TV ର ଏହି ଫେମସ ଷ୍ଟାର ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ଭାଇ ଓ ଭଉଣୀ

ନମସ୍କାର ବନ୍ଧୁଗଣ ଆଜି କାଲି ଘରେ ଘରେ ସମସ୍ତେ ଛୋଟ ପରଦାରେ ପ୍ରସାରିତ ହେଉଥିବା ଧାରବାହିକ କୁ ଦେଖିବା କୁ ବେଶୀ ପସନ୍ଦ କରୁଛନ୍ତି ସିନେମା ଅପେକ୍ଷା। ଏବଂ ନିଜର ସମସ୍ତ କାର୍ଯ୍ୟ କଳାପ କୁ ଶେଷ କରି ବସି ଯାଉଛନ୍ତି ଟିଭି ଆଗରେ ସେହି ଧାରାବାହିକ ଗୁଡିକ କୁ ଦେଖିବା ପାଇଁ। ପ୍ରସାରିତ ହେଉଥିବା ଧାରାବାହିକ ଏବେ ଘରେ ଘରେ ପରିଚିତ। ଏବଂ ସେଥିରେ ଅଭିନୟ କରୁଥିଲେ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ବହୁତ ଲୋକପ୍ରିୟତା ପାଉଛନ୍ତି। ଧାରବାହିକ ରେ ଥିବା ନାୟକ ନାୟିକା ଙ୍କ ଯୋଡି କୁ ମଧ୍ୟ ଦର୍ଶକ ମାନେ ଭଲ ପାଇବା ପ୍ରଦାନ କରୁଛନ୍ତି।

ନିଜର ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବାକୁ ଆଗ୍ରହ ମଧ୍ୟ ରଖୁଛନ୍ତି। ସେମାନଙ୍କ ବାସ୍ତବ ଜୀବନରେ ଘଟୁଥିବା ସମସ୍ତ ଘଟଣା କୁ ସେମାନେ ଜାଣିବାକୁ ଚାହିଁ ଥାନ୍ତି। ସେମାନଙ୍କ ଜୀଵନ ଶୈଳୀ ସେମାନଙ୍କ ର କାର୍ଯ୍ୟ କଳାପ ଆଦି। ତେବେ ଆଜି ଆମେ ଛୋଟ ପରଦାର କିଛି ଲୋକପ୍ରିୟ କଳାକାର ଙ୍କ ବାସ୍ତବ ଜୀବନର ଭାଇ ଏବଂ ଭଉଣୀ ଙ୍କ ବିଷୟରେ ଆଲୋଚନା କରିବା। ତେବେ ଆସନ୍ତୁ ଜାଣି ନେବା ସେମାନଙ୍କ ଭାଇ ଭଉଣୀ କିଏ?

୧- ପ୍ରଥମ କଳାକାର ହେଉଛନ୍ତି ବରୁଣ ଶୋବତୀ। ବରୁଣ ଷ୍ଟାର ପ୍ଲସ ରେ ପ୍ରସାରିତ ହୋଇଥିବା ଧାରବାହିକ ଇସ୍ ପ୍ୟାର କୋ କ୍ୟା ନାମ ଦୁ ରେ ଅଭିନୟ କରିଥିଲେ। ଏବଂ ସେହି ଅଭିନୟ ଏବଂ ଧାରାବାହିକ ଜରିଆରେ ସେ ଲକ୍ଷ ଲକ୍ଷ ଦର୍ଶକ ଙ୍କ ହୃଦୟ କୁ ମଧ୍ୟ ଜିଣିବାରେ ସଫଳ ହୋଇଥିଲେ। ବରୁଣ ଙ୍କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଥିଲେ। ଏବଂ ସେ ତା ଛଡା ସିନେମାରେ ମଧ୍ୟ କାମ କରିଛନ୍ତି। ତେବେ ତାଙ୍କ ବାସ୍ତବ ଜୀଵନ ର ଭାଇ ଭଉଣୀ ଙ୍କ ବିଷୟରେ କହିଲେ ତାଙ୍କ ର ଜଣେ ଭଉଣୀ ଅଛନ୍ତି ଯାହାଙ୍କର ନାମ ହେଉଛି ରିଚା ଅରୋଡା। ସେ ଜଣେ ହାଉସ ୱାଇଫ। ଦୁହେଁ ଭାଇ ଭଉଣୀ ଦୁହେଁ ଙ୍କୁ ବହୁତ ଭଲ ପାଆନ୍ତି।

