ଯେତେବେଳେ କାଶ୍ମୀର ଯବାନ ଙ୍କୁ ଦେଖା କରିବା ପାଇଁ ପହଞ୍ଚିଲେ ଖିଲାଡ଼ି Akshay Kumar ତ ସ୍କୁଲ ପାଇଁ କଲେ ଏହି ମହତ କାମ, ଜାଣିଲେ ଆପଣ ବି କରିବେ ପ୍ରଶଂସା

ଗତ ମାସ ଅକ୍ଷୟ କୁମାର BSF ଯବାନଙ୍କ ସହ ଭେଟିବାକୁ ପହଞ୍ଚିଥିଲେ କାଶ୍ମୀରରେ ଓ ସେମାନଙ୍କ ସହ ଅନେକ ସମୟ ବିତାଇଥିଲେ। ସେହି ସମୟରେ ଅକ୍ଷୟ କୁମାରଙ୍କ ନଜର ଏକ ଦର୍ଦରା ସ୍କୁଲ ଉପରେ ପଡିଲା ଯାହାର ଅବସ୍ଥା ଖୁବ ଶୋଚନୀୟ ଥିଲା ।

ଅକ୍ଷୟ କୁମାର କିଛି ମଧ୍ୟ ଚିନ୍ତା ନ କରି ସେହି ସ୍କୁଲର ପୁନର୍ନିର୍ମାଣ ପାଇଁ ସାଙ୍ଗେ ସାଙ୍ଗେ ଏକ କୋଟି ଟଙ୍କା ଦାନ କରିଦେଲେ । ଅକ୍ଷୟ ଏହି ଦାନ ବିଷୟରେ କାହାକୁ ଜଣାଇ ନ ଥିଲେ କି ସୋସିଆଲ ମିଡିଆରେ କୌଣସି ପୋଷ୍ଟ ମଧ୍ୟ କରି ନ ଥିଲେ । ସେ କେବଳ ଭାରତୀୟ ଯବାନଙ୍କ ସହ କଥାବାର୍ତ୍ତା ବେଳର ଏକ ଫଟୋ ପୋଷ୍ଟ କରିଥିଲେ ଓ ଲେଖିଥିଲେ, “ଆଜି ସୀମାର ସୁରକ୍ଷା କରୁଥିବା ବାହାଦୂର ସୈନିକଙ୍କ ସହ ଦିନ ବିତାଇଲି । ଏଠାକୁ ଆସିବା ଏକ ବିନମ୍ର ଅନୁଭବ ଅଟେ । ଅସଲ ହିରୋଙ୍କ ସହ ମିଶି ମୋ ହୃଦୟରେ ସମ୍ମାନ ଛଡା ଅନ୍ୟ କିଛି ନ ଥାଏ ।”

ତେବେ ନିକଟରେ ଅକ୍ଷୟ କୁମାର ଦାନ ଅକରିଥିବା ୧ କୋଟି ଟଙ୍କା କଥା ସମାନାକୁ ଆସିଛି । ଯେଉଁ ସ୍କୁଲ ପାଇଁ ସେ ଟଙ୍କା ଦାନ କରିଥିଲେ ସେହି ସ୍କୁଲର ଆଧାରଶିଳା ରଖା ଯାଇଥିଲା । ଫଟୋ ସହ ଏହି ସୂଚନା BSF ଟ୍ଵିଟର ରେ ଜଣାଇଛନ୍ତି । କେବଳ ଏତିକି ନୁହେଁ ଏହି ସ୍କୁଲର ନାମ ଅକ୍ଷୟଙ୍କ ପିତାଙ୍କ ନାମରେ ରଖାଯାଇଛି । ଏହି ସ୍କୁଲଟି କାଶ୍ମୀରର ନିରୁ ଗ୍ରାମରେ ଅବସ୍ଥିତ ଅଟେ । ଏହି ସ୍କୁଲର ନାମ ଅକ୍ଷୟଙ୍କ ପିତା ସ୍ଵର୍ଗୀୟ ହରି ଓମ ଭାଟିଆଙ୍କ ନାମରେ ନାମିତ କରାଯାଇଛି ।

ସ୍କୁଲର ପୁରା ନାମ ‘ହରିଓମ ଭାଟିଆ ଏଜୁକେଶନ ବ୍ଲକ ଗଭର୍ଣ୍ଣମେଣ୍ଟ ମିଡିଲ ସ୍କୁଲ ନିରୁ’ ରଖାଯାଇଛି । ଅକ୍ଷୟ ଦାନ କରିଥିବା ଟଙ୍କା ଯୋଗୁଁ ଏବେ ପିଲାମାନେ ସ୍କୁଲକୁ ଯାଇ ଆରମରେ ପାଠ ପଢି ପାରିବେ । ସ୍କୁଲର ଅବସ୍ଥା ବହୁତ ଖରାପ ଥିବାରୁ ପିଲାମାନେ ଏଠି ପାଠ ପଢିବାକୁ ଖୁବ ଅସୁବିଧା ହେଉଥିଲା । ଅକ୍ଷୟ କୁମାର ଅତି ଶୀଘ୍ର ଫିଲ୍ମ ‘ବେଲ ବଟମ’ ରେ ନଜର ଆସିବେ ।

ଏହି ଫିଲ୍ମର ଶୁଟିଙ୍ଗ ଶେଷ ହୋଇଛି ଓ ଏହା ଶୀଘ୍ର ରିଲିଜ ହେବ । ଏହା ଛଡା ଅକ୍ଷୟ ଅନେକ ମହତ୍ବପୂର୍ଣ୍ଣ ପ୍ରୋଜେକ୍ଟ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଯାହା ମଧ୍ୟରୁ ‘ରାମ ସେତୁ’, ‘ପୃଥ୍ବୀରାଜ’ ଓ ରକ୍ଷାବନ୍ଧନ’ ପରି ଫିଲ ସାମିଲ ଅଛି । ଏହା ଛଡା ଅକ୍ଷୟଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ମଧ୍ୟ ରିଲିଜ ପାଇଁ ପ୍ରସ୍ତୁତ ହୋଇ ସାରିଛି । କିନ୍ତୁ କରୋନା ହେତୁ ଏହି ଫିଲ୍ମର ରିଲିଜ ସ୍ଥଗିତ ରଖାଯାଇଛି ।

ଏବେ ଫିଲ୍ମକୁ ପ୍ରଥମେ OTT ପ୍ଲାଟଫର୍ମରେ ରିଲିଜ କରାଯିବ ବୋଲି ଖବର ଆସୁଛି । କିନ୍ତୁ ଅକ୍ଷୟ କୁମାର ଚାହୁଁ ନାହାନ୍ତି କି ଏହି ଫିଲ୍ମ OTT ରେ ରିଲିଜ ହେଉ ବୋଲି । ରୋହିତ ସେଟ୍ଟୀଙ୍କ ଦ୍ଵାରା ଏହି ଫିଲ୍ମ ଟି ବନାଯାଇଛି । ଫିଲ୍ମରେ ଅକ୍ଷୟ କୁମାର ଜଣେ ପୋଲିସର ଭୂମିକାରେ ଅଭିନୟ କରିଛନ୍ତି । ଆମ ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରି ଜଣେଇବେ ଓ ଲାଇକ ଏବଂ ସେୟାର ମଧ୍ୟ କରିବେ ।