ଗାଧେଇବା ସମୟରେ ଏହି 3 କାମ ଭୁଲରେ ବି କରନ୍ତୁ ନାହିଁ, ପୁରା ପରିବାର ହେଇଯିବ ବର୍ବାଦ

କ୍ୟାରିୟର ରେ ଆଗକୁ ବଢ଼ିବାକୁ ହେଲେ ଏମିତି କିଛି ନିୟମ ଅଛି ଯାହାକୁ ପାଳନ କଲେ ଜୀବନରେ ଉନ୍ନତି କ୍ଷେତ୍ରରେ ସଫଳତା ମିଳିଥାଏ । ବନ୍ଧୁଗଣ ତାହେଲେ ଆସନ୍ତୁ ଜାଣିବା ସେହି ଜ୍ଞାନ ବିଷୟରେ ଯାହା ଆପଣଙ୍କୁ ସଫଳତା ଆଣିଦିଏ । ବାସ୍ତୁଶାସ୍ତ୍ରରେ କୁହାଯାଇଛି ଜଦି କ୍ୟାରିୟରରେ ସଫଳତା ଏବଂ ଉନ୍ନତି ପାଇଁ ଜଦି ଆପଣ ଏମିତି ଭୁଲ୍ କରୁଛନ୍ତି ତା’ହେଲେ ଏମିତି କେବେବି କରନ୍ତୁ ନାହିଁ । ବନ୍ଧୁଗଣ କ୍ୟାରିୟରରେ ସଫଳତା ଏବଂ ଉନ୍ନତି ସମସ୍ତେ ଚାହାଁନ୍ତି ସେଥିପାଇଁ ବ୍ୟକ୍ତି ସବୁବେଳେ ପରିଶ୍ରମ ମଧ୍ୟ କରିଥାଏ ।

ଯଦି ଆପଣ କୈାଣସି କମ୍ପାନୀରେ କର୍ମଚାରୀ ଅଥବା ନିଜର ବ୍ୟବସାୟ ଅଛି ତେବେ ଏହି ଦୁଇ ସ୍ଥିତିରେ ସକାରାତ୍ମକ ଚିନ୍ତାଧାରା ଅତ୍ୟନ୍ତ ଆବଶ୍ୟକ । ଯାହା ଫଳରେ ଧନର ଆଗମନ ଏବଂ ସୁଖସାନ୍ତିରେ ବଜାୟ ରହିବ, ସାଙ୍ଗରେ ଆପଣ ଉନ୍ନତି କରିପାରୁଥିଲେ ସେଥିପାଇଁ କିଛି ବାସ୍ତୁ ସମ୍ବନ୍ଧୀତ କଥାରେ ଧ୍ୟାନ ରଖିବା ନିହାତି ଆବଶ୍ୟକ । ବାସ୍ତୁଶାସ୍ତ୍ରରେ କିଛି ନୀୟମ କୁହାଯାଇଛି ଯାହାକୁ କଲେ ଜୀବନରେ ବହୁତ ଉନ୍ନତି କରିପାରିବେ । ଜଦି ଆପଣ ଏହାକୁ ଅଣଦେଖା କରୁଛନ୍ତି ତେବେ ଏହା ବହୁତ ବିପଦପୂର୍ଣ୍ଣ ହୋଇପାରେ । ତେବେ ବନ୍ଧୁଗଣ ଆପଣଙ୍କୁ କହିବାକୁ ଯାଉଛୁ ସେଇ ବାସ୍ତୁଶାସ୍ତ୍ର ବିଷୟରେ ।

