଏକ ଭିଡିଓ ରୁ ପ୍ରେରିତ । ଏହାର ସତ୍ୟାସତ୍ୟ ପାଇଁ ଆମେ ଦାଇ ନୁହେଁ । ଯଦି ଆପଣଙ୍କୁ ଆମର ଏହି ଲେଖାରେ କୌଣସି ତ୍ରୁଟି ପରିଲିଖିତ ହୁଏ ତେବେ ତୁରନ୍ତ ଆମକୁ କମେଣ୍ଟ ରେ ଜଣାନ୍ତୁ । ଯାହାପରେ ଆମେ ଏଥିରେ ସୁଧାର କରି ପାରିବୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।