କରଣ ଜୋହର ଟ୍ଵିଙ୍କିଲ ଖାନ୍ନାଙ୍କୁ ପଚାରିଲେ ଅକ୍ଷୟ କୁମାରଙ୍କ ପାଖରେ ଏମିତି କଣ ଅଛି ଯାହା ତିନିଜଣ ଖାନଙ୍କ ପାଖରେ ନାହିଁ! ଏମିତି ଉତ୍ତର ମିଳିଲା କି କରଣଙ୍କ ମୁହଁ ପୁରା ବନ୍ଦ

ବଲିଉଡ ଜଗତରେ ଟ୍ଵିଙ୍କିଲ ଖାନ୍ନା ବହୁତ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ତାଙ୍କର ଅଭିନୟ ଲୋକ ମାନଙ୍କୁ ବହୁ ଭଲ ଲାଗିଥାଏ । କିନ୍ତୁ ବହୁତ ଦିନ ହେବ ସେ ବଡ ପରଦା ଠାରୁ ଦୂରେଇ ଯାଇଛନ୍ତି । ବର୍ତ୍ତମାନ ସେ ବହି ଲେଖିବା ଆରମ୍ଭ କରିଦେଇଛନ୍ତି । ଟ୍ଵିଙ୍କିଲ ଖାନ୍ନା କୌଣସି ବି କଥା ଉପରେ ନିଜର ରାୟ ରଖିବାକୁ ପଛାଇ ନଥାନ୍ତି । ଗତ କିଛି ବର୍ଷ ପୂର୍ବେ ଅକ୍ଷୟ କୁମାର ଏବଂ ଟ୍ଵିଙ୍କିଲ ଖାନ୍ନା କରଣ ଜୋହର ଙ୍କ ଶୋ ‘କଫି ବିଦ କରଣ’ ରେ ସାମିଲ ହୋଇଥିଲେ ।

ସୋସିଆଲ ମିଡିଆରେ ଟ୍ଵିଙ୍କିଲ ଖାନ୍ନା ତାଙ୍କର ଏକ ପୁରୁଣା ଭିଡିଓ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯେଉଁଥିରେ କରଣ ଅଭିନେତ୍ରୀ ଟ୍ଵିଙ୍କିଲ ଖାନ୍ନାଙ୍କୁ ପଚାରୁଛନ୍ତି କି ଅକ୍ଷୟ କୁମାରଙ୍କ ଭିତରେ ଏମିତି କଣ ଅଛି ଯାହା ତିନି ଜଣ ସୁପରଷ୍ଟାର ଖାନଙ୍କ ପାଖରେ ନାହିଁ । ଟ୍ଵିଙ୍କିଲ ଖାନ୍ନା ଏକ ଏମିତି ଉତ୍ତର ଦେଲେ ଯାହାଦ୍ୱାରା କରଣ କହିବା ବନ୍ଦ କରିଦେଲେ ଏବଂ ସେ ପରେ ହସିବାକୁ ଲାଗିଲେ ।

କରଣ ଏବଂ ଟ୍ଵିଙ୍କିଲ ଉଭୟ ଭଲ ସାଙ୍ଗ ଅଟନ୍ତି । ଭିଡିଓ ଶେୟାର କରିବା ସମୟରେ ଟ୍ଵିଙ୍କିଲ ଖାନ୍ନା ଲେଖିଛନ୍ତି କି କରଣ ଜୋହର ମତେ ଏହି ଭିଡିଓ ପଠେଇଛନ୍ତି ଯାହାକୁ ଦେଖିବା ପରେ ଆମେ ଦୁଇଜଣ ହସିବାକୁ ଲାଗିଥିଲୁ । ଏହି ଭିଡିଓ ଠାରୁ କେମିତି ଦୂରେଇ ଯିବି ମୁଁ ବୁଝିପାରୁ ନାହିଁ । କେହି ଜଣେ ସତ କହିଛନ୍ତି କି ଓଲ୍ଡ ଇଜ ଗୋଲ୍ଡ ।

କରଣ ଜୋହର ବର୍ତ୍ତମାନ ଲକଡାଉନ ପାଇଁ ଘରେ ଅଛନ୍ତି ଏବଂ ତାଙ୍କ ପରିବାର ସହିତ ବହୁତ ସମୟ ବିତାଉଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କର ଭିଡିଓ ଶେୟାର କରୁଛନ୍ତି ।

 

View this post on Instagram

 

My dear friend @karanjohar sent me this one and we both cracked up. How did we get away with all this nonsense 😂 #OldIsGold

A post shared by Twinkle Khanna (@twinklerkhanna) on

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।