ସାଉଥ ର ସୁପର ଷ୍ଟାର Pravas ଙ୍କୁ ମିଳିଗଲା ତାଙ୍କର ସ୍ଵପ୍ନର ରାଣୀ, ବହୁତ ଜଲ୍ଦି କରିବେ ବିବାହ

ସାଉଥ ଇଣ୍ଡଷ୍ଟ୍ରିର ମୋସ୍ଟ ହ୍ୟାଣ୍ଡସମ ବ୍ୟାଚଳର ଓ ସବୁଠୁ ଅଧିକ ଚର୍ଚାରେ ରହୁଥିବା ଓ ସବୁଠୁ ଅଧିକ ପପୁଳାର ଥିବା ସୁପରଷ୍ଟାର ପ୍ରଭାସ ପୁଣି ଥରେ ଚର୍ଚାରେ ଆସିଯାଇଛନ୍ତି । ତାହା ବି ପୁଣି ନିଜର ପର୍ସନାଳ ଲାଇଫକୁ ନେଇ । ମିଳିଥିବା ସୂଚନା ଅନୁସାରେ ପ୍ରଭାସ ଏହି ବର୍ଷ ବିବାହ କରିବାକୁ ଯାଉଛନ୍ତି । କହିଦେଉଛୁ କି ପ୍ରଭାସଙ୍କୁ ତାଙ୍କର ଜୀବନସଂଗିନୀ ଉର୍ଫ ସ୍ଵପ୍ନର ରାଣୀ ମିଳି ଯାଇଛି । କହିବାକୁ ଗଲେ ପ୍ରଭାସଙ୍କ ବିବାହ ଖବର ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପୀବାରେ ଲାଗିଛି ।

ଏମିତିରେ ସମସ୍ତେ ପ୍ରଭାସଙ୍କ ଧର୍ମ ପତ୍ନୀଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି । ତେବେ ଚାଳନ୍ତୁ ଜାଣିବା ପ୍ରଭାସ କାହାକୁ ବିବାହ କରିବାକୁ ଯାଉଛନ୍ତି । ଆପଣ ସମସ୍ତେ ସୁପରଷ୍ଟାର ଓ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ଅଫେୟାର ବିଷୟରେ ଜାଣିଛନ୍ତି ।

ଏମିତିରେ ସମସ୍ତେ ବି ଚାହୁଁଥିଲେ କି ଏମାନେ ପରସ୍ପରକୁ ନିଜର ଜୀବନସାଥି ରୂପରେ ବାଛନ୍ତୁ । କିନ୍ତୁ ଏହିଭଳି କିଛି ବି ହେଲା ନାହିଁ । ଦୁଇ ଜଣଙ୍କ ମଧ୍ୟରେ ବ୍ରେକଅପ ହୋଇଗଲା ଓ ଦୁଇ ଜଣ ନିଜ ନିଜ କାମରେ ବ୍ୟସ୍ତ ହୋଇଗଲେ । ଏମିତିରେ ଖବର ଆସୁଛି କି ସୁପରଷ୍ଟାର ପ୍ରଭାସ ନିଜର ଜୀବନସାଥି ଖୋଜି ନେଇଛନ୍ତି । ତାହା ବି କୌଣସି ଭାରତୀୟ ନୁହନ୍ତି । ସେ ଏକ ବିଦେଶୀ ଝିଅକୁ ନିଜର ପତ୍ନୀ ରୂପରେ ବାଛିଛନ୍ତି ।

କହିବାକୁ ଗଲେ ପ୍ରଭାସ ଯେଉଁ ଝିଅକୁ ବାଛିଛନ୍ତି ତାଙ୍କ ବିଷୟରେ ବିଶେଷ କିଛି ସୂଚନା ହାସଲ ହୋଇ ନାହିଁ । କୁହାଯାଉଛି କି ସେହି ଝିଅ ଜଣକ ଆମେରିକାର ଅବସ୍ଥିତ ଏକ ସଫ୍ଟୱେୟାର କମ୍ପାନୀ ଫାଉଣ୍ଡରଙ୍କ ଝିଅ ଅଟନ୍ତି ଓ ସେ ଜଣେ ଏନଆରଆଇ ଅଟନ୍ତି । ଏହା ଏକ ଆରେଞ୍ଜ ମ୍ୟାରେଜ ଅଟେ । ଯେଉଁଥି ପାଇଁ ଦୁଇ ପରିବାର ମଧ୍ୟରେ ସବୁ କଥାବାର୍ତ୍ତା ମଧ୍ୟ ଠିକ ହୋଇସାରିଛି । ଏହା ସହିତ କହିଦେଉଛୁ କି ପ୍ରଭାସ ବି ଏହି ପ୍ରସ୍ତାବକୁ ହଁ କହିସାରିଛନ୍ତି ।

ଏହି ବିବାହ ପାଇଁ ପ୍ରଭାସଙ୍କ ପରିବାର ଲୋକମାନେ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି । ପ୍ରଭାସ ନିଜର ଆସନ୍ତା ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ ପରେ ବିବାହ କରିବେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ବିବାହର ଖବରକୁ ନେଇ ପ୍ରଭାସଙ୍କ ତରଫରୁ କୌଣସି ସୂଚନା ମିଳି ନାହିଁ ।

ଯଦି ତାଙ୍କର ଫିଲ୍ମ ବିଷୟରେ କହିବା ତେବେ ପ୍ରଭାସ ଆସନ୍ତା କିଛି ବର୍ଷ ମଧ୍ୟରେ ଫିଲ୍ମ ‘ରାଧେ ଶ୍ୟାମ’, ‘ସଲାର’ ଓ ‘ଆଦିପୁରୁଷ’,ରେ ନଜର ଆସିବେ । ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହିତ ସୈଫ ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ ଓ ଫିଲ୍ମ ‘ସଲାର’ ରେ ପ୍ରଭାସଙ୍କ ସହିତ ସୃତି ହାସନ୍ ନଜର ଆସିବେ ।