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଗାଧୋଇବା ସମୟରେ ଏହି କାମ ଜମାବି କରିବା କଥା ନୁହେଁ, ଏହି ଭୁଲ୍ କେବେ କରିବା କଥା ନୁହେଁ, ଭଗବାନ ରାଗିଯାଇ ଥାନ୍ତି । ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ଗାଧୋଇବାକୁ ନେଇ କିଛି ବିଶେଷ ନିୟମ କୁହାଯାଇଛି ଯାହାର ପାଳନ ଆମ୍ଭେମାନେ କରିବା ଦରକାର । ଆଧୁନିକ ଯୁଗରେ ଗାଧୋଇବା କ୍ରିୟାରେ ବହୁତ ପରିବର୍ତ୍ତନ ଆସିଛି । ବନ୍ଧୁଗଣ ଆଗରୁ ଯେପରି ନଦୀରେ, ପୋଖରୀରେ ଖୋଲାରେ ଗାଧୋଉଥିଲେ, ସେଠାରେ ଏବେ ଗାଧୋଇବା ପାଇଁ ଆଧୁନିକ ଗାଧୋଇବା ଘର ତିଆରି କରୁଛନ୍ତି ଯାହାକି ସମ୍ପୁର୍ଣ୍ଣ ଭାବେ ଲୁଚିକି ରୁହେ ।

ଆମ୍ଭେ ଆପଣଙ୍କୁ କହିବୁ ଗାଧୋଇବା ସମୟରେ କେଉଁ ନିୟମ ପାଳନ କରିବା ଉଚିତ । ବନ୍ଧୁଗଣ ଗାଧୋଇବାକୁ ନେଇ ପଦ୍ମପୁ୍ରାଣରେ ଏହା କୁହାଯାଇଛି ଯେ ଗାଧୋଇବା ବେଳେ କୈାଣସି ପରିସ୍ଥିତିରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଧୋଇବା କଥା ନୁହେଁ । ଏମିତି କଲେ ମଣିଷ ପାପର ଭାଗିଦାର ହୁଏ । ବନ୍ଧୁଗଣ ପଦ୍ମପୁ୍ରାଣରେ ଏହି ବିଷୟରେ ଗୋଟିଏ କଥା କୁହାଯାଇଛି ଯେ ଥରେ ଗୋପିମାନେ ଗାଧୋଇବାକୁ ନଦୀକୁ ଗଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଗୋପିମାନଙ୍କ ବସ୍ତ୍ରକୁ ଲୁଚାଇ ଦେଲେ ।

ଯେତେବେଳେ ଗୋପିମାନେ ନିଜ ବସ୍ତ୍ରକୁ ଖୋଜିବାକୁ ଲାଗିଲେ ତାଙ୍କୁ ମିଳିଲାନି । ସେତେବେଳେ ଶ୍ରୀକୃଷ୍ଣ କହିଲେ ତୁମ ବସ୍ତ୍ର ଗଛ ଉପରେ ଅଛି, ଆସି ନେଇଯାଓ । ଗୋପିମାନେ କହିଲେ ଯେତେବେଳେ ସେମାନେ ଗାଧୋଇବାକୁ ଆସିଥିଲେ ସେତେବେଳେ କେହି ନଥିଲେ, ତେବେ ସେମାନେ ପାଣିରୁ ବାହାରକୁ କେମିତି ଆସିବେ ? ଶ୍ରୀକୃଷ୍ଣ କହିଲେ ଏହା ତୁମ ମାନଙ୍କୁ ଲାଗୁଛି ଏଠି କେହି ନଥିଲେ କିନ୍ତୁ ମୁଁ ତ ସବୁ ଯାଗା ସବୁ ସମୟରେ ଥାଏ । ଆକାଶରେ ଉଡୁଥିବା ପକ୍ଷୀ, ମାଟିରେ ଚାଲୁଥିବା ଜୀବ ଏବଂ ପାଣିରେ ଥିବା ଜୀବମାନେ ବି ତୁମକୁ ନିବସ୍ତ୍ର ଦେଖିଛନ୍ତି ।

