ଅକ୍ଷୟ କୁମାରଙ୍କ ପରିବାରର ଇତିହାସ, ଜାଣନ୍ତୁ ତାଙ୍କ ବାପା ଓ ମା କଣ କରୁଥିଲେ

କହିବାକୁ ଗଲେ ବଲୀଉଡରେ ଏମିତି କେତେକ ଷ୍ଟାର ଅଛନ୍ତି ଯେଉଁମାନେ ନିଜର ପ୍ରତିଭା ବଳରେ ଏହି ବଲୀଉଡ ଇଣ୍ଡଷ୍ଟ୍ରିରେ ସଫଳ ହୋଇଛନ୍ତି । ଏହା ସହିତ ବଲୀଉଡର ଏମିତି କିଛି କଳାକାର ବି ଅଛନ୍ତି ଯେଉଁମାନଙ୍କର ଏହି ଫିଲ୍ମ ଦୁନିଆ ସହ କୌଣସି ସମ୍ପର୍କ ନ ଥିଲା କିନ୍ତୁ ସେମାନେ ନିଜର ଦମରେ ଆଜି ବଲୀଉଡରେ ସଫଳ ଅଭିନେତାମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଓ ସମସ୍ତଙ୍କ ପାଇଁ ପ୍ରେରଣା ସ୍ରୋତ ମଧ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଅକ୍ଷୟ କୁମାର ।

ଅକ୍ଷୟ କୁମାର ବର୍ତ୍ତମାନ ସମୟରେ ବଲୀଉଡର ସୁପରଷ୍ଟାର ଅଟନ୍ତି । ଆଜି ଆମେ ଆପଣଙ୍କୁ ଅକ୍ଷୟ କୁମାରଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ଅକ୍ଷୟ କୁମାରଙ୍କ ପିତା ହରି ଓମ ଭାଟିୟା ଅମୃତସରରେ ଭାରତୀୟ ଆର୍ମୀରେ ଜଣେ ଅଧିକାରୀ ରୂପରେ କାର୍ଯ୍ୟରତ ଥିଲେ ।

ଏହା ପରେ ସେ ଏକ କମ୍ପାନୀରେ ଆକାଉଣ୍ଟ ରୂପରେ କାମ କରିଲେ । ଏହା ସହିତ ସେ ଜଣେ ରେସଳର ବି ଥିଲେ । ଅନ୍ୟ ପଟେ ଅକ୍ଷୟଙ୍କ ମା ଅରୁଣା ଭାଟିୟା ଜଣେ ଗୃହିଣୀ ଥିଲେ । ଅକ୍ଷୟଙ୍କର ଜଣେ ଛୋଟ ଭଉଣୀ ଅଳକା ଭାଟିୟା ବି ଅଛନ୍ତି । ଅକ୍ଷୟ କୁମାରଙ୍କ ବିଷୟରେ ଯଦି କହିବା ତେବେ ତାଙ୍କର ଜନ୍ମ ୯ ସେପ୍ଟେମ୍ବର ୧୯୬୭ରେ ଅମୃତସରରେ ହୋଇଥିଲା ଓ ତାଙ୍କର ଅସଲ ନାମ ରାଜିବ ହରି ଓମ ଭାଟିୟା ଅଟେ । ଅକ୍ଷୟଙ୍କ ଜନ୍ମ ଅମୃତସରରେ ହୋଇଥିଲା କିନ୍ତୁ ତାଙ୍କର ପାଳନ ପୋଷଣ ଦିଲ୍ଲୀରେ ହୋଇଥିଲା ।

ଯେତେବେଳେ ଅକ୍ଷୟ ତିନି ବର୍ଷର ଥିଲେ ସେତେବେଳେ ତାଙ୍କର ପିତା ମୁମ୍ବାଇ ଆସିଗଲେ । ମୁମ୍ବାଇରେ ସେ ନିଜର ଶିକ୍ଷା ପୁରା କରିଛନ୍ତି । କିନ୍ତୁ ପଢିବାରେ ଅକ୍ଷୟ କୁମାରଙ୍କ ଅଧିକ ମନ ଲାଗୁ ନ ଥିଲା । ତାଙ୍କର ଖେଳିବା ଓ ମାରସଲାଟରେ ଅଧିକ ମନ ଲାଗୁ ଥିଲା । ଏହା ପରେ ସେ ନିଜର ଶିକ୍ଷାକୁ ଅଧାରେ ଛାଡି ମାରସଲାଟକୁ ଆହୁରି ଭଲ ଭାବରେ ଶିକ୍ଷା ପାଇଁ ଥାଇଲ୍ୟାଣ୍ଡ ଚାଲି ଗଲେ । ଏହି ସମୟରେ ସେ ନିଜର ପକେଟ ଖର୍ଚ ପାଇଁ ପ୍ରଥମେ ୱେଟର ଓ ପରେ ରୋଷେଇଆର କାମ ବି କରିଲେ ।

