ମଣିଷର ଏହି 4 ଟି ଖରାପ ଅଭ୍ଯାସ ତାହାର ଜୀବନକୁ କରିଦିଏ ନର୍କ, ସାରା ଜୀବନ ଦୁଃଖରେ କଟିଥାଏ ଜୀବନ- Chanakya Niti

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଆମ ମାନଙ୍କ ଜୀବନ କେମିତି ହେବ ଜରୁରୀ ସେ ସବୁ ଆମମାନଙ୍କ ଉପରେ ନିର୍ଭର କରିଥାଏ ।  ଜୀବନରେ ଆମେ ଯାହା ନିଷ୍ପତି ନେଉଥାଉ ତାହା ଆମ ଜୀବନରେ ଅନେକ ପରିବର୍ତ୍ତନ ଆଣିଥାଏ ।  ସେଥିପାଇଁ ଆପଣମାନେ ବୁଝି ବିଚାରୀ ନିସ୍ପତି ନେବା ଉଚିତ । ଆଜି ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କର କିଛି ନୀତି ନିୟମ ବିଷୟରେ ଆଲୋଚନା କରିବୁ ।  ଯେଉଁଥିରେ ଆଚାର୍ଯ୍ୟ ଚାଣକ୍ୟ ମଣିଷମାନଙ୍କର ଏମିତି କିଛି ସ୍ଥିତି କହିଛନ୍ତି ଯେଉଁଥିରେ ସେମାନଙ୍କୁ ଦୂରେଇ ରହିବା ଉଚିତ ।  ନ ହେଲେ ଭବିଷ୍ୟତରେ ସେମାନେ ଅସୁବିଧାର ସମୁଖୀନ ହେବେ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟକୁ କେବେ ବି ସମ୍ପୂର୍ଣ ରୂପେ ନିଜ ସ୍ତ୍ରୀ ଉପରେ ନିର୍ଭର କରିବା ଉଚିତ ନୁହେଁ ।  ଯେଉଁ ଲୋକମାନେ ସମ୍ପୂର୍ଣ ରୂପେ ସ୍ତ୍ରୀଙ୍କ ଉପରେ ନିର୍ଭର କରିଥାନ୍ତି ସେମାନଙ୍କ ଜୀବନ ବରବତ ହୋଇଯାଇଥାଏ ।  ଜୀବନରେ ସେହି ଲୋକମାନେ ସଫଳତା ପାଇପାରନ୍ତି ଯେଉଁମାନେ ଅନ୍ୟ ଉପରେ ନିର୍ଭର କରି ନ ଥାନ୍ତି ।  ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି କୌଣସି ବ୍ୟକ୍ତି ଅନ୍ୟ କାହା ଉପରେ ନିର୍ଭର କରେ ତେବେ ତା ଜୀବନଟା ନର୍କ ସହ ସମାନ ହୋଇଥାଏ ।

ମଣିଷ ଅନ୍ୟ ଉପରେ ନିର୍ଭର କଲେ ନିଜର ସ୍ଵାଧୀନତା ପାଇପାରି ନଥାଏ । ସେ ନିଜର ବୁଝିବା ଶକ୍ତି ମଧ୍ୟ ହରେଇ ବସିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ନିନ୍ଦାକୁ ମୃ-ତ୍ୟୁ ଓ ଲୋଭକୁ ଦୁର୍ଗୁଣ ସହ ସମାନ କରିଛନ୍ତି  ।  ଯେଉଁ ଲୋକମାନେ  ମହିଳାମାନକୁ କଷ୍ଟ ଦିଅନ୍ତି ତାଙ୍କ ଜୀବନ ନର୍କ ସହ ସମାନ ହୋଇଥାଏ । ଜୀବନରେ ସବୁବେଳେ ମହିଳାମାନଙ୍କର ସମ୍ମାନ କରିବା ଉଚିତ ।  ଭୁଲରେ ବି ସ୍ତ୍ରୀମାନଙ୍କର ଅପମାନ କରିବେ ନାହିଁ । ସ୍ତ୍ରୀମାନଙ୍କୁ କଷ୍ଟ ଦେଲେ ନିଜ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ।  ଘରେ ଦୁଖ ସବୁବେଳେ ଲାଗି ରହିଥାଏ ।  ସେଥି ପାଇଁ ହୃଦୟରୁ ମହିଳାମାନଙ୍କୁ ସମାନ ଦେବା ଉଚିତ ।

ଯେଉଁ ମଣିଷ କିଛି ନ ବୁଝି ବିଚାରି ପଇସାକୁ ଖରଚ କରିଥାଏ ସେମାନଙ୍କ ଜୀବନ କଷ୍ଟରେ ବିତିଥାଏ ।  ଯେଉଁ ଲୋକମାନେ ପଇସାର ମହତ୍ଵ ଜାଣି ନ ଥାନ୍ତି ସେମାନଙ୍କ ଜୀବନ ନର୍କ ସହ ସମାନ ହୋଇଥାଏ ।  ଏହି ପ୍ରକାରରେ କୌଣସି ପୁରୁଷର ରୋଜଗାର ହୋଇଥିବା ପଇସା ଅନ୍ୟ କାହା ହାତକୁ ଚାଲି ଗଲେ ତା ଜୀବନରେ କେବଳ ସମସ୍ୟା ସୃଷ୍ଟି ହୋଇଥାଏ ।

ଯେଉଁ ଲୋକମାନଙ୍କ ମନରେ ପାପ ଥାଏ ସେମାନେ ସବୁବେଳେ ଅନ୍ୟର ଅନିଷ୍ଟ ଚିନ୍ତା କରିଥାନ୍ତି ।  ସେମାନେ ତାଙ୍କ ଜୀବନରେ ସବୁବେଳେ ଦୁଖ ପାଇଥାନ୍ତି । ଏଭଳି ସ୍ଵଭାବ ଥିବା ଲୋକମାନଙ୍କ ମନରେ ସବୁବେଳେ ଅନ୍ୟର ଖରାପ ଚିନ୍ତାଧାରା ଆସିଥାଏ ।  ଯାହା ଫଳରେ ସେମାନେ ତାଙ୍କ ଜୀବନରେ ଅନେକ ସମସ୍ୟାର ସମୁଖୀନ ହୋଇଥାନ୍ତି

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।