ସ୍ତ୍ରୀର ବୟଫ୍ରେନ୍ଡ ଠୁ ନେବାର ଥିଲା ପ୍ରତିଶୋଧ, ସ୍ଵାମୀ କରିଲା କିଛି ଏମିତି କି ପୋଲିସ ବି ହେଇଗଲା ଆଶ୍ଚର୍ଯ୍ୟ

ଦେଶର ରାଜଧାନୀ ଦିଲ୍ଲୀରୁ ବର୍ତ୍ତମାନ ସମୟରେ ଏକ ଏମିତି ଖବର ସାମ୍ନାକୁ ଆସୁଛି ଯାହାକୁ ଶୁଣିବା ପରେ ଆପଣଙ୍କ ଗୋଡ ତଳୁ ବି ମାଟି ଖସି ଯିବ । କହିବାକୁ ଗଲେ ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଏକ ଯୁବକ ନିଜର ପତ୍ନୀର ପ୍ରେମୀ ଠାରୁ ପ୍ରତିଶୋଧ ନେବା ପାଇଁ ଏକ ଭୟଙ୍କର ପଦକ୍ଷେପ ନେଇଛି । ଯାହା ବିଷୟରେ ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କହିବାକୁ ଗଲେ ପତ୍ନୀର ସ୍ଵାମୀ ପତ୍ନୀର ବୟଫ୍ରେନ୍ଡ ଠାରୁ ପ୍ରତିଶୋଧ ନେବା ପାଇଁ ପତ୍ନୀର ବୟଫ୍ରେନ୍ଡ ର ପୁରା ପରିବାରକୁ ବିଷ ଦେଇ ଦେଇଛି ।

ବିଷ ଯୁକ୍ତ ଔଷଧ ଦେବା ପାଇଁ ଷଡଯନ୍ତ୍ରକାରୀ ପତ୍ନୀର ସ୍ଵାମୀ ଦୁଇ ଦୁଇ ହଜାର ଟଙ୍କା ଦେଇ ଦୁଇ ଜଣ ମହିଳାଙ୍କୁ ପତ୍ନୀର ବୟଫ୍ରେନ୍ଡ ଘରକୁ ପଠାଇ ଥିଲା । କିନ୍ତୁ ପୋଲିସକୁ ଯେତେବେଳେ ଏହାର ସୂଚନା ମିଳିଲା ତେବେ ପୋଲିସ ଏହି ମାମଲାର ଯାଞ୍ଚ କରି ମୁଖ୍ୟ ଷଡଯନ୍ତ୍ରକାରୀ ଦୁଇ ମହିଳାଙ୍କୁ ଗିରଫ୍ କରିଲେ । ମିଳିଥିବା ସୂଚନା ଆନୁସାରେ ବିକ୍ରମ ରାମଜାନପୁର ଅଞ୍ଚଳରେ ରହିଥାଏ ।

ଦ୍ଵିପହର ସମୟରେ ଦୁଇ ମହିଳା ତାଙ୍କ ଘରକୁ ଆସିଲେ । ଦୁଇ ଜଣ ମହିଳା ନିଜକୁ ସ୍ୱାସ୍ଥ୍ୟକର୍ମୀ ବୋଲି କହିଲେ, ଏହା ପରେ ଦୁଇ ଜଣ ମହିଳା ବିକ୍ରମର ପୁରା ପରିବାରକୁ ଡାକି ତାଙ୍କର ପତ୍ନୀ ଓ ପିଲାମାନଙ୍କୁ ବିଷ ଯୁକ୍ତ ଔଷଧ ଦେଇ ଦେଲେ । ଏହା ପରେ ସେହି ଦୁଇ ମହିଳା ସେଠୁ ଚାଲି ଗଲେ । କିନ୍ତୁ ଯେତେବେଳେ ସେମାନଙ୍କ ଅବସ୍ଥା ଖରାପ ହୋଇଗଲା ତେବେ ବିକ୍ରମର ପୁରା ପରିବାରକୁ ହସ୍ପିଟାଲ ନିଆଗଲା ।

ଏହା ପରେ ମାମଲା ବିଷୟରେ ଜଣା ପଡିଲା । ତେବେ ପୋଲିସ ଯାଞ୍ଚ କରି ଜାଣି ପାରିଲା କି ଷଡଯନ୍ତ୍ରକାରୀର ପତ୍ନୀ ସହ ପୀଡ଼ିତା ପରିବାରର ମୁଖିଆ ବିକ୍ରମର ସମ୍ବନ୍ଧ ଥିଲା । ସେଥିପାଇଁ ଷଡଯନ୍ତ୍ରକାରୀ ନିଜ ପତ୍ନୀର ପ୍ରେମୀ ଠାରୁ ଓ ତାହାର ପୁରା ପରିବାର ଠାରୁ ପ୍ରତିଶୋଧ ନେବା ପାଇଁ ପ୍ଳାନ କରୁଥିଲା ଓ ଶେଷରେ ତାଙ୍କୁ ବିଷ ଦେଇ ମାରି ଦେବା ପାଇଁ ଯୋଜନା ମଧ୍ୟ କରିଲା । ବର୍ତ୍ତମାନ ପୋଲିସ ଏହି ମାମଲାରେ ଆଗକୁ ଯାଞ୍ଚ କରୁଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।