ପାଣି ଭିତରକୁ ଉଲଗ୍ନ ହୋଇ ପଶିବା ଦ୍ବାରା ଜଳ ରୂପରେ ଉପସ୍ଥିତ ବରୁଣ ଦେବ ମଧ୍ୟ ତୁମକୁ ଦେଖୁଛନ୍ତି । ବନ୍ଧୁଗଣ ଏହା ତାଙ୍କର ଅପମାନ, ଆପଣଙ୍କ ନଗ୍ନତା ଆପଣଙ୍କୁ ପାପର ଭୋଗୀ ବନାଏ । ଏହି କାରଣ ପାଇଁ ଆମକୁ ନିବସ୍ତ୍ର ହୋଇ ଗାଧୋଇବା କଥା ନୁହେଁ । ବନ୍ଧୁଗଣ ଗରୁଡ଼ ପୁରାଣରେ କୁହାଯାଇଛି ଯେତେବେଳେ ଆପଣ ଗାଧୋଇବାକୁ ଯାଇଥାନ୍ତି ତେବେ ତୁମର ପିତୃପୁରୁଷ ମାନେ ଆନୁସାଙ୍ଗିକ ରୂପରେ ଆପଣଙ୍କ ଆଖପାଖରେ ଥାନ୍ତି । ସେମାନେ ଆପଣଙ୍କ ବସ୍ତ୍ରରୁ ଝରୁଥିବା ପାଣିକୁ ଗ୍ରହଣ କରିଥାନ୍ତି ଯାହାଫଳରେ ସେମାନଙ୍କୁ ତୃପ୍ତି ମିଳିଥାଏ ।

ବନ୍ଧୁଗଣ ନିବସ୍ତ୍ର ହୋଇ ଗାଧୋଇବା ଦ୍ଵାରା ପିତୃପୁରୁଷଙ୍କ ମାନେ ଅସନ୍ତୁଷ୍ଟ ହୋଇ ରାଗି ଯାଇଥାଆନ୍ତି । ଯାହାଫଳରେ ପିତୃ ଦୋଷ ଲାଗିଥାଏ ଏବଂ ତେଜ, ବଳ, ଧନ ଓ ସୁଖ ନଷ୍ଟ ହୋଇଯାଏ । ବନ୍ଧୁଗଣ ଗାଧୋଇ ସାରିବା ପରେ ବାଥରୁମକୁ କେବେ ଅପରିଷ୍କାର କରି ରଖିବା କଥା ନୁହେଁ । ଏହି ଅଭ୍ୟାସ ସବୁଠାରୁ ଖରାପ ବୋଲି ମାନନ୍ତି । ଗାଧୋଇବା ବେଳେ କିଛି ଲୋକମାନେ ବ୍ୟବହୃତ ଅପରିଷ୍କାର ପାଣି ଛାଡ଼ି ଦିଅନ୍ତି, ଏମାନେ ବୀନା କାରଣରେ ପାଣି ନଷ୍ଟ କରନ୍ତି । ଏହି ଦୁଇ କଥାରେ ବରୁଣ ଦେବ ରାଗିଯାଆନ୍ତି, ଏହି ଅଭ୍ୟାସ ଜ୍ୟୋତିଷଙ୍କ ନଜରରେ ଦୁର୍ଭାଗ ବୋଲି ମାନନ୍ତି ।

ଆଉ ଶେଷରେ କୁହାଯାଇଛି ଯେ ଯେଉଁ ମାନେ ବାଥରୁମ ଅପରିଷ୍କାର ଛାଡ଼ି ଥାନ୍ତି ସେମାନଙ୍କୁ ଚନ୍ଦ୍ର ସହିତ ରାହୁ କେତୁର ମଧ୍ୟ ଦୋଷ ଲାଗିଥାଏ । ବନ୍ଧୁଗଣ ରାହୁ, କେତୁ ଛାୟା ଗ୍ରହ ଅଟନ୍ତି ଆଉ ଏହି ଦୁଇ ଗ୍ରହ ସର୍ବଦା ବକ୍ରିୟ ରୁହନ୍ତି ଏବଂ ଏହି ଗ୍ରହ ଅଠର ମାସ ଯାଏ ଗୋଟିଏ ରାଶିରେ ରହିଥାନ୍ତି । ଏମିତି ଭାବେ ଏହି ସବୁରେ କାଳସର୍ପ ଯୋଗ ଫଳିଥାଏ । ଏବଂ ରାହୁ କେତୁ ଏପରି ଗ୍ରହ ଅଟନ୍ତି ଯାହା ଫଳରେ ରାତାରାତି ଭାଗ୍ୟ ବଦଳି ଯିବାକୁ ସମୟ ଲାଗେନି । ସେଥିପାଇଁ ଗାଧୋଇବା ବେଳେ ବାଥରୁମକୁ ସଫାକରି ରଖିବା ଉଚିତ, ତାକୁ ଅପରିଷ୍କାର କେବେବି ଛାଡ଼ନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।