ଏଠି ମାରସଲାଟର ଶିକ୍ଷା ପୁରା କରିବା ପରେ ସେ ଭାରତକୁ ଫେରି ଆସିଲେ । କିନ୍ତୁ ଏହା ସମୟରେ ଫିଲ୍ମି ଦୁନିଆରେ ଯିବା ପାଇଁ ତାଙ୍କ କୌଣସି ଇଚ୍ଛା ନ ଥିଲା । ଭାରତକୁ ଫେରି ଆସେ ସେ ବହୁତ ଛୋଟ ଛୋଟ କାମ ମଧ୍ୟ କରିଛନ୍ତି । ଏହା ରେ ତାଙ୍କ ମୁଣ୍ଡରେ ମଡେଲିଙ୍ଗ କରିବାର ଆଇଡିଆ ଆସିଲା ଓ ସେ ମଡେଲିଙ୍ଗ ସହିତ ବ୍ୟାଗରାଉଣ୍ଡ ଡାନ୍ସର ରୂପରେ ବି କାମ କରିଲେ । ଏହି ସମୟରେ ଅକ୍ଷୟ ନିଜର ନାଁ ହରି ଓମ ଭାଟିୟାରୁ ଚେଞ୍ଜ କରି ଅକ୍ଷୟ କୁମାର କରିଥିଲେ ।

ଏହି କ୍ରମରେ ଅକ୍ଷୟ କୁମାରଙ୍କୁ ତାଙ୍କର ପ୍ରଥମ ଫିଲ୍ମ ସୌଗନ୍ଧ ମିଳିଲା । ଏହା ପରେ ଧୀରେ ଧୀରେ ଅକ୍ଷୟ କୁମାର ବଲୀଉଡର ଅନ୍ୟ କେତେକ ଫିଲ୍ମରେ ବି ନଜର ଆସିବାକୁ ଲାଗିଲେ । ଅକ୍ଷୟଙ୍କ ସଫଳତାର ଅନ୍ଦାଜ ଏହି କଥାରୁ ଆପଣ ଲଗାଇ ପାରିବେ କି ଫୋର୍ବସର ହାଇଏଷ୍ଟ ପେଡ ଅଭିନେତାଙ୍କ ଟପ ୧୦ ଲିସ୍ଟରେ ଭାରତୀୟ ରୂପରେ କେବଳ ଅକ୍ଷୟ କୁମାରଙ୍କ ନାଁ ସାମିଲ ଅଛି । ଅକ୍ଷୟ କୁମାରଙ୍କୁ ପଦ୍ମଶ୍ରୀ ପୁରସ୍କାର ଦ୍ଵାରା ବି ସମ୍ମାନିତ କରାଯାଇଛି ।

ଯଦି ତାଙ୍କର ପର୍ସନାଳ ଲାଇଫ ବିଷୟରେ କହିବା ତେବେ ୧୭ ଜାନୁୟାରୀ ୨୦୦୧ରେ ଅକ୍ଷୟ କୁମାର ଟ୍ୱିଂକଲ ଖନ୍ନାଙ୍କ ସହ ବିବାହ କରିଥିଲେ । ଟ୍ୱିଂକଲ ଖନ୍ନା ବଲୀଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖନ୍ନା ଓ ଡିମ୍ପଲ କପାଡ଼ିୟାଙ୍କ ଝିଅ ଅଟନ୍ତି । ଟ୍ୱିଂକଲ ଖନ୍ନା ବି ବଲୀଉଡର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । କିନ୍ତୁ ବିବାହ ପରେ ସେ ଫିଲ୍ମି ଦୁନିଆରୁ ଦୂରେଇ ଗଲେ । ଅକ୍ଷୟ କୁମାର ଓ ଟ୍ୱିଂକଲ ଖନ୍ନାଙ୍କ ଦୁଇଟି ସନ୍ତାନ ବି ଅଛି । ତାଙ୍କର ପୁଅର ନାଁ ଆରବ କୁମାର ଓ ଝିଅ ନିତାରା କୁମାର ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।