କମ ଲୋକ ଜାଣିଛନ୍ତି କି “ହମ ଆପକେ ହୈଂ କୌନ” ର ଏହି ହିରୋଇନ କରିଛନ୍ତି ଦୁଇଟି ବିବାହ

ବଲୀଉଡର ସୁପର ଷ୍ଟାର ଓ ଦବଙ୍ଗ ଖାନ ସଲମାନ ଖାନ ବଲୀଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି ଓ ସେହି ସମସ୍ତ ଫିଲ୍ମ ମଧ୍ୟରୁ “ହମ ଆପକେ ହୈଂ କୌନ” ଫିଲ୍ମ ଅନ୍ୟତମ ଅଟେ । ଏହି ଫିଲ୍ମରେ ସଲମାନ ଖାନ ମୁଖ୍ୟ ଅଭିନେତା ଓ ମାଧୁରୀ ଦୀକ୍ଷିତ ଅଭିନେତ୍ରୀ ରୂପରେ ନଜର ଆସିଥିଲେ । ଏହା ସହିତ ଅନ୍ୟ କେତେକ କଳାକାର ବି ଏହି ଫିଲ୍ମରେ ମୁଖ୍ୟ ରୋଲରେ ନଜର ଆସିଥିଲେ । ଏହି ଫିଲ୍ମ ସେହି ସମୟରେ ବହୁତ ହିଟ ମଧ୍ୟ ହୋଇଥିଲା ।

କହିବାକୁ ଗଲେ ଆଜି ବି ଏହି ଫିଲ୍ମର କ୍ରେଜ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଏହି ଫିଲ୍ମ ଏକ ପାରିବାରିକ ଫିଲ୍ମ ଅଟେ । ଏହି ଫିଲ୍ମରେ ସଲମାନ ଖାନଙ୍କ ଭାଉଜ ରୋଲରେ ନଜର ଆସିଥିବା ଅଭିନେତ୍ରୀ ରେଣୁକା ଶାହାଣେ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

କହିବାକୁ ଗଲେ ଏହି ଫିଲ୍ମର ସବୁ କିରଦାରକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଫିଲ୍ମରେ ଅଭିନୀତ ସଲମାନଙ୍କ ଭାଉଜଙ୍କ ବିଷୟରେ ଯଦି କହିବା ତେବେ ରେଣୁକା ଶାହାଣେ ଏହି ରୋଲରେ ନଜର ଆସିଥିଲେ । ଯିଏକି ବର୍ତ୍ତମାନ ସମୟରେ ୫୪ ବର୍ଷର ହୋଇ ଯାଇଛନ୍ତି । ରେଣୁକା ଶହାଣେଙ୍କ ଜନ୍ମ ୭ ଅକ୍ଟୋବର ୧୯୬୬ରେ ମହାରାଷ୍ଟ୍ରରେ ହୋଇଥିଲା । ରେଣୁକା ନିଜର ଫିଲ୍ମି କ୍ୟାରିୟରର ଆରମ୍ଭ ମରାଠୀ ଫିଲ୍ମରୁ କରିଥିଲେ ।

ଯେମିତି କି ଆପଣମାନେ ଜାଣିଛନ୍ତି କି ରେଣୁକା ଶାହାଣେ କିଛି ଦିନ ତଳେ ହିଁ ନିଜର ସ୍ଵାମୀ ଆଶୁତୋଷ ରାଣା କପିଲ ଶର୍ମା ଶୋକୁ ଆସିଥିଲେ । ଏହି ସମୟରେ ରେଣୁକା ଶହାଣେ ନିଜର ପର୍ସନାଳ ଲାଇଫ ବିଷୟରେ ବି କହିଥିଲେ । ଆପଣଙ୍କୁ କହିଦେଉଛୁ କି ଆଶୁତୋଷ ରାଣା ଓ ରେଣୁକାଙ୍କର ବିବାହକୁ ୧୯ ବର୍ଷ ହୋଇ ଯାଇଛି । ଦୁଇ ଜଣ ପ୍ରେମ ବିବାହ କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରେଣୁକା ଆଶୁତୋଷଙ୍କ ଠାରୁ ୪ ବର୍ଷ ବଡ ଅଟନ୍ତି ।

କହିବାକୁ ଗଲେ ଆଶୁତୋଷଙ୍କ ପୂର୍ବରୁ ରେଣୁକା ଶାହାଣେଙ୍କ ବିବାହ ମରାଠୀ ଥିଏଟର ନିର୍ଦେଶକ ବିଜୟ କେଙ୍କର ସହ ହୋଇଥିଲା । କିନ୍ତୁ ଏହ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ନ ଥିଲା ଓ ଦୁଇ ଜଣଙ୍କ ମଧ୍ୟରେ ତଲାକ ହୋଇଗଲା । ଏହି ସବୁ ମଧ୍ୟରେ ରେଣୁକାଙ୍କ ଜୀବନରେ ଆଶୁତୋଷ ରାଣା ଆସି ସାରିଥିଲେ ଓ ଏମାନଙ୍କର ପ୍ରେମ କାହାଣୀ ବି ବହୁତ ରୋମାଞ୍ଚକ ପୂର୍ଣ ଥିଲା ।

ପ୍ରଥମ ନଜର ହିଁ ଆଶୁତୋଷ ରାଣାଙ୍କୁ ଭଲ ପାଇ ବସିଥିଲେ ରେଣୁକା ଶହାଣେ । ଦୁଇ ଜଣଙ୍କର ପ୍ରଥମ ସାକ୍ଷାତ ଗୋଟିଏ ଫିଲ୍ମର ସେଟରେ ହୋଇଥିଲା । ଆଜି ଆଶୁତୋଷ ଓ ରେଣୁକାଙ୍କର ଦୁଇଟି ପୁଅ ଅଛି । ସୋସିଆଲ ମିଡିଆରେ ସେ ନିଜର ପୁରା ପରିବାର ସହ କେତେକ ଫଟୋ ବି ଶେୟାର କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।