୨- ଦ୍ୱିତୀୟ କଳାକାର ହେଉଛନ୍ତି ଏରିକା ଫ୍ରନାଡେଜ। ଏରିକା ଷ୍ଟାର ପ୍ଲସ ର ଲୋକପ୍ରିୟ ଧାରାବାହିକ କସୋଟି ଜିନ୍ଦେଗି କି ରେ ଅଭିନୟ କରି ଦର୍ଶକ ମାନଙ୍କ ର ପ୍ରଥମ ପସନ୍ଦ ହୋଇ ପାରିଛନ୍ତି। ସେ ଏହା ଛଡା ଅନେକ ଅନ୍ୟ ଧାରାବାହିକ ରେ ମଧ୍ୟ କାମ କରିଛନ୍ତି। ତାଙ୍କର ଭାଇ ଭଉଣୀ ଙ୍କ ବିଷୟରେ ଆଲୋଚନା କଲେ ତାଙ୍କର ଜଣେ ଭାଇ ଅଛନ୍ତି ଯାହାର ନାମ ହେଉଛି ଜର୍ମନ ଫ୍ରନାଦେଜ। ଏବଂ ନିଜ ଭଉଣୀ କୁ ମଧ୍ୟ ଖୁବ ଭଲ ପାଆନ୍ତି ଏବଂ ତାଙ୍କ ପାଇଁ କିଛି ବି କରି ପାରନ୍ତି।

୩- ତୃତୀୟ କଳାକାର ହେଉଛନ୍ତି ଧୀରଜ ଧୂପର। କୁଣ୍ଡଳି ଭାଗ୍ୟ ଧାରାବାହିକ ରେ ଅଭିନୟ କରି ଧୀରଜ ବହୁତ ଲୋକ ପ୍ରିୟତା ଏବଂ ଭଲ ପାଇବା ପାଇଛନ୍ତି। ତାଙ୍କ ଅଭିନୟ ଏବଂ ଲୁକ କୁ ଲୋକମାନେ ଖୁବ ପସନ୍ଦ କରନ୍ତି। ଧୀରଜ ଙ୍କର ଜଣେ ଭଉଣୀ ଅଛନ୍ତି। ଯାହା ଙ୍କର ନାମ ହେଉଛି ଶିଲା ଧୂପର। ଦୁହେଁ ଭାଇ ଭଉଣୀ ଙ୍କ ଭିତରେ ବହୁତ ଗଭୀର ସଂପର୍କ ଅଛି।

୪- ଚତୁର୍ଥ କଳାକାର ହେଉଛନ୍ତି ଦୃଷ୍ଟି ଧାମି। ମଧୁବାଲା ଭଳି ଲୋକପ୍ରିୟ ଏବଂ ପ୍ରସିଦ୍ଧ ଧାରାବାହିକ ରେ ଅଭିନୟ କରି ସେ ବହୁତ ଚର୍ଚ୍ଚିତ ଥିଲେ। ଏବଂ ନିଜର ସୁନ୍ଦର ଅଭିନୟ ରେ ସେ ଦର୍ଶକ ମାନଙ୍କ ହୃଦୟ ରେ ଘର ମଧ୍ୟ କରି ପାରିଥିଲେ। ଦୃଷ୍ଟି ଙ୍କ ଭାଇଙ୍କ ନାମ ହେଉଛି ଜୈଶୀଳ ଧାମୀ। ଦୁଇ ଜଣଙ୍କ ଭିତରେ ବହୁତ ଭଲ ସଂପର୍କ ଦେଖିବାକୁ ମିଳିଥାଏ।

୫- ପଞ୍ଚମ କଳାକାର ହେଉଛନ୍ତି ସାହିର ଶେଖ। ମହାଭାରତ ଧାରାବାହିକ ରେ ଅର୍ଜୁନ ଚରିତ୍ର ରେ ନିଜର ଦମଦାର ଅଭିନୟ ରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ।ଏବଂ ତାଙ୍କ ଲୁକ କୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରୁଥିଲେ। ତାଙ୍କର ଦୁଇ ଜଣ ଭଉଣୀ ଅଛନ୍ତି ଜଣଙ୍କ ନାମ ହେଉଛି ଅଲିଫା ଏବଂ ଅନ୍ୟ ଜଣଙ୍କ ନାମ ହେଉଛି ଇଫରାକ।

୬-ଷଷ୍ଠ କଳାକାର ହେଉଛନ୍ତି ରୂପାଲି ଗାଙ୍ଗୁଲି। ଷ୍ଟାର ପ୍ଲସ ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ଅନୁପମା ରେ ରୂପାଲି ନିଜର ଦମଦାର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି। ଏବେ ତାଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ। ତାଙ୍କର ଭାଇଙ୍କ ନାମ ହେଉଛି ବିଜୟ ଗାଙ୍ଗୁଲି ସେ ଜଣେ ଅଭିନେତା ଏବଂ ସିନେମା ପ୍ରଯୋଜକ ମଧ୍ୟ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।